ETV Bharat / sports

ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଜଲୱା; ହାସଲ କଲେ ଦ୍ୱିଶତକ

author img

By ETV Bharat Odisha Team

Published : Feb 3, 2024, 10:31 AM IST

Updated : Feb 3, 2024, 11:10 AM IST

IND vs ENG: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୟସ୍ବାଲଙ୍କ ଡବଲ ସେଞ୍ଜୁରୀ । ଟେଷ୍ଟ କ୍ୟାରିୟରରେ ପ୍ରଥମ । ଅଧିକ ପଢନ୍ତୁ

Etv Bharat
Etv Bharat

ବିଶାଖାପଟଣା: ଇତିହାସ ରଚିଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କଲେ ଯଶସ୍ୱୀ ଜୟସ୍ୱାଲ । ଟେଷ୍ଟ କ୍ରିକେଟ କ୍ୟାରିୟରରେ ଏହା ତାଙ୍କର ପ୍ରଥମ ଡବଲ ସେଞ୍ଜୁରୀ । 278 ବଲରେ 201 ରନ କରି ସେ ଦ୍ୱିଶତକ ପୂରଣ କରିଛନ୍ତି । ଏହାପରେ 209 ରନ କରି ଆଉଟ ହେବା ପରେ ପାଭିଲିୟନକୁ ଫେରିଥିଲେ । ଜୟସୱାଲ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ତୃତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି । ବିଶାଖାପାଟଣାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଜି ଦ୍ୱିତୀୟ ଦିନ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚମକିଲେ ଜୟସ୍ୱାଲ: ଯଶସ୍ୱୀଙ୍କ ଶତକୀୟ ପାଳିରେ ସଚିନ ଶତମୁଖ

ବିଶାଖାପଟଣାରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଖେଳ ସୁଦ୍ଧା 6 ୱିକେଟ୍‌ ହରାଇ 336 ରନ କରିଥିଲା । ପ୍ରଥମ ଦିନରେ ହିଁ ଯଶସ୍ବୀ ଜୟସ୍ବାଲ ନିଜ ବ୍ୟାଟର ଜାଦୁ ଦେଖାଇଥିଲେ । ବିପକ୍ଷ ଦଳର ବୋଲରଙ୍କୁ ଧୂଳି ଚଟାଇ ବଡ ବଡ ସଟ ଖେଳି ଶତକ ହାସଲ କରିଥିଲେ ଯଶସ୍ବୀ। 179 ରନରେ ଅପରାଜିତ ରହି ଆଜି ଦ୍ବିତୀୟ ଦିନରେ ପୁଣି ବ୍ୟାଟିଂ ଆରମ୍ଭ କରିଥିଲେ ଜୟସ୍ବାଲ । ଦଳର ସପ୍ତମ ଓ୍ବିକେଟ ପଡିଥିଲେ ମଧ୍ୟ ସେ ଭୟ ନକରି ନିର୍ଦ୍ବନ୍ଦରେ ଖେଳ ଜାରି ରଖିଥିଲେ । ତାଙ୍କୁ ଆଉଟ କରିବା ଯେମିତି ବିପକ୍ଷ ଦଳ ପାଇଁ କଷ୍ଟକର ହୋଇପଡିଥିଲା । 277 ବଲରେ ସେ ଦ୍ବିଶତକ ହାସଲ କରିବା ପରେ 209 ରନ କରି ଆଉଟ ହୋଇଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ସେ ଏହି କିର୍ତ୍ତିମାନ କରିଛନ୍ତି । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ସେ ଟେଷ୍ଟ କ୍ୟାରିୟରରେ ଦ୍ବିତୀୟ ଶତକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ବିଶାଖାପାଟଣାରେ ଜୟସ୍ୱାଲ ଶୋ, ପ୍ରଥମ ଦିନରେ ଭାରତ ୩୩୬/୬

ଗତବର୍ଷ ଜୁଲାଇ ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ ଜୟସ୍ବାଲ । ବର୍ତ୍ତମାନ ସୁଦ୍ଧା ମୋଟ 6ଟି ଟେଷ୍ଟ ମ୍ୟାଚ ଖେଳି 10ଟି ଇନିଂସରେ 62.00 ଆଭରେଜରେ 620 ରନ କରିଛନ୍ତି । ଏଥିରେ 2ଟି ଶତକ ଓ ଗୋଟିଏ ଦ୍ବିଶତକ ସାମିଲ ରହିଛି । ସେହିପିର 2ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି 209 ।

Last Updated :Feb 3, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.