ETV Bharat / sports

ଫେଲ ମାରିଲା ଚେନ୍ନାଇର ମିଡିଲ ଅର୍ଡର, 7 ଓ୍ବିକେଟରେ ଜିତିଲା ପଞ୍ଜାବ - IPL 2024

author img

By ETV Bharat Odisha Team

Published : May 2, 2024, 6:56 AM IST

Etv Bharat
Etv Bharat

PBKS beat CSK: ଆଇପିଏଲରେ ଚେନ୍ନାଇର ପଞ୍ଚମ ପରାଜୟ । 7 ଓ୍ବିକେଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଲା ପଞ୍ଜାବ ।

ଚେନ୍ନାଇ: ଆଇପିଏଲର 49ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ବିଜୟ । 7 ଓ୍ବିକେଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଲା ପଞ୍ଜାବ । ଋତୁରାଜ ଗାଏକଓ୍ବାଡେଙ୍କ ଅର୍ଦ୍ଧଶତକ ବୃଥା । ଫେଲ ମାରିଲା ସିଏସକେର ମିଡିଲ ଅର୍ଡର । ପଞ୍ଜାବର ଜନି ବେୟାରଷ୍ଟୋ ଓ ରିଲେ ରୋସଓ୍ବେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ବି ଦଳକୁ ବିଜୟୀ କରାଇଛନ୍ତି । ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ପିବିକେଏସ । ପଞ୍ଚମ ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ସିଏସକେ ।

ଏହା ମଧ୍ୟ ପଢନ୍ତୁ-କୋଲକାତା ବୋଲିଂରେ ଚିତପଟାଙ୍ଗ ଦିଲ୍ଲୀ, 7 ଓ୍ବିକେଟରେ ବିଜୟ ସହ ପ୍ଲେ ଅଫ ନିକଟତର KKR - IPL 2024

ବୁଧବାର ସନ୍ଧ୍ୟା 7ଟା 30ରେ ଏମଏ ଚିଦାମ୍ବାରମ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସାମ କୁରାନଙ୍କ ବାହିନୀ । ଯାହା ଦଳ ପାଇଁ ଫଳପ୍ରଦ ହୋଇଥିଲା । ପ୍ରଥମ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଋତରାଜଙ୍କ ବାହିନୀ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 162 ରନ କରିଥିଲା । ଓପନି ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରାହାଣେ ଓ ଋତୁରାଜ । ଦଳୀୟ ସ୍କୋର 64 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 29 ରନ କରି ପାଭିଲିୟନ ଫେରିଥିଲେ ରାହାଣେ । ଏହାପରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସି କାତା କୋଲିବା ଆଗରୁ ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜା 2ରେ ଆଉଟ ହୋଇଥିଲେ । ଏକା ପାଳି ସମ୍ଭାଳିଥିଲେ ଋତୁରାଜ । ସେ 62 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିର 21, ମୋଇନ ଅଲ୍ଲି 15, ଧୋନି 14 ରନ କରିଥିଲେ । ପଞ୍ଜାବ ପକ୍ଷରୁ ରାହୁଲ ଚହର ଓ ହରପ୍ରୀତ ବରାର 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

163 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । 2ଓଭର ବାକିଥାଇ 3 ଓ୍ବିକେଟ ହରାଇ 163 ରନ କରି ଦଳ ବିଜୟୀ ହୋଇଥିଲା । ଜମି ବେରଷ୍ଟୋ ଓ ରିଲେ ରୋସଓ୍ବି ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ମୁହାଁ କରିଥିଲେ । ଜମି 46, ରିଲେ 43, ଶଶାଙ୍କ ସିଂ ଅପରାଜିତ 25, ସାମ କୁରାନ ଅପରାଜିତ 26 ରନ କରି ଦଳକୁ ବିଜୟୀ କରାଇଥିଲେ । ଚେନ୍ନାଇ ପକ୍ଷରୁ ଶିବମ ଦୁବେ , ରିଚାର୍ଡ ଓ ଶାର୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.