ETV Bharat / sports

19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍: ନେପାଳକୁ ହରାଇ ସେମିରେ ଭାରତ

author img

By ETV Bharat Odisha Team

Published : Feb 3, 2024, 10:41 AM IST

U19 Cricket World Cup 2024: 19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ ସେମିରେ ଟିମ୍ ଇଣ୍ଡିଆ । ସୁପର ସିକ୍ସ ମ୍ୟାଚରେ ନେପାଳକୁ 132 ରନରେ ହରାଇଲା ଭାରତ । ଅଧିକ ପଢ଼ନ୍ତୁ

19 ବର୍ଷରୁ କମ ପୁରୁଷ ବିଶ୍ବକପ
U19 Cricket World Cup

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି 19 ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଜାରି ରହିଥିବା ସୁପର 6 ମ୍ୟାଚରେ ନେପାଳକୁ ହରାଇ ସେମିରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଉଦୟ ସହାରନ ଓ ସଚିନ ଧାସଙ୍କ ଶତକୀୟ ପାଳି ଯୋଗୁ 132 ରନରେ ଭାରତଠାରୁ ପରଜାତି ହୋଇଛି ନେପାଳ । ଗ୍ରୁପ-ଏ ପଏଣ୍ଟ ତାଲିକାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ସେମି ଫାଇନାଲରେ ଭାରତ ଗ୍ରୁପ-ବିର ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଉଦୟ ସହାରନ ଓ ସଚିନ ଧାସଙ୍କ ଶତକୀୟ ପାଳି: ଟିମକୁ ସେମିରେ ପହଞ୍ଚାଇବାକୁ ବିସ୍ଫୋରୋକ ବ୍ୟାଟିଂ କରିଥିଲେ ଉଦୟ ଓ ସଚିନ । ଏହି ଦୁଇ ବ୍ୟାଟରଙ୍କୁ ଆଉଟ କରିବାକୁ ନାକେଦମ ହୋଇଥିଲେ ନେପାଳ ଟିମର ବୋଲର । ଗୋଟିଏ ପରେ ଗୋଟିଏ ସଟ ଖେଳି ବଲକୁ ବାଉଣ୍ଡ୍ରି ବାହାରକୁ କରିଥଲେ ଏହି ଦୁଇ ବ୍ୟାଟର । ଉଦୟ 107 ବଲରେ 100 ରନ କରିଥିଲେ । ଏଥିରେ 9ଟି ଚୌକା ସାମିଲ ରହିଛି । ବିନା ଛକାରେ ସେ ଶତକ ହାସଲ କରିଥିଲେ ।ସେହିପରି ସଚିନ 101 ବଲରେ 116 ରନ ସଂଗ୍ରହ କରି ସେଞ୍ଚୁରି କରିଥିଲେ । ଏଥିରେ 11ଟି ଚୌକା ଓ 3ଟା ଛକା ସାମିଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଜଲୱା; ହାସଲ କଲେ ଦ୍ୱିଶତକ

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଦଳ 50 ଭଭରରେ 5 ଓ୍ବକେଟ ହରାଇ 297 ରନ କରିଥିଲା । ଦଳ ପକ୍ଷରୁ ଉଦୟ ସହାରନ 100, ସଚିନ ଧାସ 116, ଆଦର୍ଶ ସିଂହ 21, ଆର୍ସିନ 18 ଓ ପ୍ରିୟାଂଶୁ 19 ରନ କରିଥିଲେ । ଏହାପରେ 298ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନେପାଳ । ପ୍ରଥମରୁ ଲଢୁଆ ବ୍ୟାଟିଂ କରିଥିଲେ ଓପନିଂ ଯୋଡି । ଦଳୀୟ ସ୍କୋର 48 ହୋଇଥିବା ବେଳେ ଗୋଟିଏ ଓ୍ବିକେଟର ପନ ହୋଇଥିଲା । ଏହାପରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ନେପାଳ । ଦେବ ଖାନାଲ, ଦୁର୍ଗେଶ, ଦୀପକ ବୋହୋରା ଓ ଅର୍ଜୁନ କୁମାଲଙ୍କୁ ଛାଡି ଦେଲେ ଆଉ କୌଣସିବି ବ୍ୟାଟରେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ ନେପାଳ ବ୍ୟାଟର । ଶେଷରେ 165 ରନରେ ଅଲଆଉଟ ହୋଇଥିଲା ନେପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.