ETV Bharat / state

ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

author img

By ETV Bharat Odisha Team

Published : Feb 7, 2024, 7:46 PM IST

Manamunda Deprived Of Basic Amenities: ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସହରରେ ମୌଳିକ ସୁବିଧାର ଅଭାବ । ଆଖପାଖର ୧୦ଟି ପଞ୍ଚାୟତର ଲୋକ ମନମୁଣ୍ଡା ଉପରେ ନିର୍ଭରଶୀଳ । ଅଧିକ ପଢନ୍ତୁ

ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି
ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

ବୌଦ୍ଧ: ବିକାଶ ଠାରୁ ବହୁ ଦୂରରେ ଐତିହାସିକ ଗୁରୁତ୍ବ ବହନ କରୁଥିବା ମନମୁଣ୍ଡା ଅଞ୍ଚଳ । ନାନା ମୌଳିକ ସମସ୍ୟା ଘେରରେ ମନମୁଣ୍ଡା ଓ ଏହାର ଆଖପାଖ ଅଞ୍ଚଳ । ଓଡ଼ିଶାର ଦୁଇଟି ପ୍ରମୁଖ ନଦୀ ମହାନଦୀ ଓ ତେଲନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସହର । ମନମୁଣ୍ଡା ଉପରେ ଅନ୍ୟୁନ ଦଶଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ନେଇ ବାଣିଜ୍ୟ କାରବାର , ଥାନା, ଉଚ୍ଚ ଶିକ୍ଷା ଭଳି ବିଭିନ୍ନ କାର୍ଯ୍ୟ ନିମନ୍ତେ ଆଖପାଖ ଅଞ୍ଚଳର ଅଧିବାସୀମାନେ ମନମୁଣ୍ଡା ଉପରେ ନିର୍ଭରଶୀଳ ।

ତେବେ ଆଶ୍ଚର୍ଯ୍ୟର କଥା ଯେ ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ମନମୁଣ୍ଡା ଅଞ୍ଚଳର ଅଧିବାସୀ ବର୍ଷ ତମାମ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଦୀର୍ଘ ବର୍ଷ ହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିବା ସହ ଏକ ବୃହତ୍ ଶିଶୁ ମହିଳା ଡାକ୍ତରଖାନା ନିର୍ମାଣ ହେଉଛି । କିନ୍ତୁ ଏଠାରେ ଦୀର୍ଘ ଦିନ ହେଲା ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଅଞ୍ଚଳର ରୋଗୀସେବା ବାଧାପ୍ରାପ୍ତ ହେବା ସହିତ ରୋଗୀ ମାନେ ବାଧ୍ୟ ହୋଇ ଅନ୍ୟ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ନିର୍ଭରଶୀଳ ।

ଏହା ମଧ୍ୟ ପଢନ୍ତୁ ... ଅଧାପନ୍ତରିଆ ନନ୍ଦନବନ ପ୍ରକଳ୍ପ, କେବେ ପୂରଣ ହେବ ଇକୋ ପାର୍କର ସ୍ୱପ୍ନ ?

ସେହିପରି ମନମୁଣ୍ଡା ବନାଞ୍ଚଳ, ପ୍ରାଣୀ ଚିକିତ୍ସାଳୟ ଓ ଥାନା ଉପରେ ଶହ ଶହ ହିତାଧିକାରୀ ନିର୍ଭର କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଆନୁଷ୍ଠାନିକ ସୁବିଧା ଆଦୌ କରାଯାଇନାହିଁ । ସେପଟେ ଦୀର୍ଘ ପ୍ରାୟ ପଚାଶ ବର୍ଷ ତଳେ ମନମୁଣ୍ଡାରୁ ସୋନପୁରକୁ ସଂଯୋଗ କରୁଥିବା ତେଲନଦୀ ସେତୁ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ସେତୁ ଉପରେ ଛୋଟ ବଡ଼ ସଡକ ଦୁର୍ଘଟଣା ଘଟୁଛି । ମନମୁଣ୍ଡା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ଏକ ଏନ୍ଏସି ଗଠନ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।

ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବା ମନମୁଣ୍ଡା ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ତଥା ବହୁବିଧ ଦାବି ପୂରଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ । ଏନେଇ କଣ୍ଟାମାଳ ବିଧାୟକ ଅଞ୍ଚଳବାସୀଙ୍କ ଦାବି ସପକ୍ଷରେ ମତ ପ୍ରକାଶ କରିବା ସହିତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.