ETV Bharat / state

ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଶେଷ ଆନ୍ଦୋଳନ ଓ ଧାରଣା, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

author img

By ETV Bharat Odisha Team

Published : Mar 16, 2024, 9:52 PM IST

Protest In Bhubaneswar: ଆଜି ଲୋୟର ପିଏଜିରେ ରାଜ୍ୟ ସରକାରଙ୍କ ନିକଟରେ ଶେଷ ଥର ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଶେଷ କ୍ୟାବିନେଟ ବୈଠକରେ ଦାବି ପୂରଣ ହୋଇନଥିବାରୁ କେତେକ ବର୍ଗ ନିରାଶ ହୋଇଛନ୍ତି । ଅଧିକ ପଢନ୍ତୁ

Protest In Bhubaneswar
Protest In Bhubaneswar

Protest In Bhubaneswar

ଭୁବନେଶ୍ବର: ଆଜି ଲୋୟର ପିଏଜିରେ ରାଜ୍ୟ ସରକାରଙ୍କ ନିକଟରେ ଶେଷ ଥର ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଆଜି ୨୦୨୪ର ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ନୂଆ ସରକରର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ଦିନ ଥିବାରୁ ଅନେକ ଆନ୍ଦୋଳକାରୀ ଦାବି ପୂରଣର ଆଶା ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ସେପଟେ ଶେଷ କ୍ୟାବିନେଟ ବୈଠକରେ ଦାବି ପୂରଣ ହୋଇନଥିବାରୁ କେତେକ ବର୍ଗ ନିରାଶ ହୋଇଛନ୍ତି । ଆଶା ନିରାଶାର ଏହି ଦୋଛକିରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦାବି ପୁରଣ ପାଇଁ କେହି ପୂଜାପାଠ କରିଛନ୍ତି ତ କିଏ ଭଜନ କୀର୍ତ୍ତନ ଓ ଦୀପଦାନ କରିଥିବା ଦେଖିବାକୁ ମିଳିଛି ।

କିଏ ପନିପରିବା ବିକ୍ରି କରି ତ ଆଉ କିଏ ରାଜରାସ୍ତାରେ ପାଠ ପଢ଼ି ଦାବି ପୂରଣ ପାଇଁ ଧାରଣାରେ ବସିଥିଲେ। ଏହି କ୍ରମରେ ହିନ୍ଦୀ ଶିକ୍ଷକ ଆସୋସିଏସନଠାରୁ ଆରମ୍ଭ କରି ଜଳସାଥୀ ଆସୋସିଏସନ , ବିଦ୍ୟୁତ ମିଟର ସଂଗ୍ରହକାରୀ ସଂଗଠନ, ସ୍ୱାସ୍ଥ୍ୟକର୍ମୀ ସଂଗଠନ ପରି ଅନେକ ସଂଗଠନ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଦାବି ପୂରଣ ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । "ସରକାର ରହୁ କି ନରହୁ ନୂଆ ସରକାର ହେଉ ଅବା ପୁଣିଥରେ ଏହି ସରକାର ଆସୁ ଆମେ ଆମର ଅଧିକାର ପାଇଁ ପୁଣି ଆନ୍ଦୋଳନ କରିବୁ । ଯେ ପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହୋଇଛି ଆନ୍ଦୋଳନ ଜାରି ରହିବ", ବୋଲି କହି ଚେତାବନୀ ଦେଇଛନ୍ତି ଆନ୍ଦୋଳକାରୀ।

ଏହା ବି ପଢନ୍ତୁ...ମତ୍ସ୍ୟଜୀବୀଙ୍କୁ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ଅଣଦେଖା, କାର୍ଯ୍ୟାନୁଷ୍ଠାନ ଦାବି କଲା ସଂଘ

ସେହିପରି 'ଓଡି଼ଶା ହିନ୍ଦୀ ଶିକ୍ଷକ ଆଶାୟୀ ସଂଘ' ସ୍ଥାୟୀ ନିଯୁକ୍ତି ସହ ସମାନ କାମ ପାଇଁ ସମାନ ଦରମା ଦାବିରେ ଧାରଣା ଦେଇଥିଲେ। ସହର ଏବଂ ଗାଁରେ ବିଦ୍ୟୁତ ମିଟର ରିଡିଂ କରୁଥିବା ଅଲ ଓଡିଶା ଆଭାଶକ୍ତି ସଙ୍ଗମ ଆସି ଶୋଭାଯାତ୍ରା ସହ ଧାରଣା ଦେଇଥିଲେ । ମିଶନଶକ୍ତି କ୍ୟାଡରରେ ସାମିଲ କରିବା ସ୍ଥାୟୀ ନିଯୁକ୍ତି ସର୍ବନିମ୍ନ ଦରମା ପ୍ରଦାନ ଭଳି ୪ ଦଫା ଦାବି ପୂରଣ ପାଇଁ ହଲ୍ଲାବୋଲ କରିଥିଲେ । ସେହିପରି ଅଲ୍ 'ଓଡି଼ଶା ଜଳସାଥୀ ଆସୋସିଏସନ' ଯେଉଁମାନେ ୱାଟକୋ ଅଧୀନରେ ପାଣି ବ୍ୟବହାରର ଫି ରିଡିଂ କରନ୍ତି ସେମାନେ ଶୋଭାଯାତ୍ରା ସହ ଧାରଣା ଦେଇଥିଲେ । ପ୍ରୋତ୍ସାହନ ରାଶି ବୃଦ୍ଧି କରିବା , ସର୍ବନିମ୍ନ ଦରମା ପ୍ରଦାନ , ଜୀବନବୀମା ଭଳି ୪ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ । ସ୍ୱାସ୍ଥ୍ୟକର୍ମୀମାନେ ଧାରଣାରେ ବସିଥିବାବେଳେ ସ୍ଥାୟୀ ନିଯୁକ୍ତି ଓ ଚାକିରିରୁ ବାହାରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃନିଯୁକ୍ତି ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.