ETV Bharat / state

ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା, ଅଞ୍ଚଳବାସୀଙ୍କ ହଙ୍ଗମା

author img

By ETV Bharat Odisha Team

Published : Feb 25, 2024, 8:51 AM IST

Updated : Feb 25, 2024, 12:39 PM IST

NAC Status: ଏନ୍‌ଏସି ମାନ୍ୟତା ପ୍ରଦାନରୁ ବାଦ୍‌ ଦିଆଯାଇଛି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଅଞ୍ଚଳ । ରାଜ୍ୟ ସରକାର ପୁନର୍ବିଚାର ନକଲେ ଆନ୍ଦୋଳନ କରିବା ନେଇ ଚେତାବନୀ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା
ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା

ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା

ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ଅଞ୍ଚଳକୁ ମିଳିଲାନି ଏନଏସି ମାନ୍ୟତା । ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ଥାନୀୟ ନେତୃବୃନ୍ଦଙ୍କ ଅପାରଗତାକୁ ଦାୟୀ କରି ସ୍ଥାନୀୟ ଅଧିବାସୀ ଏହାର ତୀବ୍ର ବିରୋଧ କରିବା ସହିତ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ତେବେ ଗତକାଲି(ଶନିବାର) ରାଜ୍ୟ ସରକାର ଓଡ଼ିଶାର ନୂତନ ୩୪ ଗୋଟି ଏନଏସିକୁ ଘୋଷଣା କରିଛନ୍ତି । ଏଥିରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଏନ୍ ଏସିକୁ ମ୍ୟୁନିସିପାଲଟିରେ ପରିଣତ ସହିତ କଣ୍ଟାମାଳକୁ ମଧ୍ୟ ନୂତନ ଏନଏସିର ମାନ୍ୟତା ମିଳିଛି । କିନ୍ତୁ ଦୀର୍ଘ ଦିନ ହେଲା ବୌଦ୍ଧ ଜିଲ୍ଲାର ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ପଞ୍ଚାୟତ ମନମୁଣ୍ଡାକୁ ଏନ୍ଏସି ମାନ୍ୟତା ପ୍ରଦାନ କରାଯାଇନାହିଁ । ଗୋଟିଏ ପଟରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ଠାରେ ନୂତନ ମ୍ୟୁନିସିପାଲଟି ଓ ଏନଏସି ପାଇଁ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାର ମନମୁଣ୍ଡା ଅଞ୍ଚଳକୁ ଏନ୍ଏସିର ମାନ୍ୟତା ପାଇଁ ସର୍ବ ପ୍ରଥମେ ଦାବି ଉଠିଥିଲା ।

ତେଲନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ମନମୁଣ୍ଡା ଅଞ୍ଚଳ ଉପରେ ଅଞ୍ଚଳର ୮ଗୋଟି ପଞ୍ଚାୟତର ଅଧିବାସୀ ସ୍ବାସ୍ଥ୍ୟ ସେବା, ବ୍ୟବସାୟ, ଥାନା, ଉଚ୍ଚଶିକ୍ଷା, ବ୍ୟାଙ୍କ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭରଶୀଳ । ତେବେ ଦୀର୍ଘ ବର୍ଷ ହେଲା ମନମୁଣ୍ଡାକୁ ଏନ୍ଏସି ମାନ୍ୟତା ପ୍ରଦାନ ପାଇଁ ମନମୁଣ୍ଡା ନାଗରିକ କମିଟି ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା । କଣ୍ଟାମାଳ ବିଧାୟକ ମହୀଧର ରଣା ମଧ୍ୟ ବାରମ୍ବାର ମନମୁଣ୍ଡାକୁ ଏନ୍ଏସି ମାନ୍ୟତା ପ୍ରଦାନ କରାଯିବ ବୋଲି ଆଶ୍ଵସନା ଦେଇ ଆସୁଥିଲେ । ଏପରିକି ଗତ କିଛି ଦିନ ପୂର୍ବରୁ ମନମୁଣ୍ଡା ଠାରେ ଅନୁଷ୍ଠିତ ଅସୁରଗଡ ଲୋକ ମହୋତ୍ସବ ମଞ୍ଚରେ ମଧ୍ୟ ମନମୁଣ୍ଡା ଏନ୍ ଏସିକୁ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

କିନ୍ତୁ ଆଜି ନୂତନ ଏନ୍ଏସିରେ ମନମୁଣ୍ଡାକୁ ସ୍ଥାନ ନ ମିଳିବାରୁ ଶନିବାର ସନ୍ଧ୍ୟାରେ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସ୍ଥାନୀୟ ସୁବର୍ଣ୍ଣମେରୁ ମନ୍ଦିର ନିକଟରେ ଅଞ୍ଚଳର ଶତାଧିକ ନାଗରିକ ଏକତ୍ରିତ ହୋଇ ଏହାର ତୀବ୍ର ବିରୋଧ କରିବା ସହିତ ଏନେଇ ପ୍ରତିବାଦ ଜଣାଇଛନ୍ତି । ମନମୁଣ୍ଡା ଅଞ୍ଚଳର ଅଧିବାସୀ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଏନେଇ ରାଜ୍ୟ ସରକାର ପୁନର୍ବିଚାର ନକଲେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବା ସହିତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 25, 2024, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.