ETV Bharat / sports

କୋଲକାତା ବୋଲିଂରେ ଚିତପଟାଙ୍ଗ ଦିଲ୍ଲୀ, 7 ଓ୍ବିକେଟରେ ବିଜୟ ସହ ପ୍ଲେ ଅଫ ନିକଟତର KKR - IPL 2024

author img

By ETV Bharat Odisha Team

Published : Apr 30, 2024, 7:30 AM IST

Etv Bharat
Etv Bharat

IPL 2024: ଆଇପିଏଲରେ 47ତମ ମ୍ୟାଚରେ 7 ଓ୍ବିକେଟରେ ଡିସିକୁ ହରାଇଛି କୋଲକାତା । ପ୍ଲେ ଅଫ ନିକଟତର ଆୟର ବାହିନୀ । ଅଧିକ ପଢନ୍ତୁ

କୋଲକାତା: ଘରୋଇ ଗ୍ରାଉଣ୍ଡରେ ଚମକିଲା କୋଲକାତା ନାଇଟ ରାଇଡର୍ସ । ଘାତକ ବୋଲିଂ ଓ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ବିପକ୍ଷରେ କେକଆର ସହଜ ବିଜୟ ହାସଲ କରିଛି । ଆଇପିଏଲରେ 47ତମ ମ୍ୟାଚରେ 7 ଓ୍ବିକେଟରେ ଡିସିକୁ ହରାଇଛି କୋଲକାତା । ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫର ନିକଟତର ହୋଇଛି ଆୟର ବାହିନୀ । ଫିଲ ସଲ୍ଟଙ୍କ ଧୂଆଁଧାର ଅର୍ଦ୍ଧଶତକ । ଘାତକ ବୋଲିଂ କରି 3 ଓ୍ବିକେଟ ଅକ୍ତିଆର କଲେ ବରୁଣ ଚକ୍ରବର୍ତ୍ତୀ । ତାଙ୍କୁ ପ୍ଲେ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: ପ୍ରଥମ ଦଳ ଭାବେ 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ; ୱିଲିୟମସନ କ୍ୟାପଟେନ୍, ଫେରିଲେ ବୋଲ୍ଟ - T20 World Cup 2024

ସୋମବାର ସନ୍ଧ୍ୟା 7ଟା 30ରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । 20 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 153 ରନ କରିବାକୁ ସମର୍ଥ ହୋଇଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ପୃଥ୍ବୀ ଶ ଓ ମ୍ୟାକଗର୍କ । କିନ୍ତୁ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଘାତକ ସାବ୍ୟସ୍ତ ହୋଇଥିଲେ କୋଲକାତା ବ୍ୟାଟର । ଫଳରେ ପୃଥ୍ବୀ 13, ମ୍ୟାକଗର୍କ 12, ପୋରେଲ 18, ହୋପ 6, ଅକ୍ଷର 15, ପନ୍ତ 27 ରନ କରିଥିଲେ । କୁଳଦୀପ ଯାଦବ ସର୍ବାଧିକ 35 ରନ କରିଥିଲେ । କୋଲକାତାର ବରୁଣ ଚକ୍ରବତି 3, ହର୍ସିତ ରଁଣା 2 ଓ ବୈଭବ ଆରୋରା 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା SRH, 78ରନରେ ଜିତିଲା CSK - IPL 2024

154 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର । ମ୍ୟାଚକୁ ନିଜ ସପକ୍ଷରେ କରିବା ଦଳ ପାଇଁ ସହଜ ହୋଇଥିଲା । 3 ଓଭର 3ଟି ବଲ ବାକି ଥାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 16.3 ଓଭରରେ 157 ରନ କରିଥିଲା କୋଲକାତା । ଫିଲ ସଲ୍ଟ ଧୂଆଁଧାର ବ୍ୟାଟିଂ କରିଥିଲେ । 33 ବଲରେ ସେ 68 ରନ କରିଥିଲେ । ଆନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆୟର ଅପରାଜିତ 33 ଓ ଭେଙ୍କଟସ ଆୟର ଅପରାଜିତ 26 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.