ETV Bharat / sports

ଏଥର IPL ଖେଳିନପାରନ୍ତି ବିରାଟ କୋହଲି: ଗାଭାସ୍କର

author img

By ETV Bharat Odisha Team

Published : Feb 27, 2024, 12:32 PM IST

ବିରାଟ କୋହଲି
Virat Kohli

Virat Kohli May Miss IPL: ଆଇପିଏଲ 2024 ଖେଳିନପାରନ୍ତି ବିରାଟ କୋହଲି । ଆଶଙ୍କା ପ୍ରକାଶ କଲେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଅଧିକ ପଢନ୍ତୁ,

ନୂଆଦିଲ୍ଲୀ: ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବ ଆଇପିଏଲ ସିଜିନ 17 । ଉଦଘାଟନୀ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲ ସିଜିନରେ ବିରାଟ କୋହଲି ଖେଳି ନପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଇଣ୍ଡିଆ ଟିମର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ସୁନୀଲ ଗାଭାସ୍କର । ଏକ ସ୍ପୋର୍ସ୍ଟସ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, '' ସେ କଣ ଖେଳିବେ, କିଛି କାରଣ ପାଇଁ କୋହଲି ଖେଳୁନାହାନ୍ତି, ଏମିତିବି ହୋଇପାରେ ସେ ଆଇପିଏଲ ବି ଖେଳି ନପାରନ୍ତି । ଯଦି ରନ ପାଇଁ କୋହଲି ଭୋକିଲା ଥାନ୍ତି ତେବେ ସେ ଆଇପିଏଲକୁ ଫେରିପାରନ୍ତି । "

ସୁନୀଲ ଗାଭାସ୍କର ଧ୍ରୁବ ଜୁରେଲଙ୍କୁ ନେଇ କହିଛନ୍ତି, '' ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ୱିକେଟ୍ କିପର ବ୍ୟାଟର୍ ଧ୍ରୁବ ଜୁରେଲ ଚଳିତ ଆଇପିଏଲରେ ସୁପରଷ୍ଟାର ହୋଇପାରନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ ବେଶ ଉଚ୍ଚ କୋଟିର ରହିଥିଲା । ପ୍ରଥମ ଇନିଂସରେ 39 ଓ ଦ୍ବିତୀୟ ଇନିଂସରେ 90 ରନ କରି ଦଳକୁ ବିଜୟୀ କରାଇଥିଲେ ଧ୍ରୁବ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ପାଇଛନ୍ତି । ଆକାଶ ଦୀପ ଆରସିବିରେ ଖେଳୁଥିବା ବେଳେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିବ ବୋଲି ଆଶା ।

ଏହା ମଧ୍ୟ ପଢନ୍ତୁ-ବିରୁଷ୍କାଙ୍କ ଘରକୁ ଆସିଲେ କୁନି ଅତିଥି, ଶୁଭେଚ୍ଛା ଜଣାଇଲେ ସଚିନଙ୍କ ସମେତ ଏହି ସେଲିବ୍ରିଟି

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଅଧିନାୟକ କରିବାକୁ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ରୋହିତ ଶର୍ମା ଆଇପିଏଲରେ ଏବେ କେବଳ ବ୍ୟାଟର ଭାବେ ଖେଳିବେ । ବିନା କୌଣସି ଚାପରେ ସେ ବ୍ୟାଟିଂ କରିବେ । ଯାହା ମୁମ୍ବାଇ ଟିମ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗତକାଲି(ସୋମବାର) ଯୋଗ ଦେଇ ଏପରି ମତ ରଖିଥିଲେ ସେ ।

ନିକଟରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଦ୍ୱିତୀୟ ଥର ପାଇଁ ପିତା ମାତା ହୋଇଛନ୍ତି । ଫେବୃଆରୀ 15 ତାରିଖରୁ ଅନୁଷ୍କା ଏକ ପୁତ୍ର ସନ୍ତାନ 'ଅକାୟ'ଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ଏନେଇ ଏକ୍ସରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଏହି ଖବର ଜାଣିବା ପରେ ଷ୍ଟାର ଦମ୍ପତିଙ୍କୁ ଚାରିଆଡ଼ୁ ଛୁଟିଛି ଶୁଭେଚ୍ଛାର ସୁଅ । ଅନୁଷ୍କା ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଦୂରେଇ ରହିଥିଲେ କୋହଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.