ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ମୀରାବାଇ ଚାନୁ - Paris Olympics 2024

author img

By ETV Bharat Odisha Team

Published : Apr 2, 2024, 12:25 PM IST

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ମୀରାବାଇ ଚାନୁ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ସଫଳ ହେଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଇ ଚାନୁ । ଥାଇଲାଣ୍ଡରେ ଆୟୋଜିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ବି ଆଇଡବ୍ଲୁ ବିଶ୍ବକପରେ ମୀରାବାଇ ଚାନୁ ତୃତୀୟ ସ୍ଥାନରେ ରହିଛନ୍ତି । 49 କିଲୋ ବର୍ଗରେ ସେ 184 କିଲୋ ଭାରୋତ୍ତଳନ କିରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ପାଇଛନ୍ତି । ଆଘାତ ଜନିତ ସମସ୍ୟା ଯୋଗୁଁ ଛଅ ମାସ ଧରି ସେ ଭାର ଭାରୋତ୍ତଳନରୁ ଦୂରେଇ ରହିଥିଲେ । ଏହାପରେ ପୁଣି ସେ କମବ୍ୟାକ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମୁମ୍ବାଇରେ ଆତଙ୍କ ଖେଳାଇଲେ ବୋଲ୍ଟ-ଚହଲ, ପାଣ୍ଡ୍ୟା ବାହିନୀର ହ୍ୟାଟ୍ରିକ ପରାଜୟ - IPL 2024

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଇଡବ୍ଲୁ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଥିଲା ଅନ୍ତିମ ଯୋଗ୍ୟତା ପର୍ଯ୍ୟାୟ । ଚାନୁ ତାଙ୍କ ଇଭେଣ୍ଟ ସମାପ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସର ମାନଦଣ୍ଡ ପୂରଣ କରିଛନ୍ତି । ଦୁଇଟି ବାଧ୍ୟତାମୂଳକ ଇଭେଣ୍ଟ ଏବଂ ଅନ୍ୟ ତିନୋଟି ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ ସେ । ମହିଳା 49 କିଲୋଗ୍ରାମ ଅଲିମ୍ପିକ୍ସ କ୍ବାଲିଫିକେସନ ରାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଚାନୁ । ବିଶ୍ବକପ ସରିବା ପରେ ମୀରାବାଇ ଚାନୁଙ୍କ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ସରକାରୀ ଭାବେ ଘୋଷଣା କରାଯିବ । ପ୍ରତ୍ୟେକ ଭାର ଉତ୍ତୋଳନ ଶ୍ରେଣୀର ଶ୍ରେଷ୍ଠ ୧୦ ଲିଫ୍ଟର୍ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଗତବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ଗେମ୍ସରେ ଶେଷ ଥର ପାଇଁ ଅଂଶ ଗ୍ରହଣ କରିଥିଲେ ଚାନୁ । ସେହି ସମୟରେ ସେ ଆହତ ହେବା ପରଠାରୁ ଭାର ଉତ୍ତୋଳନ ଠାରୁ ଦୂରେଇ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ 200 ମ୍ୟାଚ୍‌, ରବୀଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ପିନର - RAVICHANDRAN ASHWIN

ସୋମବାର ଅନୁଷ୍ଠିତ ଆଇଡବ୍ଲୁ ବିଶ୍ବକପରେ ଚାନୁ ପ୍ରତ୍ୟାବର୍ତ୍ତନ ପ୍ରତିଯୋଗିତରେ 3ଥର ସ୍ନଚ ଉତ୍ତୋଳନ କରି ସଫଳତା ପାଇଥିଲେ । କ୍ଲିନ ଓ ଜର୍କରେ ସେ ପ୍ରଥମ 2 ଥର ସଫଳ ହୋଇ ଅନ୍ତିମ ପ୍ରୟାସରେ ଫେଲ ମାରିଥିଲେ । ସ୍ନାଚରେ 81 କେଜି ଏବଂ କ୍ଲିନ ଓ ଜର୍କରେ 103 କେଜି ଉଠାଇ ତୃତୀୟ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । 2018 କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଓ 2014 କମନ ୱେଲଥ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ଚାନୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.