ETV Bharat / sports

କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି, ଖୁସି ଖବର ଦେଲେ ବିରୁଷ୍କା

author img

By ETV Bharat Odisha Team

Published : Feb 20, 2024, 11:06 PM IST

କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି
କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି

Anushka and Virat welcomes Baby Boy: ଷ୍ଟାର କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନର ବାପା-ମାଆ ହୋଇଛନ୍ତି । ଗତ ଫେବୃଆରୀ 15 ତାରିଖରୁ ଅନୁଷ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଛି ନୂଆ ଅତିଥି । ଷ୍ଟାର ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନର ବାପା-ମାଆ ହୋଇଛନ୍ତି । ଆଜି ନୁହେଁ, ଗତ ଫେବୃଆରୀ 15 ତାରିଖରୁ ଅନୁଷ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏନେଇ ନିଜେ କୋହଲି ଓ ଅନୁଷ୍କା ସୋସିଆଲ ମିଡିଆ ଯୋଗେ ଆଜି ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ନିଜ ପୁଅର ନାଁ ରଖାଯାଇଛି 'ଅକାୟ' । ଏହି ଖବର ପ୍ରକାଶ ପାଇବା ପରେ ଷ୍ଟାର ଦମ୍ପତିଙ୍କୁ ଚାରିଆଡ଼ୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ନିଜ ପ୍ରିୟ ଦମ୍ପତିଙ୍କ ପୋଷ୍ଟକୁ ନେଇ ଉତ୍ସାହିତ ଅଛନ୍ତି ।

ଆଜି (ମଙ୍ଗଳବାର) ବିରାଟ କୋହଲି ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛନ୍ତି, "ଆମେ ଭାମିକାଙ୍କ ଛୋଟ ଭାଇ ଅକାୟଙ୍କୁ ସ୍ବାଗତ କରୁଛୁ । ଆମ ଜୀବନର ଏହି ସୁନ୍ଦର ମୂହୁର୍ତ୍ତରେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ ।" ଏହା ସହିତ ଏଭଳି ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାପାଇଁ ଉଭୟେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସମାନ ପୋଷ୍ଟ ଅନୁଷ୍କା ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ଏହି ପୋଷ୍ଟ ଉପରେ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲି କାହିଁକି ଛୁଟିରେ ? ମନା କରିଥିଲା ବିସିସିଆଇ, ସବୁ କହିଦେଲେ ଡିଭିଲିୟର୍ସ

ପ୍ରକାଶ ଥାଉ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ 2017 ମସିହା ଡିସେମ୍ବର 11 ତାରିଖରେ ହୋଇଥିଲା । ଏହାପରେ, ଗତ 2021 ମସିହା ଜାନୁଆରୀ 11 ତାରିଖରେ ଏହି ଷ୍ଟାର ଦମ୍ପତି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଝିଅର ନାଁ ଭାମିକା ରଖିଥିଲେ । ଏହାପରେ ଗତ କିଛିମାସ ହେବ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଯଦିଓ ଏହାକୁ ଗୁପ୍ତ ରଖାଯାଇଥିଲା, ହେଲେ ଏହି କାରଣରୁ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ଏହି ଘଟଣା ସେମାନେ ନିଜେ ଜଣାଇଛନ୍ତି । ଏବେ ଏହି ଷ୍ଟାର ଦମ୍ପତି ଉଭୟ ଏକ ପୁତ୍ର ଓ କନ୍ୟା ସନ୍ତାନର ଅବିଭାବକ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.