ETV Bharat / state

ବାଲେଶ୍ବରରୁ 2 ନକଲି ଆରଟିଓ ଅଧିକାରୀ ଗିରଫ - fake rto officer arrested

author img

By ETV Bharat Odisha Team

Published : Mar 21, 2024, 10:14 PM IST

Updated : Mar 21, 2024, 10:22 PM IST

ଦୁଇ ନକଲି ଆରଟିଓ ଅଧିକାରୀ ଗିରଫ
ଦୁଇ ନକଲି ଆରଟିଓ ଅଧିକାରୀ ଗିରଫ

Fake RTO Officer Arrested:ଜଳେଶ୍ବର ଥାନା ଅର୍ନ୍ତଗତ ଲକ୍ଷ୍ମଣନାଥ ଚେକ ପୋଷ୍ଟରୁ ଦୁଇ ଜଣ ନକଲି ଆରଟିଓ ଅଧିକାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ୧୧ଟି ଅସଲି ଦେଖା ଯାଉଥିବା (ନକଲି) ଷ୍ଟାମ୍ପଗୁଡ଼ିକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ବାଲେଶ୍ବରରୁ 2 ନକଲି ଆରଟିଓ ଅଧିକାରୀ ଗିରଫ

ବାଲେଶ୍ବର: ଦୁଇ ଜଣ ନକଲି ଆରଟିଓ ଅଧିକାରୀ ଗିରଫ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅର୍ନ୍ତଗତ ଲକ୍ଷ୍ମଣନାଥ ଚେକ ପୋଷ୍ଟ ଠାରେ ଦୁଇ ଜଣ ନକଲି ଆରଟିଓଙ୍କୁ ଗିରଫ କରିଛି ପୋଲିସ । ଏନେଇ ୧୫୪/୨୪ନମ୍ବରରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଗିରଫମାନେ ହେଲେ ଜଳେଶ୍ବର ଅଞ୍ଚଳର ତୁଷାର ରଞ୍ଜନ ପରିଡ ଏବଂ ଅନ୍ୟ ଜଣେ ହେଲା ଝାଡଖଣ୍ଡ ରାଜ୍ୟ ସିଂହଭୂମୀ ଅଞ୍ଚଳର ଶମ୍ଭୁ ସାହୁ ବୋଲି ସୂଚନା ମିଳିଛି ।

ଏହି ଦୁଇ ଜଣ ଆରଟିଓ ଏବଂ ଏମଭିଆଇ ଅଧିକାରୀ ପରିଚୟ ଦେଇ ବିଭିନ୍ନ ଚେକ ପୋଷ୍ଟ ନିକଟରେ ଯିବା ଆସିବା କରୁଥିବା ଗାଡ଼ିଗୁଡିକୁ ଅଟକାଇ ଚେକ କରୁଥିଲେ ।ଏପରି କି ଗାଡିର କାଗଜପତ୍ର ମଧ୍ୟ ଯାଞ୍ଚ କରୁଥିଲେ । ଗିରଫ ଦୁଇ ଜଣ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କାଜଗପତ୍ର ଇସ୍ୟୁ କରିବେ ବୋଲି କହୁଥିଲେ ସେମାନଙ୍କ ପାଖରୁ ୧୧ଟି ଅସିଲି ଦେଖା ଯାଉଥିବା (ନକଲି) ଷ୍ଟାମ୍ପଗୁଡିକ ସହ ସେମାନେ ବ୍ୟବହାର କରୁଥିବା ଲାପଟପକୁ ଜବତ କରିଛି ପୋଲିସ ।ଏହା ସହିତ ବିଭିନ୍ନ ଚେକ ପୋଷ୍ଟ ଏବଂ ଖାତାବହି, ଇସି ସହ ତେଲେଙ୍ଗନା ସରକାର, ପଶ୍ଚିମବଙ୍ଗ ସରକାର ଲେଖାଥିବା କାଗଜପତ୍ର ମଧ୍ୟ ସେମାନଙ୍କ ଠାରୁ ଜବତ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଆଜି ଏମାନଙ୍କ ଉପରେ ଚଢାଉ କରିଥିଲା । ପୋଲିସ ସେମାନଙ୍କୁ ସରକାରୀ ପରିଚୟ ପତ୍ର ମାଗିଥିଲା ହେଲେ ସେମାନେ ସେଗୁଡିକ ଦେବାରେ ଅସମର୍ଥ ହୋଇଥିଲେ । ଯାହାଫଳେ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଦୁଇ ବ୍ୟକ୍ତି ଦୀର୍ଘ ଏକ ମାସ ହେବ ଏମିତି ବିଭିନ୍ନ ସ୍ଥାନରେ ନିଜର ଜାଲି କାଗଜ ପତ୍ର ଜରିଆରେ ଲୁଟପାଟ ଚଳାଇଥିଲେ ବୋଲି ପୋଲିସ କହିଛି । ପୋଲିସ ଗୁଇନ୍ଦା ସୂଚନା ଦ୍ବାରା ଏମାନଙ୍କୁ ଟ୍ରାକ କରିବାରେ ସଫଳ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ.....୨୦ଲକ୍ଷ ହଡ଼ପ କରି ବନ୍ଧା ହେଲେ ଦାରିଙ୍ଗବାଡି ବିଇଓ

ପରେ ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଥିଲା । ପୋଲିସ ସଠିକ ପ୍ରମାଣ ପାଇବା ପରେ ସାଦା ପୋଷାକରେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ଏପରିକି ସେମାନଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ବେଳେ କେବଳ କାଗଜ ପତ୍ରଗୁଡିକ ଜବତ ହୋଇଛି । ତେବେ ଗିରଫ ଅଭିଯୁକ୍ତଙ୍କ ସହ ଆହୁରି ଅଧିକ ଲୋକମାନଙ୍କର ସମ୍ପୃକ୍ତି ରହିଛି ବୋଲି ଗୁଇନ୍ଦା ତଥ୍ୟ ରହିଛି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated :Mar 21, 2024, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.