ETV Bharat / sports

ରାଞ୍ଚିରେ ମାଷ୍ଟର ବ୍ଲାଷ୍ଟର ସଚିନ; କୁନି ଖେଳାଳିଙ୍କୁ କଲେ ପ୍ରେରିତ, ସାଥୀରେ ଖେଳିଲେ ଫୁଟବଲ - Sachin Tendulkar plays Football

author img

By ETV Bharat Odisha Team

Published : Apr 20, 2024, 5:15 PM IST

Sachin Tendulkar Ranchi Visit: ଝାଡ଼ଖଣ୍ଡ ଗସ୍ତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କୁନି ଖେଳାଳିଙ୍କ ସହ ଫୁଟବଲ ଖେଳିଥିବା ଆସିଲେ ନଜର । ଅଧିକ ପଢନ୍ତୁ

Sachin Tendulkar Ranchi Visit
Sachin Tendulkar Ranchi Visit

ରାଞ୍ଚିରେ ମାଷ୍ଟର ବ୍ଲାଷ୍ଟର ସଚିନ; କୁନି ଖେଳାଳିଙ୍କୁ କଲେ ପ୍ରେରିତ, ସାଥୀରେ ଖେଳିଲେ ଫୁଟବଲ

ରାଞ୍ଚି: ଝାଡ଼ଖଣ୍ଡର କ୍ୟାପିଟାଲ ସିଟି ରାଞ୍ଚିରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ପତ୍ନୀ ଅଞ୍ଜଳିଙ୍କ ସହ ଆଜି (ଶନିବାର) ସେ ରାଞ୍ଚିରେ ପହଞ୍ଚିଛନ୍ତି । ରାଞ୍ଚିର ଔରମାଞ୍ଝୀ ୟୁବା ସ୍କୁଲ ଓ ସଚିନ ତେନ୍ଦୁଲକର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେ ଯୋଗଦାନ କରିଛନ୍ତି । ଏହି ଅବସରରେ ସେ କୁନି କୁନି ଫୁଟବଲ ଖେଳାଳିଙ୍କ ସହିତ ଗ୍ରାଉଣ୍ଡରେ ଫୁଟବଲ ଖେଳୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ସଚିନଙ୍କ ଝଲକ ପାଇଁ ପ୍ରବଳ ଗହଳି:- କ୍ରିକେଟ ଜଗତରେ ସଚିନଙ୍କୁ ଭଗବାନ ବୋଲି କୁହାଯାଏ । ତାଙ୍କୁ ଅଧିକାଂଶ ଖେଳାଳି ପ୍ରେରଣା ଭାବେ ବିବେଚନା କରନ୍ତି । ଶନିବାର ଯେତେବେଳେ ସଚିନ ରାଞ୍ଚିରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ରାଞ୍ଚି ଏୟାରପୋର୍ଟରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏଠାରେ ସଚିନଙ୍କ ଗୋଟିଏ ଝଲକ ପାଇବା ଲାଗି ଅନେକ ଯୁବ ପ୍ରଶଂସକ ବେଶ ଭିଡ଼ ଜମାଇଥିଲେ । ଏହାପରେ ସ୍କୁଲ ପରିସରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ସ୍କୁଲ ବାଲକୋନିରୁ ଯୁବ ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ବିଶ୍ବର ମହାନ କ୍ରିକେଟର ସଚିନ ।

ଏହା ବି ପଢନ୍ତୁ- ବର୍ଷା ପାଗରେ ପତ୍ନୀଙ୍କ ପାଇଁ ପକୁଡି ବନାଇଲେ ସଚିନ, ଦେଖନ୍ତୁ ଭିଡିଓ

'ଝାଡ଼ଖଣ୍ଡରେ ପ୍ରତିଭାର ଅଭାବ ନାହିଁ':- ଏହି ଗସ୍ତ ସମୟରେ ସଚିନ କହିଛନ୍ତି, "ସଚିନ ତେନ୍ଦୁଲକର ଫାଉଣ୍ଡେସନ ଦେଶରେ ସ୍ବାସ୍ଥ୍ୟ, ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ କାମ କରୁଛି । ଏହି କ୍ରମରେ ସେ ରାଞ୍ଚିରେ ପହଞ୍ଚିଛନ୍ତି । ଝାଡ଼ଖଣ୍ଡରେ ପ୍ରତିଭାର ଅଭାବ ନାହିଁ । ଏଠାରେ ଅନେକ ପ୍ରତିଭାବାନ ଯୁବପିଢି ରହିଛନ୍ତି, ଯେଉଁମାନେ ସାରା ବିଶ୍ବରେ ଦେଶକୁ ଗୌରବାନ୍ବିତ କରିପାରିବେ ।"

ଝାଡ଼ଖଣ୍ଡର ପ୍ରସିଦ୍ଧ 'ମଡୁୱା ରୁଟି' ଖାଇଲେ ସଚିନ:- ସଚିନ ଏହି ଗସ୍ତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମିଶି ଭୋଜନ କରିଥିଲେ । ଭୋଜନରେ ସେ ରାଜ୍ୟରେ ପ୍ରସିଦ୍ଧ ମଡୁୱା ରୁଟି ଖାଇଥିଲେ । ଏହାପରେ ସଚିନ ପତ୍ନୀ ଅଞ୍ଜଳିଙ୍କ ସହିତ ରାଞ୍ଚି ଏୟାରପୋର୍ଟ ଅଭିମୁଖେ ବାହାରିଥିଲେ ।

ଫ୍ୟାନ୍ସଙ୍କୁ ଦେଲେ ଅଟୋଗ୍ରାଫ:- ସଚିନ କାର୍ଯ୍ୟକ୍ରମ ଶେଷ ହେବା ପରେ ଯେତେବେଳେ ଏୟାରପୋର୍ଟ ଅଭିମୁଖେ ବାହାରିଥିଲେ, ସେତେବେଳେ ଏଯାରପୋର୍ଟରେ ପ୍ରବଳ ଭିଡ଼ ଜମିଥିଲା । ଅନେକ ପ୍ରଶଂସକ ପିନ୍ଧିଥିବା ସାର୍ଟ ଖୋଲି ସେଥିରେ ସଚିନଙ୍କ ଅଟୋଗ୍ରାଫ ମାଗିଥିଲେ । ସଚିନ ମଧ୍ୟ ଫ୍ୟାନ୍ସଙ୍କୁ ଆଦୌ ନିରାଶ କରିନଥିଲେ । ଅନେକ ପ୍ରଶଂସକଙ୍କୁ ସଚିନ ଅଟୋଗ୍ରାଫ ଦେଇଥିବା ଦେଖିବାକୁ ମିଳିଥିଲା । ସଚିନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.