ETV Bharat / sports

ODI କ୍ରିକେଟର ଅଫ୍‌ ଦି ଇୟର, ଦ୍ବିତୀୟ ଥର ଜିତିଲେ କିଙ୍ଗ କୋହଲି

author img

By ETV Bharat Odisha Team

Published : Jan 26, 2024, 9:47 AM IST

ODI Cricketer of the Year 2023: ଦିନିକିଆ କ୍ରିକେଟରେ କୋହଲି ହିରୋ । 2023 ଆଇସିସି ମେନ୍ସ ଓଡିଆଇ କ୍ରିକେଟର ଅଫ ଦି ଇୟର ହେଲେ ବିରାଟ କୋହଲି ।

ବିରାଟ କୋହଲି
ODI Cricketer of the Year

ନୂଆଦିଲ୍ଲୀ: 2023 ବର୍ଷ ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟରଙ୍କ ନାମ ଘୋଷଣା କରିଛି ଆଇସିସି । ବିରାଟ କୋହଲି ହେଲେ ଆଇସିସି ମେନ୍ସ ଓଡିଆଇ କ୍ରିକେଟର ଅଫ ଦି ଇୟର । ଚତୁର୍ଥ ଥର ପାଇଁ ଦିନିକିଆରେ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ବିରୋଟ କୋହଲି । 50 ଓଭର ବିଶିଷ୍ଠ ଦିନିକିଆ ମ୍ୟାଚରେ ଗତ 2023ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି କୋହଲି । ଏହି ରେସରେ ଶୁବମନ ଗିଲ, ମହମ୍ମଦ ଶାମୀ ଓ ନ୍ୟୁଜିଲାଣ୍ଡର ଜାରିଲ ମିଚେଲ ରହିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରିକେଟ ଅଫ ଦି ଇୟର ଟାଇଟଲ ହାତେଇଛନ୍ତି କୋହଲି । ଗତ 2012, 2017,2018ରେ ଆଇସିସି ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ 2023 ବର୍ଷରେ ମଧ୍ୟ ଏହି ସମ୍ମାନ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଟି20 କ୍ରିକେଟର ଅଫ୍‌ ଦି ଇୟର; କ୍ରମାଗତ ଦ୍ବିତୀୟ ଥର ଜିତିଲେ SKY

ଗତ ବର୍ଷ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ବକପରେ କୋହଲିଙ୍କ ପ୍ରଦର୍ଶନ ଉଚ୍ଚ କୋଟିର ରହିଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକ ରେକର୍ଡ ଭାଙ୍ଗିଥିଲେ କିଙ୍ଗ୍‌ କୋହଲି । ତାଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ କରାଯାଇଥିଲା । 11ଟି ମ୍ୟାଚରୁ ସେ 9ଟି ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କର ସଂଘର୍ଷ ପୂର୍ଣ୍ଣ ବ୍ୟାଟିଂ ଭାରତକୁ ଫାଇନାଲରେ ପହଞ୍ଚାଇବାକୁ ବଳ ଦେଇଥିଲା । ସେ ବିଶ୍ବକପରେ ମୋଟ 765 ରନ ସଂଗ୍ରହ କରିଥିଲେ । ଏତିରେ 3ଟି ଶତକ ସାମିଲ ରହିଛି । 2023ରେ 24ଟି ଦିନିକିଆ ମ୍ୟାଚ ଖେଳିଛନ୍ତି କୋହଲି । ହାରାହାରି 51ରେ ସେ ମୋଟ 1377 ରନ ସଂଗ୍ରହ କରିଛନ୍ତି । ଏଥିରେ 6ଟି ଶତକ ଓ 8ଟି ଅର୍ଦ୍ଧଶତକ ରହିଛି ।

ନିକଟରେ 2023 ବର୍ଷ ପାଇଁ ଟି20 କ୍ରିକେଟର ଅଫ୍‌ ଦି ଇୟର ଭାବେ ସୂର୍ଯ୍ୟଙ୍କ ନାଁ ଘୋଷଣା କରିଥିଲା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) । କ୍ରମାଗତ ଦ୍ବିତୀୟ ଥର ପାଇଁ ଏହି ଫର୍ମାଟରେ କ୍ରିକେଟର ଅଫ୍‌ ଦି ଇୟର ଭାବେ ଚୟନ ହୋଇଥିଲେ ସୂର୍ଯ୍ୟ କୁମାର ।2022 ମସିହାରେ ସେ ଶ୍ରେଷ୍ଠ ଟି20 କ୍ରିକେଟର ଭାବେ ବିବେଚିତ ହୋଇଥିଲେ । 2023 ବର୍ଷରେ ହାରାହାରି 50 ଓ 160ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରିଛନ୍ତି ସୂର୍ଯ୍ୟକୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.