ETV Bharat / state

ପୁରୁଣା କଟକକୁ ମିଳିଲାନି ଏନଏସି ମାନ୍ୟତା, ପ୍ରତିବାଦରେ 12 ଘଣ୍ଟିଆ ବନ୍ଦ

author img

By ETV Bharat Odisha Team

Published : Feb 25, 2024, 1:06 PM IST

Updated : Feb 25, 2024, 2:17 PM IST

Puruna Cuttack Bandh
Puruna Cuttack Bandh

Puruna Cuttack Bandh: ଏନଏସି ମାନ୍ୟତା ନ ମିଳିବାରୁ ଆଜି 12 ଘଣ୍ଟିଆ ପୁରୁଣା କଟକ ବନ୍ଦ । ଏନେଇ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Puruna Cuttack Bandh

ବୌଦ୍ଧ: ଦୀର୍ଘ ବର୍ଷର ଦାବି ପରେ ମଧ୍ୟ ଘୋଷଣା ହେଲାନି ପୁରୁଣା କଟକ ଏନଏସି । ଏହାର ପ୍ରତିବାଦରେ ଆଜି 12 ଘଣ୍ଟିଆ ପୁରୁଣା କଟକ ବନ୍ଦ ପାଳନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି । ଏନେଇ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ତେବେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଏହାରି ମଧ୍ୟରେ ଗତକାଲି(ଶନିବାର) ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରପାଳିକା ତଥା କଣ୍ଟାମାଳକୁ ନୂତନ ଏନଏସି ପାଇଁ ଘୋଷଣା ହୋଇଥିଲା । ହେଲେ ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନ୍ ଏସି ମାନ୍ୟତା ମିଳିନଥିବାରୁ ଏନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ସଂଧ୍ୟାରେ ମନମୁଣ୍ଡା ଠାରେ କଣ୍ଟାମାଳ ବିଧାୟକ ପ୍ରତିଶୃତି ପାଳନ କରି ନ ଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହିତ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା, ଅଞ୍ଚଳବାସୀଙ୍କ ହଙ୍ଗମା

ଏହା ମଧ୍ୟ ପଢନ୍ତୁ - ବୌଦ୍ଧରେ ଖୁସିର ଲହରୀ, ବୌଦ୍ଧକୁ ମ୍ୟୁନିସିପାଲଟି ଓ କଣ୍ଟାମାଳକୁ ଏନଏସି ମାନ୍ୟତା

ସେହିପରି ବାଉଶୁଣୀକୁ ଏନ୍ଏସି ମାନ୍ୟତା ମିଳି ନ ଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ହରଭଙ୍ଗା ବ୍ଲକର ଏକମାତ୍ର ଏନଏସି ପାଇଁ ପୁରୁଣା କଟକ ଉପଯୁକ୍ତ ସ୍ଥାନ ହୋଇ ମଧ୍ୟ ପୁରୁଣା କଟକ ଏନଏସି ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି । ତେଣୁ ଏହାର ପ୍ରତିବାଦରେ ଆଜି କ୍ରିୟାନୁଷ୍ଠାନ କମିଟି, ଭୈରବୀ କ୍ଲବ, ବଜାର କମିଟି ଓ ବିଭିନ୍ନ ସଂଗଠନ ତରଫରୁ ୧୨ ଘଣ୍ଟିଆ ପୁରୁଣା କଟକ ବନ୍ଦ ଡ଼ାକରା ଦିଆଯାଇଛି । କେବଳ ଗାଡ଼ି ମୋଟର ଚଳାଚଳକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଆସନ୍ତା ୭ ଦିନ ମଧ୍ୟରେ ପୁରୁଣା କଟକକୁ ଏନ୍ ଏସି ମାନ୍ୟତା ପାଇଁ ପୁନର୍ବିଚାର କରାନଗଲେ ଆନ୍ଦୋଳନକୁ ଜୋରଦାର କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ଉପରେ ଗଭୀର ପ୍ରଭାବ ପଡିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Feb 25, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.