ETV Bharat / bharat

ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Jan 14, 2024, 1:47 PM IST

Death threats to Sanjay Singh: ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତି ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ । ଫୋନ ମାଧ୍ୟମରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଥିବା ନେଇ ଏତଲା । ଅଧିକ ପଢନ୍ତୁ

ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତିଙ୍କୁ ହତ୍ୟା ଧମକ
ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତିଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତି ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ । ଏନେଇ ଉତ୍ତରପ୍ରଦେଶ ସ୍ଥିତ ବନାରସର ଭେଲୁପୁର ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି ସଞ୍ଜୟ ସିଂହ । ଫୋନ ଯୋଗେ ତାଙ୍କୁ କେହି ଅଜଣା ବ୍ୟକ୍ତି ବାରମ୍ବାର ଏହି ହତ୍ୟା ଧମକ ଦେବା ସହ ଗାଳିଗୁଳଜ କରୁଥିବା ନେଇ ସେ ଏତଲାରେ ଲେଖିଛନ୍ତି । ଅନ୍ୟପଟେ ଅଭିଯୋଗ ପାଇବା ପରେ ଧମକ ମିଳିଥିବା ନମ୍ୱରକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସଞ୍ଜୟ ସିଂହ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କ ନମ୍ବରକୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ବାରମ୍ବାର ଧମକ ଦେଉଛି । ଜାନୁଆରୀ 12 ତାରିଖ ରାତି 8.30ରେ ଏକ ଅଜଣା ନମ୍ବରରୁ ତାଙ୍କ ଫୋନକୁ କଲ୍ ଆସିଥିଲା । କଲ୍ ରିସିଭ କରିବା ପରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା । ଏହାପରେ ସେ ଫୋନ କାଟି ଦେଇଥିଲେ । ହେଲେ ପୁଣି ଥରେ ରାତି 9ଟା 35 ସୁଦ୍ଧା ସେହି ଅଜଣା ନମ୍ବରରୁ କଲ୍ ଆସିଥିଲା । ହେଲେ ସେହି ସମୟରେ ସେ କଲ୍ କୁ ରିସିଭ କରିନଥିବା କହିଛନ୍ତି ସଞ୍ଜୟ ସିଂହ ।

ଏହାମଧ୍ୟ ପଢନ୍ତୁ.. ପୂଜା ହେଗଡେଙ୍କୁ ହତ୍ୟା ଧମକ ! ଦୁବାଇ ଲଞ୍ଚ ଇଭେଣ୍ଟରେ ହୋଇଥିଲେ ସାମିଲ

ଏହାପରେ ପୁଣି 13 ଜାନୁଆରୀ ମଧ୍ୟାହ୍ନ 12ଟା 17 ସମୟରେ ସେହି ଅଜଣା ନମ୍ବରରୁ କଲ୍ ଆସିଥିଲା । ଏହି କଲକୁ ଉଠାଇବାରୁ ପୁଣି ଗାଳି ଦେବା ସହ ହତ୍ୟା ଧମକ ଦେଇଥିଲା କଲ କରିଥିବା ବ୍ୟକ୍ତି ଜଣକ । ଏହାପରେ ପୁଣି ଅପରାହ୍ନ 2ଟା 42, 2ଟା 48 ସମୟରେ ଉକ୍ତ ନମ୍ବରରୁ କଲ ଆସିଥିଲା । ଏହି ସମୟରେ ଫୋନ ରିସିଭ କରିବାରୁ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଓ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଯାହାକୁ ନେଇ ସେ ଓ ତାଙ୍କ ପରିବାର ଲୋକେ ଭୟଭୀତ ରହିଥିବା କହିଛନ୍ତି ସଞ୍ଜୟ ସିଂହ ।

ଅନ୍ୟପଟେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । କଲ୍ ଆସିଥିବା ନମ୍ବରଟିକୁ ଯାଞ୍ଚ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.