ETV Bharat / sports

ପ୍ୟାରିସ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଭିନେଶ ଫୋଗଟ, ମହିଳା ବର୍ଗରେ 4 ଜଣଙ୍କୁ ସଫଳତା - Pairs Olympics 2024

author img

By ETV Bharat Odisha Team

Published : Apr 21, 2024, 7:07 AM IST

Pairs Olympics 2024: ଅନ୍ତର୍ଜାତୀୟ ସ୍ତରରେ ପୁଣି ନିଜର ଦମଦାର ପ୍ରଦର୍ଶନ ଦେଖାଇଲେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ପ୍ୟାରିସ ଅଲିମ୍ପିକ୍ସ ପାଇଁ କଲେ ଯୋଗ୍ୟତା ଅର୍ଜନ । ଅଧିକ ପଢନ୍ତୁ

Pairs Olympics 2024
Pairs Olympics 2024

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ପୁଣି ନିଜର ଦମଦାର ପ୍ରଦର୍ଶନ ଦେଖାଇଲେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ସେ ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭିନେଶ ଫୋଗଟଙ୍କ ସହ ଅନ୍ୟ ତିନି ଜଣ ଭାରତୀୟ କୁସ୍ତି ଯୋଦ୍ଧା ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । ଅନ୍ୟପଟେ ଏବେସୁଦ୍ଧା କୌଣସି ପୁରୁଷ ଖେଳାଳି ଏହି କୋଟା ହାସଲ କରିନାହାନ୍ତି ।

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରିଥିବା ଭିନେଶ ଫୋଗଟ ପୁଣି ଅନ୍ତର୍ଜାତୀୟ ସ୍ତରରେ ନିଜର ଜଲଓ୍ୱା ଦେଖାଇଛନ୍ତି । ଶନିବାର ଦିନ ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାୟରରେ ଦମଦାର ପ୍ରଦର୍ଶନ କରି କୋଟା ହାସଲ କରିଛନ୍ତି । 50 କେଜି ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସରେ ସେ କୋଟା ହାସଲ କରିଛନ୍ତି । ତାଙ୍କ ସହ ଅଂଶୁ ମଲ୍ଲିକ (57 କେଜି), ଅଣ୍ଡର 23 ବିଶ୍ୱ ଚାମ୍ପିୟନ ରିତିକା (76 କେଜି) ନିଜର ଦମଦାର ପ୍ରଦର୍ଶନ ଦେଖାଇ ଫାଇନାଲରେ ପହଞ୍ଚି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନିଜ ସ୍ଥାନ ପକ୍କା କରି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି

ଭାରତ ବର୍ତ୍ତମାନ ସୁଦ୍ଧା ପ୍ୟାରିସ ଅଲିମ୍ପିକ୍ସ ପାଇଁ 4ଟି କୋଟା ହାସଲ କରିଛି । ସର୍ବପ୍ରଥମେ ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନସିପରେ କାଂସ୍ୟ ପଦକ ହାସଲ କରି 53 କେଜି ବର୍ଗରେ କୋଟା ହାସଲ କରିଥିଲେ । ତେବେ ଏହା ଦେଖିବାକୁ ବାକି ରହିଲା ଯେ, ଭାରତୀୟ କୁସ୍ତି ମହାସଂଘ କୋଟା ବିଜେତାଙ୍କୁ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଦେଉଛି ନା ଜାତୀୟ କୁସ୍ତି ଟିମ୍ ଚୟନ ପାଇଁ ଫାଇନାଲ ଟ୍ରାଏଲ ଆୟୋଜିତ କରୁଛି ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତ 7 ଜଣ କୁସ୍ତି ଯୋଦ୍ଧାଙ୍କୁ ପଠାଇଥିଲା । ଯେଉଁଥିରେ 4 ଜଣ ମହିଳା ସୀମା ବିସ୍ଲା (50 କେଜି), ଭିନେଶ ଫୋଗଟ(53 କେଜି), ଅଂଶୁ (57 କେଜି) ଓ ସୋନମ ମଲିକ (62 କେଜି) ସାମିଲ ଥିଲେ । ତେବେ ପ୍ୟାରିସ ଅଲିମ୍ପିକ୍ସର ଶେଷ ବିଶ୍ୱ କ୍ୱାଲିଫାୟର ମ୍ୟାଚ ତୁର୍କୀରେ ମେ' 9 ତାରିଖରେ ଅନୁଷ୍ଠିତ ହେବ । ଏହା ଭିନେଶ ଫୋଗଟଙ୍କର ଲଗାତର ଭାବେ ତୃତୀୟ ଅଲିମ୍ପିକ୍ସ କୋଟା ଅଟେ । ସେ ଏହା ପୂର୍ବରୁ ରିୟୋ ଅଲିମ୍ପିକ୍ସ (2016), ଟୋକିଓ ଅଲିମ୍ପିକ୍ସ (2020)ରେ ଭାଗ ନେଇ ଜିତ ହାସଲ କରିଥିଲେ । ତେବେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ ସମୟରେ ଟ୍ରେନିଂରେ ଅବହେଳା ହୋଇଥିଲେ ମଧ୍ୟ ଭିନେଶ ଫୋଗାଟ ଏହି ସଫଳତା ପାଇ ପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.