ETV Bharat / sports

ଆଇପିଏଲ ଫ୍ୟାନ ପାର୍କର ମଜା ନେଲେ କ୍ରିକେଟ ପ୍ରେମୀ, ବଡ଼ ସ୍କ୍ରିନରେ ଦେଖିଲେ ମ୍ୟାଚ୍ - IPL BCCI FAN PARK

author img

By ETV Bharat Odisha Team

Published : Apr 20, 2024, 11:06 PM IST

IPL BCCI FAN PARK: ଭୁବନେଶ୍ବରରେ ଆୟୋଜିତ ଟାଟା IPL ଫ୍ୟାନ ପାର୍କ 2024 । ବିନା ଦେୟରେ ବଡ ପରଦାରେ IPL ଦେଖିଲେ କ୍ରୀଡା ପ୍ରେମୀ । ଏହା ଆସନ୍ତାକାଲି ମଧ୍ୟ ଆୟୋଜିତ ହେବ । ଅଧିକ ପଢନ୍ତୁ

ଆଇପିଏଲ ଫ୍ୟାନ ପାର୍କର ମଜା ନେଲେ କ୍ରିକେଟ ପ୍ରେମୀ , ବଡ଼ ସ୍କ୍ରିନରେ ଦେଖିଲେ ମ୍ୟାଚ୍
ଆଇପିଏଲ ଫ୍ୟାନ ପାର୍କର ମଜା ନେଲେ କ୍ରିକେଟ ପ୍ରେମୀ , ବଡ଼ ସ୍କ୍ରିନରେ ଦେଖିଲେ ମ୍ୟାଚ୍

ଆଇପିଏଲ ଫ୍ୟାନ ପାର୍କର ମଜା ନେଲେ କ୍ରିକେଟ ପ୍ରେମୀ , ବଡ଼ ସ୍କ୍ରିନରେ ଦେଖିଲେ ମ୍ୟାଚ୍

ଭୁବନେଶ୍ବର: BCCI ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ହୋଇଛି ଟାଟା IPL ଫ୍ୟାନ ପାର୍କ 2024 । କିଟର କ୍ରିକେଟ ଷ୍ଟାଡିଅମରେ ଏହି ଫ୍ୟାନ ପାର୍କ ଆୟୋଜିତ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ଫ୍ୟାନ ପାର୍କ ଦୁଇ ଦିନ ଚଳିବ। ଆଇପିଏଲର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏଭଳି ପରିକଳ୍ପନାକୁ କାଯ୍ୟକାରୀ କରିବାକୁ BCCI 50ଟି ସହରରେ ଏଭଳି ଫ୍ୟାନ ପାର୍କ ଆୟୋଜିତ କରାଯାଇଛି । ଏହି ପାର୍କର ମୂଳ ଲକ୍ଷ୍ୟ ହେଉଛି ବିନା ଦେୟରେ ବଡ ପରଦାରେ କ୍ରିକେଟ କ୍ରୀଡା ପ୍ରେମୀଙ୍କୁ IPL ମ୍ୟାଚର ମଜା ପ୍ରଦାନ କରିବା । ଷ୍ଟାଡିୟମକୁ ନଯାଇ ମଧ୍ୟ କ୍ରୀଡା ପ୍ରେମୀ ଷ୍ଟାଡିୟମର ମଜା ପାଇ ପାରୁଛନ୍ତି ।

ଏନେଇ IPL ଖେଳ ଦେଖିବାକୁ ଆସିଥିବା କ୍ରିକେଟ ପ୍ରେମୀ ମାନେ କହିଛନ୍ତି ଯେ, ଭୁବନେଶ୍ବରରେ ଏଭଳି ଏକ ମ୍ୟାଚ୍ ବଡ ସ୍କ୍ରିନ ରେ ଆୟୋଜିତ କରାଯାଇଛି । ଯାହାକୁ ଦେଖିବାକୁ ବହୁତ ଭଲ ଲାଗୁଛି । ଷ୍ଟାଡିୟମରେ ଦେଖିଲା ଭଳି ଅନୁଭବ ହେଉଛି । ଛୋଟ ଠାରୁ ବଡ ପିଲା ପର୍ଯ୍ୟନ୍ତ ମ୍ୟାଚକୁ ଉପଭୋଗ କରୁଛନ୍ତି । ଏଠାରେ ସବୁକିଛି ମିଳୁଛି । ରଙ୍ଗ ବେରଙ୍ଗର ପେପର କାର୍ଡରେ ନିଜର ପ୍ରିୟ ଖେଳାଳିଙ୍କ ନାମ ଲେଖା ହୋଇଛି । ବିଭିନ୍ନ ପ୍ରକାରର ଆକ୍ଟଭିଟ କରାଯାଇଛି । ଏହା ସହ କିଛି ଦିନ ତଳେ ରାଉରକେଲାରେ ମଧ୍ୟ ଏଭଳି ଆଇପିଏଲ ଫ୍ୟାନ ପାର୍କ ଆୟୋଜନ କରାଯାଇଥିଲା । ତେବେ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି କରାଯାଇଛି । କ୍ରିକେଟ ପ୍ରେମୀ ବହୁତ ମଜା ନେଉଛନ୍ତି ବହୁତ ଖୁସି ।

ଏହା ମଧ୍ୟ ପଢନ୍ତ....ରାହୁଲ-ଡି କକ୍‌ଙ୍କ ଧୂଆଁଧାର ବ୍ୟାଟିଂ, 8 ଓ୍ବିକେଟରେ ହାରିଲା ଚେନ୍ନାଇ - IPL 2024

ଏହା ମଧ୍ୟ ପଢନ୍ତୁ ....ରାଞ୍ଚିରେ ମାଷ୍ଟର ବ୍ଲାଷ୍ଟର ସଚିନ; କୁନି ଖେଳାଳିଙ୍କୁ କଲେ ପ୍ରେରିତ, ସାଥୀରେ ଖେଳିଲେ ଫୁଟବଲ - Sachin Tendulkar Plays Football

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୭ ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ଆଇପିଏଲ ମ୍ୟାଚ୍ । ମ୍ୟାଚ୍ ରହିଥିଲା ଦିଲ୍ଲୀ କ୍ୟାପିଟାଲସ୍ ସହିତ ସନରାଇଜସ ହାଇଦ୍ରାବାଦର । ପ୍ରଥମ ବ୍ୟାଟିଂ କରିଥିଲା ସନରାଇଜସ ହାଇଦ୍ରାବାଦ । ୫ ଓଭରରେ ଦମଦାର ବ୍ୟାଟିଂ କରିଥିଲା ସନରାଇଜସ ହାଇଦ୍ରାବାଦ ।

ଏହାସହ IPL ଫ୍ୟାନ ପାର୍କରେ ଯେଉଁ ଫ୍ୟାନ୍ସ ମାନେ ମ୍ୟାଚ ଦେଖିବାକୁ ଆସିବେ ସେମାନେ ମ୍ୟାଚ ସହ ବିଭିନ୍ନ ପ୍ରକାରର ମନୋରଞ୍ଜନ ଖେଳକୁଦର ମଧ୍ୟ ମଜା ନେବାର ବ୍ୟବସ୍ଥା କରାଯାଇଛି । ଏହା ସହ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟର ମଧ୍ୟ ମଜା ନେଇ ପାରିବେ ଦର୍ଶକ । ସେପଟେ ବିଶ୍ବରେ ଦିନକୁ ଦିନ ବଢିବାରେ ଲାଗିଛି IPL ଲୋକପ୍ରିୟତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.