ETV Bharat / sports

ଲଣ୍ଡନ ସିପ୍ଟ ହେବେ ବିରୁଷ୍କା ! ନେଇପାରନ୍ତି ବିଦେଶୀ ନାଗରିକତା

author img

By ETV Bharat Odisha Team

Published : Mar 18, 2024, 8:13 PM IST

ଲଣ୍ଡନ ସିପ୍ଟ ହେବେ ବିରୁଷ୍କା! ନେଇପାରନ୍ତି ବିଦେଶୀ ନାଗରିକତା
ଲଣ୍ଡନ ସିପ୍ଟ ହେବେ ବିରୁଷ୍କା! ନେଇପାରନ୍ତି ବିଦେଶୀ ନାଗରିକତା

Virat-Anushka Planning To Shift UK: ପୁଣି ଚର୍ଚ୍ଚାରେ ରହିଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ରିପୋର୍ଟ ଅନୁସାରେ, ଏହି ଦମ୍ପତ୍ତି ଭାରତ ଛାଡି ଲଣ୍ଡନ ସିପ୍ଟ ହେବେ ବୋଲି କୁହାଯାଉଛି । ନିକଟରେ ଏହି ଦମ୍ପତିଙ୍କ ପୁଅ ଅକାୟଙ୍କ ଜନ୍ମ ଲଣ୍ଡନରେ ହୋଇଥିବା ବେଳେ ବର୍ତ୍ତମାନ ଏହି ଦମ୍ପତି ଲଣ୍ଡନ ଚାଲିଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାଆନ୍ତି । ଏହି ଷ୍ଟାର ଦମ୍ପତ୍ତି ନିକଟରେ ସେମାନଙ୍କ ଦ୍ୱିତୀୟ ସନ୍ତାନର ପିତାମାତା ହୋଇଥିଲେ । ଅନୁଷ୍କା ଫେବୃଆରୀ ୧୫ରେ ଲଣ୍ଡନରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଖୁସି ଖବର ଉଭୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ବିରାଟ କୋହଲି ଭାରତ ଫେରିଥିବା ବେଳେ ଅନୁଷ୍କା ଲଣ୍ଡନରେ ତାଙ୍କ ମାତୃତ୍ୱ ସମୟକୁ ଉପଭୋଗ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ, ଏହି ଦମ୍ପତ୍ତି ବର୍ତ୍ତମାନ ଲଣ୍ଡନ ସିପ୍ଟ ହେବାକୁ ଯାଉଛନ୍ତି ।

ବିରାଟ ଓ ଅନୁଷ୍କା ପ୍ରାୟ ତିନି ମାସ ଲଣ୍ଡନରେ ଥିଲେ । ପତ୍ନୀ ଅନୁଷ୍କାଙ୍କ ପାଇଁ ବିରାଟ କୋହଲି ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ସମୟ ବାହାର କରିଥିଲେ । ଏବେ ବିରାଟ ଏବଂ ଅନୁଷ୍କାଙ୍କ ପୁଅ ଅକାୟଙ୍କର ସେଠାରେ ଜନ୍ମ ପରେ ବିରାଟ ପରିବାର ସହ ଲଣ୍ଡନ ସିପ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହ ଅନେକ ସମୟରେ ବିରାଟ କୋହଲି ଲଣ୍ଡନ ବିଷୟରେ କହିଛନ୍ତି ଯେ, ସେ ଲଣ୍ଡନରେ ରହିବାକୁ ପସନ୍ଦ କରନ୍ତି କାରଣ ଏହା ଘର ଭଳି ଲାଗେ । ସେ ଲଣ୍ଡନର ଜୀବନଶୈଳୀକୁ ମଧ୍ୟ ପସନ୍ଦ କରୁଥିବା କୁହନ୍ତି । ସେଠାରେ କୌଣସି ପାପାରାଜି ସଂସ୍କୃତି ନଥିବାରୁ ତାଙ୍କୁ ଲଣ୍ଡନ ଭଲ ଲାଗେ ବୋଲି କୋହଲି କହିଛନ୍ତି । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଅନ୍ୟପଟେ ନେଟିଜେନ୍ସ ବିଶ୍ୱାସ କରନ୍ତି ଯେ ଦୁହେଁ ସର୍ବଦା ନିଜ ପିଲାମାନଙ୍କ ପାଇଁ ସାଧାରଣ ଜୀବନ ଚାହୁଁଥିଲେ, ଯେଉଁଠାରେ ସେମାନଙ୍କୁ ଷ୍ଟାର ପିଲାମାନଙ୍କ ପରି ବ୍ୟବହାର କରାଯିବନାହିଁ । ଏଥିପାଇଁ ସେ ଏବେ ଯାଏଁ ଉଭୟ ପୁଅ ଏବଂ ଝିଅଙ୍କ ଚେହେରା ପ୍ରକାଶ କରିନାହାନ୍ତି । ବ୍ରିଟେନରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ବ୍ୟବସାୟ ଅଛି । ତେଣୁ ଉଭୟଙ୍କ ନେଟୱର୍ଥ ମଧ୍ୟ ବହୁତ ଭଲ, ଯାହା ବ୍ରିଟିଶ ନାଗରିକତ୍ୱ ପାଇବା ସେମାନଙ୍କ ପାଇଁ ସହଜ କରିବ । କହିରଖୁଛୁ କି, ଏନେଇ ନିଜେ ବିରାଟ ଅନୁଷ୍କା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି, ଖୁସି ଖବର ଦେଲେ ବିରୁଷ୍କା

ପ୍ରକାଶ ଥାଉ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ 2017 ମସିହା ଡିସେମ୍ବର 11 ତାରିଖରେ ହୋଇଥିଲା । ଏହାପରେ, ଗତ 2021 ମସିହା ଜାନୁଆରୀ 11 ତାରିଖରେ ଏହି ଷ୍ଟାର ଦମ୍ପତ୍ତି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଝିଅର ନାଁ ଭାମିକା ରଖିଥିଲେ । ଏହାପରେ ଗତ କିଛିମାସ ହେବ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଯଦିଓ ଏହାକୁ ଗୁପ୍ତ ରଖାଯାଇଥିଲା, ହେଲେ ଏହି କାରଣରୁ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ଏହି ଘଟଣା ସେମାନେ ନିଜେ ଜଣାଇଛନ୍ତି । ଏବେ ଏହି ଷ୍ଟାର ଦମ୍ପତ୍ତି ଉଭୟ ଏକ ପୁତ୍ର ଓ କନ୍ୟା ସନ୍ତାନର ଅଭିଭାବକ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.