ETV Bharat / state

ବିବାହ ଭୋଜିରୁ ଫେରୁଥିବାବେଳେ ଜଗିଥିଲା ଯମ ! ଭ୍ୟାନ ଓଲଟି 5 ମୃତ, 15 ଗୁରୁତର

author img

By ETV Bharat Odisha Team

Published : Mar 8, 2024, 7:20 PM IST

Updated : Mar 8, 2024, 9:34 PM IST

Accident In Rourkela: ରାଉରକେଲା ନିକଟସ୍ଥ ଲାଠିକଟା ମୁଣ୍ଡାଜୋରରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅଧିକ ପଢନ୍ତୁ

Rourkela Accident
Rourkela Accident

ଭ୍ୟାନ ଓଲଟି 5 ମୃତ

ରାଉରକେଲା: ଲାଠିକଟା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା । ବିବାହ କାର୍ଯ୍ୟକ୍ରମ ସାରି ଫେରିବାବେଳେ ଓଲଟିିଲା ଭ୍ୟାନ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଲାଠିକଟା ହାଟ ନିକଟରେ ତରବରିଆ ଭାବେ ଅତିକ୍ରମ କରିବା ପାଇଁ ଚାଳକ ଜଣଙ୍କ ଚେଷ୍ଟା କରୁଥିବାବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଭାରସାମ୍ୟ ହରାଇ ଓଲଟି ପଡିଛି ଭ୍ୟାନ। ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏହାସହ ଦୁର୍ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛିି । ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ୫ଟି ଭ୍ୟାନରେ ଲୋକମାନେ ଆସିଥିଲେ । ବାହାଘରରେ ଯୋଗ ଦେଇ ହସଖୁସିରେ ଲାଠିକଟା ଓରାଘଟକୁ ସେମାନେ ଫେରୁଥିଲେ । ଫେରିବାବେଳେ ମୁଣ୍ଡାଜୋର ନିକଟରେ ଗୋଟିଏ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ...ରାଣୀପଥର ଘାଟିରେ ଓଲଟିଲା OSRTC ବସ, 15 ଯାତ୍ରୀ ଆହତ

ଏହା ମଧ୍ୟ ପଢନ୍ତୁ...ରାସ୍ତାରେ ଜଳିଗଲା କାର; 3 ମୃତ, ଜଣେ ଗୁରୁତର

ଏହା ମଧ୍ୟ ପଢନ୍ତୁ...ମଝି ରାସ୍ତାରେ ବ୍ରେକ ଫେଲ ହେଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା । ପରେ ୩ ଜଣ ଗୁରୁତରଙ୍କୁ ଜେପି ହସ୍ପିଟାଲ ପଠାଯାଇଛି । ମୃତକଙ୍କ ପୋଷ୍ଟମର୍ଟମ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ହସଖୁସିର ମାହୋଲ ଶୋକାକୁଳ ପରିବେଶରେ ପରିଣତ ହୋଇଛି । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବାବେଳେ ବେଶ ଖୁସିଥିଲେ ସମସ୍ତେ । ଆଉ ଫେରିବାବେଳେ ସତେ ଯେମିତି ମଝି ରାସ୍ତାରେ ଜଗି ବସିଥିଲା ଯମ। ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିବାରୁ ଏକାସହ 5 ଜଣଙ୍କ ଜୀବନ ଚାଲି ଯାଇଛି। ୧୫ ଜଣ ଗୁରୁତର ଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆଜି ପରିତ୍ର ଶିରବାତ୍ରୀ ପାଇଁ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ ।

ଇଟିଭି ଭାରତ, ରାଉରକେଲା

Last Updated : Mar 8, 2024, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.