ETV Bharat / state

୨୦ଲକ୍ଷ ହଡ଼ପ କରି ବନ୍ଧା ହେଲେ ଦାରିଙ୍ଗବାଡି ବିଇଓ - Daringbadi BEO IN Vigilance Scanner

author img

By ETV Bharat Odisha Team

Published : Mar 21, 2024, 7:14 PM IST

୨୦ଲକ୍ଷ ହଡ଼ପ କରି ବନ୍ଧା ହେଲେ ଦାରିଙ୍ଗବାଡି ବିଇଓ
୨୦ଲକ୍ଷ ହଡ଼ପ କରି ବନ୍ଧା ହେଲେ ଦାରିଙ୍ଗବାଡି ବିଇଓ

BEO Under Vigilance Scanner:ସେୟାର ମର୍କେଟ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାସନାଲ ପେନସନ ସ୍କିମରୁ ୨୦ଲକ୍ଷ ଟଙ୍କା ନେଇ ସେୟାର ମର୍କେଟ ଲାଗାଇ ଥିଲେ ସେ । ଅଧିକ ପଢନ୍ତୁ

୨୦ଲକ୍ଷ ହଡ଼ପ କରି ବନ୍ଧା ହେଲେ ଦାରିଙ୍ଗବାଡି ବିଇଓ

ଫୁଲବାଣୀ: ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷାଧିକାରୀ । ୨୦ ଲକ୍ଷ ହଡ଼ପ କରି ଭିଜିଲାନ୍ସ ଦ୍ବାରା ବନ୍ଧା ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଇଓ । ସରକାରୀ ପଇସା ହଡ଼ପ କରି ସେୟାର ମାର୍କେଟରେ ଲଗାଉଥିଲେ ଲକ୍ଷାଧିକ ଟଙ୍କା । ଦୀର୍ଘ ଦିନ ହେବ ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ବିଭାଗ । ଗତକାଲି (ବୁଧବାର) ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ, ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ବିଇଓ ରସାନନ୍ଦ କର ହଡ଼ପ କରିଥିଲେ । ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ୨୦ଲକ୍ଷ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ଲକ୍ଷ ଲେଖାଏଁ ଗତ ଜାନୁଆରୀ ମାସରୁ ବିଇଓ ରସାନନ୍ଦ ନିଜ ଦରମା ଆକାଉଣ୍ଟକୁ ନେଇଥିଲେ । ସେହି ଟଙ୍କାକୁ ସେ ଜିରଧା ନାମକ ଏକ ବ୍ରୋକିଙ୍ଗ ସେୟାର ମାର୍କେଟରେ ବିନିଯୋଗ କରିଥିବା ଜଣାପଡ଼ିଛି ।ତେବେ ସରକାରୀ ଅର୍ଥ ହଡ଼ପ କରିଥିବା ଜାଣିବାକୁ ପାଇଁ ଭିଜିଲାନ୍ସ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ନଜର ରଖିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବାରେ ଲାଗିଥିଲା ।

ହେଲେ ଗତକାଲି (ବୁଧବାର) ଦିନ ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇ ୬/୨୪ରେ ଏକ ମାମଲା ରୁଜୁ କରିଛି । ଅନ୍ୟପଟେ ଏହା ମଧ୍ୟ ସୂଚନା ରହିଛି ଯେ, ବିଇଓ ରସାନନ୍ଦ କର ଏହି ଜିରୋଧା ସେୟାର ମାର୍କେଟରେ ଦୀର୍ଘ ବର୍ଷ ହେଲା ଟଙ୍କା ଲଗାଇ ଆସୁଛନ୍ତି । ନିଜ ଦରମା ଟଙ୍କା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟଙ୍କାକୁ ମଧ୍ୟ ସେ ଏହି ସେୟାର ମାର୍କେଟରେ ଲଗାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ .....ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ମହିଳା ଯନ୍ତ୍ରୀ, ଏମପି ଲ୍ୟାଡ଼ ପ୍ରକଳ୍ପରେ 10% ପିସି କାରବାର !

ବିଇଓଙ୍କ ପାଇଁ ଟଙ୍କାର ମୂଳ ଉତ୍ସ ସାଜିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ବିଭିନ୍ନ ସମୟରେ ଅନାବଶକ୍ୟ ଅଦଳବଦଳ କରାଇ ମନ ପସନ୍ଦ ସ୍ଥାନରେ ଥଇଥାନ କରାଉଥିଲେ ସେ । ସେହିପରି ଆକ୍ସନ ନାଁରେ ଭୟଭୀତ କରାଇବା ସହ ସରକାରୀ ବିଭିନ୍ନ ଆର୍ଥିକ ସୁବିଧା ସୁଯୋଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିବା ଆଳରେ ସେ ବହୁ ପରିମାଣର ଟଙ୍କା ଆଦାୟ କରି ଆସୁଥିବା ସୂଚନା ମିଳିଛି । ଏହି ସବୁ ଟଙ୍କାକୁ ସେ ସେୟାର ମାର୍କେଟରେ ବିନିଯୋଗ କରି ଆସୁଥିଲେ । ଅନ୍ୟପଟେ ଏହି ୨୦ଲକ୍ଷ ଟଙ୍କା ସହ ଯଦି ଅନ୍ୟ କିଛି ଅଭିଯୋଗ ଆସେ ତାହାଲେ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.