ବର୍ଷା ପାଗରେ ପତ୍ନୀଙ୍କ ପାଇଁ ପକୁଡି ବନାଇଲେ ସଚିନ, ଦେଖନ୍ତୁ ଭିଡିଓ - Sachin Tendulkar

By ETV Bharat Odisha Team

Published : Apr 16, 2024, 11:06 AM IST

thumbnail

Sachin Tendulkar Video: ଡେରାଡୁନ: କ୍ରିକେଟରୁ ଅବସର ନେବା ପରେ ସୋସିଆଲ ମଡିଆରେ ବେଶ ଆକ୍ଟିଭ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ନିକଟରେ ସଚିନ ଉତ୍ତରାଖଣ୍ଡର ଜିମ କାର୍ବେଟ ଜାତୀୟ ଉଦ୍ୟାନକୁ ବୁଲିବାକୁ ଯାଇଥିଲେ । ଯେଉଁଠାରେ ସେ ଦୁଇ ଦିନ ରହିଥିଲେ । ସେଠାରେ ରହିବା ସମୟରେ ବର୍ଷା ପାଗରେ ସଚିନ ପକୁଡି ତିଆରି କରି ପତ୍ନୀଙ୍କୁ ଖାଇବାକୁ ଦେଇଥିଲେ । ଯାହାର ଭିଡିଓଟିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଜଙ୍ଗଲ ସଫାରି କରିବାକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଯେଉଁଥିପାଇଁ ତେନ୍ଦୁଲକର ଓ ତାଙ୍କ ପତ୍ନୀ କାର୍ବେଟ ଜାତୀୟ ଉଦ୍ୟାନରେ ଦୁଇ ଦିନ ରହିଥିଲେ । ସେଠାରେ ଥିବା ରୋଷେୟାଙ୍କ ଠାରୁ ପକୁଡି କେମିତି ତିଆରି କରନ୍ତି ତାର ରେସିପି ଶିଖିଥିଲେ ସଚିନ । ଏହାପରେ ନିଜେ ପକୁଡି ଛାଣି ପତ୍ନୀ ଅଞ୍ଜଳିଙ୍କୁ ଖାଇବାକୁ ଦେଇଥିଲେ । ଏହାକୁ ଖାଇବା ପରେ ସେ ଖୁବ ପ୍ରଶଂସା କରିଥିଲେ ।  ଯାହାର ଭିଡିଓ ନିଜେ ଫେସବୁକ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.