ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଓ ପୁରୁଷ ରିଲେ ଟିମ୍‌ - Paris Olympics 2024

author img

By ETV Bharat Odisha Team

Published : May 6, 2024, 10:34 AM IST

Paris Olympics 2024
Paris Olympics 2024 (ANI)

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାୟରରେ ଭାରତୀୟ ମହିଳା ଓ ପୁରୁଷ 4x400 ମିଟର ରିଲେ ଟିମର ଦମଦାର ପ୍ରଦର୍ଶନ । ଦ୍ବିତୀୟ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଉଭୟ ପୁରୁଷ ଓ ମହିଳା ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ରିଲେ ଟିମ ଓ ପୁରୁଷ ରିଲେ ଟିମ । ସୋମବାର ଆୟୋଜିତ ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାୟରରେ ଭାରତୀୟ ମହିଳା ଓ ପୁରୁଷ 4x400 ମିଟର ରିଲେ ଟିମ ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ମହିଳା ପ୍ରତିଯୋଗିତାରେ ରୁପାଲ ଚୌଧୁରୀ, ଏମଆର ପୁବଓ୍ବାମା, ଜ୍ୟୋତିକାଶ୍ରୀ ଦାଣ୍ଡି ଏବଂ ସୁଭା ଭେଙ୍କଟେସନ 3 ମିନିଟ ଓ 23.35 ସେକେଣ୍ଡରେ ସମାପ୍ତ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ସମାନ ଭାବରେ ପୁରୁଷ ରିଲେ ଟିମ୍‌ ମଧ୍ୟ 3 ମିନିଟ 3.23 ସେକେଣ୍ଡରରେ ସେ ଦୌଡ ସମାପ୍ତ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ମୀରାବାଇ ଚାନୁ - Paris Olympics 2024

ସେହିଭଳି ପୁରୁଷ ରିଲେ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଦଳରେ ଥିବା ମହମ୍ମଦ ଅନାସ, ୟେହିଆୟା, ମହମ୍ମଦ ଅଜମଲ, ଆରୋକିଆ ରାଜୀବ ଏବଂ ଆମୋସ ଯାକବ ନେଇ ଗଠିତ ଭାରତୀୟ ପୁରୁଷ 4x400 ମିଟର ରିଲେ ଅଲିମ୍ପିକ ଖେଳ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 3 ମିନିଟ 3.23 ସେକେଣ୍ଡରରେ ସେ ଦୌଡ ସମାପ୍ତ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭାରତୀୟ ମହିଳା ଦଳ ରବିବାର ପ୍ରଥମ ରାଉଣ୍ଡରେ 3 ମିନିଟ 29.74 ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଭିନେଶ ଫୋଗଟ, ମହିଳା ବର୍ଗରେ 4 ଜଣଙ୍କୁ ସଫଳତା - Pairs Olympics 2024

ଆସନ୍ତା ଜୁଲାଇ ମାସରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି ପ୍ୟାରିସ ଅଲମ୍ପିକ୍ସ । ପ୍ରତିଟି ବିଭାଗରେ ଯୋଗ୍ୟତା ପାଇଁ ଏବେ ପ୍ରତିଯୋଗିତା ଜାରି ରହିଛି । ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ଅଚନ୍ତା ସରଥ କମଲ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି । ପୂର୍ବରୁ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କ ସହ ତିନି ଜଣ ଭାରତୀୟ କୁସ୍ତି ଯୋଦ୍ଧା ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କରିଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଇ ଚାନୁ ମଧ୍ୟ ଏହି ଅଲମ୍ପିକ୍ସ ଖେଳିବାକୁ ଯୋଗ୍ୟ ବିବେଚତି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.