ETV Bharat / sports

19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍

author img

By ETV Bharat Odisha Team

Published : Feb 6, 2024, 9:53 AM IST

19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍
U 19 World Cup

U 19 World Cup Semi final: ଆଜି 19 ବର୍ଷରୁ କମ୍ ପୁରୁଷ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ । ଫାଇନାଲରେ ପ୍ରବେଶ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଜୋରଦାର ଫାଇଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି 19 ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ୱକପରେ ଆଜି ରହିଛି ସେମି ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଫାଇନାଲରେ ପ୍ରବେଶ କରିବା ପାଇଁ ଜୋରଦାର କସରତ କରିବେ ଦୁଇ ଦଳ । ଗ୍ରୁପ ପର୍ଯ୍ୟାଯଠାରୁ ଆରମ୍ଭ କରି ସୁପର ସିକ୍ସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଉଦୟ ସହାରନଙ୍କ ନେତୃତ୍ବଧିନ ଟିମ ଇଣ୍ଡିଆ । ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜୟ ରହିଥିବା ମେନ ଇନ ବ୍ଲୁ ସେମି ଫାଇନାଲେରେ ମଧ୍ୟ ବିପକ୍ଷ ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ।

ଦକ୍ଷିଣ ଆଫ୍ରିକା ମଧ୍ୟ ଫାଇନାଲରେ ପ୍ରବେଶ କରିବାକୁ ଜୋରଦାର ପ୍ରସ୍ତୁତି କରିଛି । ଭାରତର ଫାଇନାଲ ଆଶା ଧୂଳିସାତ କରିବାକୁ ପୁରା ରଣନୀତି ସହ ପଡିଆକୁ ଓହ୍ଳାଇବ ଦଳ । ଗ୍ରୁପ ପର୍ଯ୍ୟାୟରେ ତିନୋଟି ମ୍ୟାଚ ଓ ସୁପର ସିକ୍ସରେ 2ଟି ମ୍ୟାଚ ଖେଳି ଗ୍ରୁପ-ଏ ପଏଣ୍ଟ ତାଲିକାର ଏକ ନମ୍ବର ସ୍ଥାନରେ ରହିଛି ଇଣ୍ଡିଆ । ସେହିପରି ଗ୍ରୁପ-ବିର ଦ୍ବିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ଦୁଇ ଦଳ ମଧ୍ୟରେ ଆଜି ଜୋରଦାର ଟକ୍କର ହେବ । ଆଜି ଭାରତୀୟ ସମୟ ଦିନ 1.30 ରେ ଦକ୍ଷିଣ ଆଫ୍ରିକାର ସାହାରା ପାର୍କ ୱିଲୋମୋର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଏହା ମଧ୍ୟ ପଢନ୍ତୁ-19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍: ନେପାଳକୁ ହରାଇ ସେମିରେ ଭାରତ

ଅପରାଜୟ ରହିଛି ଭାରତ: ଆଇସିସି 19 ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ । ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ତିନୋଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ସୁପର 6ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଟିମ୍ ଇଣ୍ଡିଆ ମଧ୍ୟ ସୁପର 6ରେ 2ଟି ମ୍ୟାଚ୍ ଖେଳି ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ବର୍ତ୍ତମାନ ଦଳ ଷଷ୍ଠ ଥର ପାଇଁ ବିଶ୍ବକପ ଟାଇଟଲ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ସର୍ବାଧିକ 5 ଥର ବିଶ୍ୱକପ ଟାଇଟଲ ଜିତିଛି ଟିମ ଇଣ୍ଡିଆ। 2000, 2008, 2012, 2018 ଏବଂ 2022 ରେ ଭାରତୀୟ ଦଳ ଅଣ୍ଡର -19 କ୍ରିକେଟ୍ ବିଶ୍ୱକପ ଜିତିଛି । ଚଳିତ ଥର ମଧ୍ୟ ପ୍ରଦର୍ଶନ ଭଲ ରହିଥିବାରୁ ଭାରତୀୟ ଦଳ ଟ୍ରଫି ହାତେବା ଆଶା କରାଯାଉଛି ।

ଫେବୃଆରୀ 2 ତାରିଖରେ ସୁପର 6 ମ୍ୟାଚରେ ସେମିଫାଇନାଲରେ ପ୍ରବେଶ ପାଇଁ ନେପାଳ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । 132 ରନରେ ନେପାଳକୁ ଭାରତ ପରାଜିତ କରି ସେମିରେ ପ୍ରବେଶ କରିଥିଲା । ଟିମ ଇଣ୍ଡିଆ ପକ୍ଷରୁ ଅଧିନାୟକ ଉଦୟ ସହାରନ ଓ ସଚିନ ଧାସଙ୍କ ଶତକୀୟ ପାଳି ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.