ETV Bharat / state

ଟ୍ରକ୍‌କୁ ପିଟିଲା ସ୍କୁଟି; ଦୁଇ ମୃତ

author img

By ETV Bharat Odisha Team

Published : Mar 9, 2024, 11:46 AM IST

Road Accident
Road Accident

Road Accident: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ପବିତ୍ର ଶିବରାତ୍ରି ପାଇଁ ଚାରିଆଡ଼େ ଉତ୍ସବର ମାହୋଲ୍ ଚାଲିଥିବା ବେଳେ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ବାଙ୍କି ଥାନା ତୁଳସୀପୁରର ବିଧିନାଥ ମଲ୍ଲିକ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଦୁଇ ଜଣ ମାଛ ବ୍ୟବସାୟୀ ବୋଲି ଜଣାପଡିଛି । ସେହିପରି ଆହତ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡ଼ାର ସଞ୍ଜୟ ମାର୍ଥା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଟ୍ରକଟି ବଡବିଲ ଅଞ୍ଚଳରୁ ଆଇରନ ବୋଝେଇ କରି ଗୋପାଳପୁର ବନ୍ଦରର ଅଞ୍ଚଳକୁ ଯାଉଥିବା ବେଳେ ତାପଙ୍ଗ ଓଭରବ୍ରିଜ ଉପରେ ଠିଆ ହୋଇଥିଲା । ସେହି ସମୟରେ ଏକ ସ୍କୁଟିରେ ୩ ଜଣ ଯୁବକ ଖୋର୍ଦ୍ଧା ପଟୁ ବାଲୁଗାଁ ଆଡକୁ ଯାଉଥିବା ବେଳେ ଟ୍ରକର ପଛରୁ ଧକ୍କା ଦେଇଥିଲେ । ଏନେଇ ଖବରପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ତିନି ଜଣ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ଘଟଣାସ୍ଥଳରେ ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ସ୍ତ୍ରୀ ମୃତ ସ୍ବାମୀ ଆହତ

ସେହିପରି ଗତମାସରେ ଜିଲ୍ଲାର ବାଘମାରୀ କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥରେ ଏକ ଦୁର୍ଘଟଣା ହୋଇଥିଲା । ସ୍କୁଟିକୁ ହାଇଓ୍ବା ଧକ୍କା ଦେବାରୁ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଥିଲେ । ସକାଳ ସମୟରେ ସ୍କୁଟିରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ଏହି ଦମ୍ପତି ।

ଏହା ମଧ୍ୟ ପଢ଼ନ୍ତୁ...ବିବାହ ଭୋଜିରୁ ଫେରୁଥିବାବେଳେ ଜଗିଥିଲା ଯମ ! ଭ୍ୟାନ ଓଲଟି 5 ମୃତ, 15 ଗୁରୁତର

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.