ETV Bharat / sports

ଗାଁରେ ଜନ୍ମଦିନ ମନାଇଲେ ସଚିନ; ଚୁଲି ଫୁଙ୍କିଲେ ତେନ୍ଦୁଲକର, ପାଖରେ ପତ୍ନୀ-ଝିଅ

author img

By

Published : May 6, 2023, 3:32 PM IST

Sachin Tendulkar cooks traditional way with family
Sachin Tendulkar cooks traditional way with family

ପତ୍ନୀ ଓ ଝିଅଙ୍କ ସହ ଗାଁରେ ଜନ୍ମଦିନ ପାଳନ କଲେ ସଚିନ ତେନ୍ଦୁଲକର । ଫଟୋ ସେୟାର କରି ପୁଅକୁ ମିସ କରୁଥିବା କହିଲେ ସଚିନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିକଟରେ ନିଜର 50ତମ ଜନ୍ମଦିନ ପାଳନ କରିଥିଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏନେଇ ଚାରିଆଡୁ ସଚିନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ତେବେ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଏକ ଫୋଟ ସେୟାର କରିଛନ୍ତି ଭାରତୀୟ କ୍ରିକେଟ ଜଗତର ଏହି ମହାନ ତାରକା। ଜନ୍ମଦିନରେ ଗାଁର ଶାନ୍ତ ପରିବେଶରେ ପତ୍ନୀ ଓ ଝିଅ ସାରାଙ୍କ ସହ ଜନ୍ମଦିନ ପାଳନ କରିଥିବା ଟ୍ବିଟ କରି କହିଛନ୍ତି। ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ତେନ୍ଦୁଲକର। ଯେଉଁ ଥିରେ ସେ ପାରମ୍ପିରକ ଭାବେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଚୁଲିରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି।

  • It's not every day that you hit a half-century, but when you do, it's worth celebrating with the ones who matter the most. Recently celebrated a special 50 in a quiet serene village with my team - my family! ❤️

    PS: Missed Arjun a lot as he is busy with the IPL. pic.twitter.com/KjIrRvciOu

    — Sachin Tendulkar (@sachin_rt) May 5, 2023 " class="align-text-top noRightClick twitterSection" data=" ">

ଫଟୋରେ ଦେଖିବାକୁ ମିଳିଛି ଯେ, ଏକ ଚୁଲି ଉପରେ ମାଟି ହାଣ୍ଡି ବସିଛି। ତେନ୍ଦୁଲକରଙ୍କ ସ୍ତ୍ରୀ ରୋଷେଇ କରୁଛନ୍ତି। ପାଖରେ ସଚିନ ତେନ୍ଦୁଲକର ଚୁଲି ପାଖରେ ବସି ନଳ ଧରି ଫୁଙ୍କୁଛନ୍ତି। ସଚିନଙ୍କ ନିକଟରେ ତାଙ୍କ ଝିଅ ସାରା ବସିଥିବା ବେଳେ ବାପାଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଫଟେ କ୍ୟାପସନରେ ପୁଅ ଅର୍ଜୁନଙ୍କୁ ମିସ କରୁଥିବା ମଧ୍ୟ ଲେଖିଛନ୍ତି ତେନ୍ଦୁଲକର । ଗାଁରେ ପାରମ୍ପିରକ ଶୈଳୀରେ କିପରି ଖାଦ୍ୟ ପ୍ରସ୍ତୁତ ହୁଏ ତାହା ଫଟୋରେ ଦେଖିବାକୁ ମିଳିଛି।

ଏହି ଫଟୋଟିକୁ ତେନ୍ଦୁଲକର ଟ୍ବିଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି,''ଆପଣ ପ୍ରତିଦିନ ଅର୍ଦ୍ଧଶତକ ମାରନ୍ତି ନାହିଁ, କିନ୍ତୁ ଯେତେବେଳେ ତାହା ଆପଣ କରନ୍ତି ସେତେବେଳେ ଆପଣ ସେମାନଙ୍କ ସହିତ ଖୁସି ମନାଇବା ଉଚିତ, ଯେଉଁ ମାନେ ଆପଣଙ୍କୁ ଅଧିକ ଭଲ ପାଆନ୍ତି । ମୋତେ 50 ବର୍ଷ ପୂରଣ ହୋଇଥିବାରୁ ମୁଁ ଗାଁର ଶାନ୍ତ ପରିବେଶରେ ମୋ ପରିବାର ସହ ଜନ୍ମଦିନ ପାଳ କରିଛି ।'' ସେ ଆହୁରି ମଧ୍ୟ ଲେଖିଛନ୍ତି, ''ଏହି ସମୟରେ ମୁଁ ଅର୍ଜୁନଙ୍କୁ ମିସ କରୁଛି । ବର୍ତ୍ତମାନ ସେ ଆଇପିଏଲ ଖେଳିବାରେ ବ୍ୟସ୍ତ ରହିଛି । ଫଟୋରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ସେ ତାଙ୍କ ଜନ୍ମଦିନ ପରିବାର ଲୋକଙ୍କ ସହ ମନାଇଛନ୍ତି ।''

1973 ମସିହା ଏପ୍ରିଲ 24 ତାରିଖରେ ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । 1989 ମସିଆରେ ମାତ୍ର 16 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ 6ଟି ବିଶ୍ବକପ ଖେଳିଛନ୍ତି । କ୍ରିକେଟ କ୍ୟାରିୟରରେ ସଚିନ 200ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ 15921 ରନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.