ETV Bharat / sports

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଡେବ୍ୟୁ କଲେ ରଜତ

author img

By ETV Bharat Odisha Team

Published : Feb 2, 2024, 9:31 AM IST

Updated : Feb 2, 2024, 9:55 AM IST

ଭାରତ ଓ ଇଂଲଣ୍ଡ
ind vs eng

India vs England 2nd Test: ବିଶାଖାପାଟଣାରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଟସ ଜିତି ଟିମ ଇଣ୍ଡିଆର ବ୍ୟାଟିଂ। ଅଧିକ ପଢନ୍ତୁ

ବିଶାଖାପାଟଣା: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଟସ ଜିତି ଟିମ ଇଣ୍ଡିଆର ବ୍ୟାଟିଂ । ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଛନ୍ତି ରଜତ ପଟିଦାର । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ । ପରସ୍ପରକୁ ଟକ୍କର ଦେବାକୁ ଦୁଇ ଦଳ ପ୍ରସ୍ତୁତ । ବିଶାଖାପାଟଣାରେ ଏହି ମ୍ୟାଚ ଆରମ୍ଭ ହୋଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାସ୍ତ ହୋଇଥିବାରୁ, ଘରୋଇ ଦଳ ପାଇଁ ଚଳିତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତି ସିରିଜକୁ ଫେରିବାକୁ ପ୍ରଚେଷ୍ଟା କରିବ ରୋହିତ ବାହିନୀ । ପାଞ୍ଚଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ 1-0ରେ ଅଗ୍ରଣୀ ରହିଛି।

ରଜତ ପଟିଦାରଙ୍କ ପଦାର୍ପଣ: ଆଜି ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ରଜତ ପଟିଦାର । ବିରାଟ କୋହଲି ଦୁଇ ଟେଷ୍ଟ ମ୍ୟାଚରେ ଅନୁପସ୍ଥିତି ରହିବା ନେଇ ଘୋଷଣା ପରେ ରଜତଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରଥମ ମ୍ୟାଚରେ ଏକାଦଶରେ ସ୍ଥାନ ମିଳିନଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ଲେଇଂ ଇଲେଭେନରେ ତାଙ୍କ ନାମ ସ୍ଥାନ ପାଇଛି । ଆଜି ସେ ଡେବ୍ୟୁ ମ୍ୟାଚ ଖେଳୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୋହଲିଙ୍କ ନେତୃତ୍ବରେ ହାଇଦ୍ରାବାଦ ଟେଷ୍ଟ ହାରିନଥାନ୍ତା ଭାରତ: ମାଇକେଲ ଭନ

ସିରାଜଙ୍କ ସ୍ଥାନରେ ଅଭେଶ: ଅନ୍ୟପଟେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିବା ମହମ୍ମଦ ସିରାଜଙ୍କୁ ଦ୍ୱିତୀୟ ମ୍ୟାଚରେ ବିଶ୍ରାମ ଦିଆଯାଇଛି । ରାଜକୋଟରେ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ସେ ଉପଲବ୍ଧ ହେବେ। ତାଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ଦଳରେ ସାମିଲ କରାଯାଇଛି ।

ଖେଳୁନାହାନ୍ତି ରାହୁଲ, ଜାଡେଜା : ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିବା କିଛି ଖେଳାଳି ଦ୍ୱିତୀୟ ମ୍ୟାଚ ପାଇଁ ଉପଲବ୍ଧ ନାହାନ୍ତି । କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଦ୍ବିତୀୟ ଚେଷ୍ଟରେ ଉପଲବ୍ଧ ନାହାନ୍ତି । ପ୍ରଥମ ଚେଷ୍ଟରେ ରବୀନ୍ଦ୍ର ଜାଡେଜା ଆହତ ହୋଇଥିଲେ । ଫିଟ ହେବାକୁ ତାଙ୍କୁ 4 ସପ୍ତାହ ସମୟ ଲାଗିବ । ବାକି ଥିବା ମ୍ୟାଚରେ ମଧ୍ୟ ସେ ବାଦ ପଡିବା ନେଇ ସମ୍ଭାବନା ରହିଛି । ସେହିପରି କେଏଲ ରାହୁଲ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ସେ ତୃତୀୟ ମ୍ୟାଚରେ ଉପଲବ୍ଧ ରହିପାରନ୍ତି । ଆଜି ମୁକେଶ କୁମାର ଓ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରାଯାଇଛି ।

ଦ୍ବିତୀୟ ଟେଷ୍ଟରେ ବିଜୟ ପାଇଁ ଜୋରଦାର ପ୍ରୟାସ କରିବ ଭାରତ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ 28 ରନ ପଛରେ ରହି ପରିଜିତ ହୋଇଥିଲା । ତେଣୁ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ନିଜ ନାମରେ କରିବାକୁ ଜୋରଦାର ଉଦ୍ୟମ କରିବ ରୋହିତ ବାହିନୀ । ଯଶସ୍ବୀ ଜୈଶ୍ବାଲ ପୂରା ଫର୍ମରେ ଅଛନ୍ତି । ତାଙ୍କ ବ୍ୟାଟରୁ ଆଜି ଭଲ ରନ ଆସିପାରେ । କିନ୍ତୁ କ୍ରମାଗତ ଭାବେ ଦଳକୁ ନିରାଶ କରିଛନ୍ତି ଗିଲ୍ । ଆଜି କିନ୍ତୁ ସେ ପୁଣି ଫର୍ମକୁ ଫେରିବା ନେଇ ଆଶା ରହିଛି ।

ଭାରତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, ଶ୍ରେୟାସ ଆୟର, ରଜତ ପଟିଦାର(ପଦାର୍ପଣ) , ଅକ୍ଷର ପଟେଲ, କେଏସ ଭରତ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମୁକେଶ କୁମାର ।

Last Updated :Feb 2, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.