ETV Bharat / state

ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ପୂରଣ ହେଲାନି ଦାବି, ୨୦ରୁ ଅସହଯୋଗ କରିବେ ଆୟୁଷ ଡାକ୍ତର

author img

By ETV Bharat Odisha Team

Published : Mar 18, 2024, 10:04 PM IST

All odisha Ayush doctors association
All odisha Ayush doctors association

All odisha Ayush doctors association Demand: ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ପୂରଣ ହେଲାନି ନିୟମିତ ଚାକିରି ଦାବି । ଆସନ୍ତା 20 ତାରିଖରୁ କାର୍ଯ୍ୟରେ ଅସହଯୋଗ କରିବେ ଆୟୁଷ ଡାକ୍ତର । ଅଧିକ ପଢନ୍ତୁ

All odisha Ayush doctors association

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଅସହଯୋଗ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର । 19 ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତା 20 ତାରିଖରୁ କାର୍ଯ୍ୟରେ ଅସହଯୋଗ କରିବା ନେଇ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକଙ୍କ କହିବାନୁଯାୟୀ, ସଂଘ ରାଜ୍ୟରେ ୧୬ ବର୍ଷରୁ ଚୁକ୍ତିଭିତ୍ତିକ ଭାବରେ ସିଏଚ୍‌ସି/ପିଏଚ୍‌ସିରେ କାର୍ଯ୍ୟ କରୁଛି । ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରିବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଛି । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିୟମିତ କରାଗଲା ନାହିଁ । ତେଣୁ ଏନେଇ ଆୟୁଷ ଡାକ୍ତର ସଂଘ ଆସନ୍ତା ମାର୍ଚ୍ଚ ୨୦ ତାରିଖ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ କରାଯିବ ।

ସଂଘ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ମାର୍ଚ୍ଚ ୧୫ ତାରିଖରେ ହୋଇଥିବା ଶେଷ କ୍ୟାବିନେଟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯିବ ବୋଲି ଘୋଷଣା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏବେସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଏହାକୁ ନିନ୍ଦା କରାଯାଉଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋଗୀ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟରେ ଅସହଯୋଗ କରାଯିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଶେଷ ଆନ୍ଦୋଳନ ଓ ଧାରଣା, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ରାଜ୍ୟରେ ୧୪୮୫ଟି ସିଏଚ୍‌ସି/ପିଏଚ୍‌ସିରେ ୧୧୨୬ ଜଣ ଆୟୁଷ ଡାକ୍ତର ଚୁକ୍ତିଭିକ ଭାବରେ କାର୍ଯ୍ୟ କରୁଛନ୍ତି । ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତି ଓଆର୍‌ଭି ଅନୁଯାୟୀ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଆୟୁଷ ଡାକ୍ତର ନିୟମିତ ହୋଇପାରିଲେ ନାହିଁ । ୨୦୧୯ ସାଧାରଣ ନିର୍ବାଚନରୁ ୨୦୨୪ ସାଧାରଣ ନିର୍ବାଚନ ଯାଏଁ ପାଖାପାଖି ୫ ବର୍ଷକାଳ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଠାରୁ ଆରମ୍ଭ କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଏପରିକି ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ, ସାସ୍ଥ୍ୟ ସଚିବ ସମସ୍ତେ ଆୟୁଷ ଡାକ୍ତରଙ୍କୁ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେସୁଦ୍ଧା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ଯଦି ତୁରନ୍ତ ଦାବି ପୂରଣ ନହୁଏ ତେବେ ମାର୍ଚ୍ଚ ୨୦ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦେଇଛି ଆୟୁଷ ଡାକ୍ତର ସଂଘ ।


ଅନ୍ୟପଟେ ରାଜ୍ୟ ସରକାର ସାମାଜିକସ୍ତରରେ ଅନ୍ୟ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଓ ଦରମା ବୃଦ୍ଧି କରିଥିବା ବେଳେ ଏନଏଚଏମ ଡାକ୍ତର ଓ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ସମ୍ମୁଖରେ ବାରମ୍ବାର ଦାବି ଉପସ୍ଥାପନ ସତ୍ତ୍ୱେ ସରକାର କେବଳ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏବେସୁଦ୍ଧା କୌଣସି ଦାବି ପୂରଣ ହୋଇନାହିଁ । ତେଣୁ ଏନେଇ ଆସନ୍ତା ନିର୍ବାଚନରେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ଭୋଟ ବର୍ଜନ ଡାକରା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.