ETV Bharat / sports

ଅଷ୍ଟ୍ରେଲିଆନ ଓପନ ହାରିଲେ ନୋଭାକ ଜୋକୋଭିକ, ଫାଇନାଲରେ ଜାନିକ ସିନ୍ନର

author img

By ETV Bharat Odisha Team

Published : Jan 26, 2024, 7:50 PM IST

Novak Djokovic lost Australian Open Semifinal: ଅଷ୍ଟ୍ରେଲିଆନ ଓପନରେ ବିପର୍ଯ୍ୟୟ । ସେମିଫାଇନାଲ୍‌ ହାରିଲେ ନୋଭାକ ଜୋକୋଭିକ । ଇଟାଲୀର ଜାନିକ ସିନ୍ନରଙ୍କ ଦମଦାର ପ୍ରଦର୍ଶନ ଆଗରେ ହାର ମାନିଲେ ନଂ ୧ ଜୋକଭିକ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆନ ଓପନ ହାରିଲେ ନୋଭାକ ଜୋକୋଭିକ
ଅଷ୍ଟ୍ରେଲିଆନ ଓପନ ହାରିଲେ ନୋଭାକ ଜୋକୋଭିକ

ହାଇଦ୍ରାବାଦ: ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ବଡ଼ ବିପର୍ଯ୍ୟୟ । ବିଶ୍ବର ନମ୍ବର ୱାନ୍‌ ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ ପରାସ୍ତ । ଇଟାଲୀର ଜାନିକ ସିନ୍ନରଙ୍କ ଠାରୁ ଅଷ୍ଟ୍ରେଲିଆନ ଓପନ ସେମିରେ ପରାସ୍ତ ହୋଇଛନ୍ତି ଜୋକୋଭିକ । ଟେନିସ ପୁରୁଷ ଏକକ ବର୍ଗରେ ବିଶ୍ବର ୪ର୍ଥ ନମ୍ବର ଖେଳାଳି ହେଉଛନ୍ତି ଜାନିକ ସିନ୍ନର । ତେବେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ସେମିରେ ପରାସ୍ତ ହୋଇଛନ୍ତି ଜୋକୋଭିକ ।

ବିଶ୍ବର ଏକ ନମ୍ବର ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକଙ୍କୁ ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟରୁ ବାହାର କରିଛନ୍ତି ପୁରୁଷ ଏକକ ବର୍ଗରେ ବିଶ୍ବର ୪ର୍ଥ ନମ୍ବର ଖେଳାଳି ଜାନିକ ସିନ୍ନର । ଏହି ପରାଜୟ ସହ ଜୋକୋଭିକଙ୍କର ୧୧ ଥର ଅଷ୍ଟ୍ରେଲିଆ ଓପନ ଜିତିବା ସ୍ବପ୍ନ ଭାଙ୍ଗି ଯାଇଛି । ଏହା ସହିତ ଜୋକୋଭିକଙ୍କର ୨୫ ଥର ଗ୍ରାଣ୍ଡସ୍ଲାମ ଜିତିବା ଆଶା ମଧ୍ୟ ଚୂରମାର ହୋଇଛି । ଏବେ ଆଗାମୀ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାକୁ ହେଲେ ଜୋକଭିକଙ୍କୁ ଫ୍ରାନ୍ସ ଓପନ ଟାଇଟଲ ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ବନାମ ଇଂଲଣ୍ଡ: ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ କମାଲ, ମଜଭୁତ ସ୍ଥିତିରେ ଭାରତ

ସେମିଫାଇନାଲ ଲଢ଼େଇରେ ନୋଭାକ ଜୋକୋଭିକ ଓ ଜାନିକ ସିନ୍ନରଙ୍କ ମଧ୍ୟରେ ୪ ସେଟ୍‌ ପର୍ଯ୍ୟନ୍ତ ଖେଳ ଚାଲିଥିଲା । ପ୍ରାୟ ସମସ୍ତ ସେଟ୍‌ରେ ଜୋକଭିକଙ୍କ ଉପରେ ଭାରି ପଡ଼ିଥିଲେ ସିନ୍ନର । ସେ ୪ଟି ଯାକ ସେଟ୍‌ରେ ଯଥାକ୍ରମେ ୬-୧, ୬-୨, ୬-୭ ଓ ୬-୩ରେ ଜୋକଭିକଙ୍କୁ ମାତ ଦେଇଥିଲେ । ତେବେ ଜୋକୋଭିକଙ୍କ ଭଳି ଭେଟେରାନଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲମ ଫାଇନାଲ୍‌ରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି ୨୨ ବର୍ଷୀୟ ସିନ୍ନର । ଅନ୍ୟଏକ ସେମି ମୁକାବିଲା ଆଲେକଜାଣ୍ଡାର ଜେଭେରେଭ ଓ ଡାନିଏଲ୍‌ ମେଡଭେଡ୍‌ଭଙ୍କ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌ରେ ଜାନିକ ସିନ୍ନରଙ୍କୁ ଭେଟିବେ ।

ଏହା ମଧ୍ଯ ପଢ଼ନ୍ତୁ...ODI କ୍ରିକେଟର ଅଫ୍‌ ଦି ଇୟର, ଦ୍ବିତୀୟ ଥର ଜିତିଲେ କିଙ୍ଗ କୋହଲି

ତେବେ ସେମିଫାଇନାଲ୍‌ ହାରିବା ପରେ ପ୍ରତିକ୍ରିୟା ରଖି ଜାନିକ ସିନ୍ନରଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ ଜୋକୋଭିକ । ସେ କହିଛନ୍ତି, "ସିନ୍ନର ଫାଇନାଲରେ ପହଞ୍ଚିବାକୁ ଯୋଗ୍ୟ । ସେ ମୋଠାରୁ ବହୁତ ଭଲ ଭାବେ ଖେଳିଥିଲେ । ମୁଁ ନିଜର ଏତେ ଖରାପ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ପ୍ରଥମ ଦୁଇଟି ସେଟ୍‌ରେ ମୁଁ ଆଶାନୁରୂପ ପ୍ରଦର୍ଶନ ଦେଇନଥିଲି । ମୁଁ ଭାବୁଛି ଏହା ମୋ ପାଇଁ ସବୁଠାରୁ ଖରାପ ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍‌ ମଧ୍ୟରୁ ଅନ୍ୟତମ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.