ETV Bharat / sports

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚମକିଲେ ଜୟସ୍ୱାଲ: ଯଶସ୍ୱୀଙ୍କ ଶତକୀୟ ପାଳିରେ ସଚିନ ଶତମୁଖ

author img

By ETV Bharat Odisha Team

Published : Feb 2, 2024, 3:49 PM IST

Updated : Feb 2, 2024, 4:17 PM IST

Yashasvi Jaiswal 2nd Test Century: ବଡ଼ ବଡ଼ ବ୍ୟାଟର ସ୍କୋର କରିବା ପାଇଁ ସଙ୍ଘର୍ଷ କରୁଥିବାବେଳେ ଆକ୍ରାମକ ବ୍ୟାଟିଂ କରି ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କଲେ ୨୨ ବର୍ଷୀୟ ଭାରତୀୟ ଷ୍ଟାର ବ୍ୟାଟର ଯଶସ୍ବୀ ଜୟସ୍ବାଲ । ପ୍ରଶଂସା କଲେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ପୂର୍ବ କ୍ରିକେଟର । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ବିପକ୍ଷରେ ଜୟସ୍ବାଲଙ୍କ ଶତକ
ଇଂଲଣ୍ଡ ବିପକ୍ଷରେ ଜୟସ୍ବାଲଙ୍କ ଶତକ

ବିଶାଖାପଟଣା: ଇଂଲଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ବିଶାଖାପାଟଣା ଆରମ୍ଭ ହୋଇଛି ୨ୟ ଟେଷ୍ଟ ମ୍ୟାଚ୍‌ । ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦ ଠାରେ ଭାରତ ହାରିଯାଇଥିଲା । ଆଉ ତୁରନ୍ତ ୨ୟ ଟେଷ୍ଟ ଆରମ୍ଭ ହେବାମାତ୍ରେ ହିଁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ଯୁବ ତାରକା ବ୍ୟାଟର ଯଶସ୍ବୀ ଜୟସ୍ବାଲ । ପ୍ରଥମ ଦିନରେ ଇଂଲଣ୍ଡ ବୋଲରଙ୍କ ଲାଇନ ଲେନ୍‌ଥ୍‌ ବିଗାଡ଼ି ଶତକ ହାସଲ କରିଛନ୍ତି । ଏହା ଜୟସ୍ବାଲଙ୍କ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ ହୋଇଥିବାବେଳେ ଏହି ଯୁବ ବ୍ୟାଟରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବହୁ ପୂର୍ବତନ କ୍ରିକେଟର ।

ଏମିତି ଆରମ୍ଭ ହୋଇଥିଲା ପାଳି: ବିଶାଖାପଟନମର ଡଃ ୱାଇଏସ୍‌ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମ ୱିକେଟ୍‌ ପାଇଁ ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ଦଳୀୟ ଖାତାରେ ୪୦ ରନ ଯୋଡ଼ିଥିଲେ । ଏହାପରେ ଅଧିନାୟକ ରୋହିତ କେବଳ ୧୪ ରନ କରି ଆଉଟ୍‌ ହୋଇଯାଇଥିଲେ । ହେଲେ ଅନ୍ୟପଟେ ଯଶସ୍ବୀ ତାଙ୍କ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ଏହାପରେ ଖରାପ ଫର୍ମରେ ଚାଲିଥିବା ଶୁଭମନ ଗିଲ୍‌ ମଧ୍ୟ ୩୪ ରନ କରି ଆଉଟ୍‌ ହୋଇଯାଇଥିଲେ । ତେବେ ଶ୍ରେୟସ ଆୟର ପିଚ୍‌ରେ ମହଜୁଦ ଥିବାବେଳେ ୯୪ ବ୍ୟକ୍ତିଗତ ରନରେ ଥିବା ଜୟସ୍ବାଲ ଛକା ମାରି ବିସ୍ଫୋରକ ଅନ୍ଦାଜରେ ଶତକ ହାସଲ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨ୟ ଶତକ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଡେବ୍ୟୁ କଲେ ରଜତ

ପୂର୍ବତନ କ୍ରିକେଟରଙ୍କ ପ୍ରଂଶସା: ବଡ଼ ବଡ଼ ବ୍ୟାଟର ରନ କରିବା ପାଇଁ ସଙ୍ଘର୍ଷ କରୁଥିବା ପିଚ୍‌ରେ ୨୨ ବର୍ଷୀୟ ଯଶସ୍ବୀ ଜୟସ୍ବାଲ ନିଜ ପ୍ରତିଭାର ପରିଚୟ ଦେଇ ଶତକ ହାସଲ କରିଛନ୍ତି । ଯାହାପରେ ଜୟସ୍ବାଲଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅନେକ ପୂର୍ବତନ କ୍ରିକେଟର । ଏପରିକି ଜୟସ୍ବାଲଙ୍କ ଏହି ଶତକରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଭାବିତ ହୋଇଛନ୍ତି । ସେ ଜୟସ୍ବାଲଙ୍କ ଉଦ୍ଦେଶ୍ୟରେ ନିଜ ଏକ୍ସରେ ଲେଖିଛନ୍ତି 'ଯଶସ୍ବୀ ଭବଃ' । ସେହିଭଳି ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଲେଖିଛନ୍ତି, "ଘର ନଥିବାରୁ ମୈଦାନରେ ଶୋଉଥିବା ପିଲାଟି ଆଜି ମୈଦାନରେ ବଡ଼ ବଡ଼ ଖେଳଳିଙ୍କୁ ମୈଦାନରେ ଦୌଡ଼ାଉଛି । ବହୁତ ଭଲ ଖେଳିଲ ଯଶସ୍ବୀ ଜୟସ୍ବାଲ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 2, 2024, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.