ETV Bharat / sports

T20 ବିଶ୍ବକପକୁ ଆତଙ୍କବାଦୀ ଭୟ, ଧମକ ମିଳିବା ପରେ ହାଇ ଆଲର୍ଟରେ ୱେଷ୍ଟଇଣ୍ଡିଜ - T20 World Cup 2024

author img

By ETV Bharat Odisha Team

Published : May 6, 2024, 12:37 PM IST

T20 World Cup 2024: ଟି20 ବିଶ୍ବକପରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ । ୱେଷ୍ଟଇଣ୍ଡିଜରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢ଼ନ୍ତୁ

T20 World Cup 2024
T20 World Cup 2024 (ANI)

ନୂଆଦିଲ୍ସୀ: ଆଇସିସି ଟି20 ବିଶ୍ବକପକୁ ଆଉ ମାତ୍ର କିଛିଦିନ ବାକି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଆତଙ୍କବାଦୀ ଆକ୍ରମଣର ଭୟ ସମସ୍ତଙ୍କ ନିଦ ହଜେଇ ଦେଇଛି । ଟି20 ବିଶ୍ବକପରେ ଆତଙ୍କବାଦୀ ନେଇ ୱେଷ୍ଟଇଣ୍ଡିଜକୁ ଆକ୍ରମଣ ଧମକ ମିଳିଛି । କ୍ରିକେଟ ୱେଷ୍ଟଇଣ୍ଡିଜଙ୍କୁ ଉତ୍ତର ପାକିସ୍ତାନରୁ ଏପରି ଧମକ ଆସିଛି । ଏହାପରେ ୱେଷ୍ଟଇଣ୍ଡିଜରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି । ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ବିଶ୍ୱକପ ପାଇଁ ବିପଦ ଆଶଙ୍କା ଦୂର କରିବାକୁ CWI ଚେଷ୍ଟା ଜାରି ରଖିଛି ।

CWI ସିଇଓ ଜନି ଗ୍ରେଭ୍ସ ରବିବାର ଦିନ କ୍ରିକବଜକୁ କହିଛନ୍ତି , ''ଆମେ ସମସ୍ତ ଦେଶ ତଥା ସହରର ଅଧିକାରୀଙ୍କ ସହ ମିଶି ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟ କରୁଛୁ । ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ଭାବେ ସମ୍ପାଦନ କରିବା ସହ ବିପଦରୁ ଦୂରେଇ ରହିବା ପାଇଁ ଉପଯୁକ୍ତ ଯୋଜନା ନିଶ୍ଚିତ କରିବାକୁ ଚେଷ୍ଟା ଜାରି ରହିଛି । ଆମେ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଆଇସିସି ପୁରୁଷ ଟି -20 ବିଶ୍ୱକପର ସମସ୍ତ ଦଳ, ଦର୍ଶକ ଏବଂ ପ୍ରଶଂସକଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏଥିପାଇଁ ଆମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଓ ପୁରୁଷ ରିଲେ ଟିମ୍‌ - Paris Olympics 2024

କ୍ରିକେଟ୍ ୱେଷ୍ଟଇଣ୍ଡିଜ ପାଇଥିବା ଆତଙ୍କବାଦୀ ଆଲର୍ଟରେ କୁହାଯାଇଛି ଯେ, 'ପ୍ରୋ-ଇସଲାମିକ୍ ଷ୍ଟେଟ୍‌ (ଆଇଏସ୍) ଟୁର୍ଣ୍ଣାମେଣ୍ଟ ବିରୋଧରେ ହିଂସା ସୃଷ୍ଟି କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଆଫଗାନିସ୍ତାନ-ପାକିସ୍ତାନ ଶାଖା (ଆଇଏସ୍-କେ)ର ଭିଡିଓ ବାର୍ତ୍ତା ସାମିଲ ଅଛି । ଯେଉଁଥିରେ ବିଭିନ୍ନ ଦେଶରେ ହୋଇଥିବା ଆକ୍ରମଣକୁ ପ୍ରଦର୍ଶିତ କରାଯାଇଛି । ଏବଂ ସମର୍ଥକମାନଙ୍କୁ ସେମାନଙ୍କ ଦେଶରେ ଯୁଦ୍ଧକ୍ଷେତ୍ରରେ ଯୋଗଦେବାକୁ ଅନୁରୋଧ କରାଯାଇଛି ।

ଚଳିତ ଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି -20 ବିଶ୍ୱକପ୍ ଆୟୋଜନ କରୁଛନ୍ତି । ଆମେରିକା ପ୍ରଥମ ଥର ପାଇଁ କ୍ରିକେଟ୍ ଆୟୋଜନ କରୁଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ପୂର୍ବରୁ କ୍ରିକେଟ ପାଇଁ ଆମେରିକାରେ ଉତ୍କୃଷ୍ଟ ଷ୍ଟାଡିୟମ ଉପଲବ୍ଧ ନଥିଲା । ଏବେ ଟି20 ବିଶ୍ବକପ୍‌ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.