ETV Bharat / sports

କୋହଲି କାହିଁକି ଛୁଟିରେ ? ମନା କରିଥିଲା ବିସିସିଆଇ, ସବୁ କହିଦେଲେ ଡିଭିଲିୟର୍ସ

author img

By ETV Bharat Odisha Team

Published : Feb 4, 2024, 7:16 AM IST

AB De Villiers on Anushka Sharma and Virat Kohli: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଛନ୍ତି କୋହଲି । ଏହାର କାରଣ ନେଇ ନାନା ଗୁଜବ ସୃଷ୍ଟି ହୋଇଥିବାବେଳେ ବଡ଼ ଖୁଲାସା କରିଛନ୍ତି କୋହଲିଙ୍କ ଦକ୍ଷିଣ ଆଫ୍ରିକୀୟ ବନ୍ଧୁ ଏବି ଡିଭିଲିୟର୍ସ । ଅଧିକ ପଢ଼ନ୍ତୁ

ମନା କରିଥିଲା ବିସିସିଆଇ, ସବୁ କହିଦେଲେ ଡିଭିଲିୟର୍ସ
ମନା କରିଥିଲା ବିସିସିଆଇ, ସବୁ କହିଦେଲେ ଡିଭିଲିୟର୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟରୁ ଛୁଟି ନେଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଛନ୍ତି କୋହଲି । କୋହଲିଙ୍କ ଗୋପନୀୟତାକୁ ସମ୍ମାନ ଦେଇ ତାଙ୍କ ଛୁଟି ବିଷୟରେ କୌଣସି ଗୁଜବ ସୃଷ୍ଟି ନକରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଥିଲା ବିସିସିଆଇ । ହେଲେ ମଧ୍ୟ କୋହଲିଙ୍କ ଛୁଟି ନେଇ ପ୍ରଶଂସକଙ୍କ ମଧ୍ୟରେ ନାନା ଆଲୋଚନା ହେଉଛି । ଏହାରି ଭିତରେ ବଡ଼ ଖୁଲାସା କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟର ତଥା କୋହଲିଙ୍କ ଘନିଷ୍ଠ ବନ୍ଧୁ ଭାବେ ପରିଚିତ ଏବି ଡିଭିଲିୟର୍ସ । କୋହଲି ଖୁବଶୀଘ୍ର ଦ୍ବିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବିରାଟ କୋହଲି ଯେତେବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟରୁ ଓହରିଗଲେ, ସେତେବେଳେ ବିଭିନ୍ନ ଗୁଜବ ପ୍ରକାଶ ପାଇଲା । ଏପରିକି କୋହଲିଙ୍କ ମାଆଙ୍କ ଦେହ ଅସୁସ୍ଥ ଅଛି, ସେଥିପାଇଁ କୋହଲି ପରବର୍ତ୍ତୀ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି ବୋଲି କିଛି ରିପୋର୍ଟ ସାମ୍ନାକୁ ଆସିଲା । ଶେଷରେ ବିରାଟଙ୍କ ଭାଇ ଏନେଇ ସ୍ପଷ୍ଟ କରିଥିଲେ ଯେ ଆମ ମାଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଅସୁସ୍ଥ ଥିବା ଖବର ସମ୍ପୂର୍ଣ୍ଣ ମିଛ । ଏପରିକି କୌଣସି ତଥ୍ୟ ନଥାଇ ଖବର ପ୍ରସାର ନକରିବାକୁ ମଧ୍ୟ ସେ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୁସ୍ଥ ଅଛନ୍ତି ବିରାଟଙ୍କ ମାଆ; ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକାଶ କୋହଲି

ତେବେ ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ଜଣେ ପ୍ରଶଂସକଙ୍କ ଉତ୍ତର ଦେବାକୁ ଯାଇ କୋହଲିଙ୍କ ଛୁଟିର ଖୁଲାସା କରିଛନ୍ତି ଡିଭିଲିୟର୍ସ । କୋହଲି ଯେତେବେଳେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ଓହରି ଯାଇଥିଲେ, ସେତେବେଳେ ଡିଭିଲିୟର୍ସ କୋହଲିଙ୍କ ସହ କଥା ହୋଇଥିଲେ ଓ ଏହାର କାରଣ ପଚାରି ବୁଝିଥିଲେ ବୋଲି କହିଛନ୍ତି । ବିରାଟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନିଜ ପରିବାର ସହ ସମୟ ବିତାଉଛନ୍ତି ବୋଲି କହିଛନ୍ତି ଡିଭିଲିୟର୍ସ । ସେ କହିଛନ୍ତି, "ହଁ, ତାଙ୍କର (ବିରାଟଙ୍କର) ଦ୍ବିତୀୟ ସନ୍ତାନ ହେବାକୁ ଯାଉଛି । ସେ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି ଓ ଏହା ବର୍ତ୍ତମାନ ତାଙ୍କ ପରିବାର ପାଇଁ ନିହାତି ଜରୁରୀ ଅଟେ । ମୋ ମତରେ ଅଧିକାଂଶ ଲୋକଙ୍କ ପ୍ରାଥମିକତା ସେମାନଙ୍କ ପରିବାର । ଆପଣ ଏହାକୁ ନେଇ ବିରାଟଙ୍କୁ ଜଜ୍‌ କରିପାରିବେ ନାହିଁ । ଆମେ ଏହି ମ୍ୟାଚ୍‌ରେ ତାଙ୍କୁ ମିସ୍‌ କରୁଛୁ, ହେଲେ ସେ ତାଙ୍କ ସ୍ଥାନରେ ଠିକ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.