ETV Bharat / sports

ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା SRH, 78ରନରେ ଜିତିଲା CSK - IPL 2024

author img

By ETV Bharat Odisha Team

Published : Apr 29, 2024, 7:25 AM IST

Etv Bharat
Etv Bharat

IPL 2024: ଆଇପିଏଲରେ 47ତମ ମ୍ୟାଚରେ ହାଇଦ୍ରାବାଦକୁ 78 ରନରେ ପରାସ୍ତ କଲା ସିଏସକେ । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଲା ଋତୁରାଜ ବାହିନୀ । ଅଧିକ ପଢନ୍ତୁ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦର ଶୋଚନୀୟ ପରାଜୟ । ପୂର୍ବ ମ୍ୟାଚର ପ୍ରତିଶୋଧ ନେଲା ଋତୁରାଜ ବାହିନୀ । ଆଇପିଏଲର 47ତମ ମ୍ୟାଚରେ ହାଇଦ୍ରାବାଦକୁ 78 ରନରେ ପରାସ୍ତ କଲା ସିଏସକେ । ଚେନ୍ନାଇ ବୋଲରଙ୍କ ଜାଲରେ ଫସିଲେ ହାଇଦ୍ରାବାଦ ବ୍ୟାଟର । 4 ଓ୍ବିକେଟ ଅକ୍ତିଆର କରି ଘାତକ ସାବ୍ୟସ୍ତ ହେଲେ ତୁଷାର ଦେଶପାଣ୍ଡେ । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା କମିନ୍ସ ବାହିନୀ । ଋତୁରାଜ ଗାଏକଓ୍ବାଡ ଓ ଡେରିଲ ମିଚେଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଲା ଋତୁରାଜ ବାହିନୀ, ତଳକୁ ଖସିଲା ହାଇଦ୍ରାବାଦ । ଘରୋଇ ଗ୍ରାଉଣ୍ଡରେ ପୁଣି ଚମକିଲା ଚେନ୍ନାଇ ।

ଏହା ମଧ୍ୟ ପଢନ୍ତୁ-ଆଜି ଡବଲ ହେଡର ମ୍ୟାଚ; ଗୁଜୁରାଟକୁ ଭେଟିବ ବେଙ୍ଗାଲୁରୁ, ମୁହାଁମୁହିଁ ହେବେ DRH-CSK - IPL 2024

ରବିବାର ଏମଏ ଚିଦାମ୍ବାରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଯାହା ପର ମହୁର୍ତ୍ତରେ ଦଳକୁ ଭାରି ପଡିଥିଲା । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସିଏସକେ । 20 ଓଭରରେ ଦଳ 3 ଓ୍ବିକେଟ ହରାଇ 212 ରନ କରିଥିଲା । ରାହାଣେ ଓ ଋତୁରାଜ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । 9ରନ କରି ରାହାଣେ ପାଭିଲିୟନକୁ ଫେରିଯାଇଥିଲେ, କିନ୍ତୁ ଋତୁରାଜଙ୍କ ବ୍ୟାଟକୁ ଅଟକାଇବା ସହଜ ହୋଇନଥିଲା ଏସଆରଏଚ ବ୍ୟାଟରଙ୍କ ପାଖରେ । ଡେରିଲ ମିଚେଲ ଓ ଦଳର ଅଧିନାୟକ ଛକା ଚୌକାର ମାଡ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଋତୁରାଜ 98, ମିଚେଲ 52 ଓ ଶିବମ ଦୁବେ 39 ରନ କରିଥିଲେ । ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସି ମହେନ୍ଦ୍ର ସିଂ ଧୋନି 2 ବଲରେ 5 ରନ କରିଥିଲେ ।

213ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । ସମସ୍ତେ ଭାବି ଥିଲେ ପୁଣି ଷ୍ଟାଡିୟମରେ ଛକା ଚୌକାର ବର୍ଷା ହେବ , ନୂଆ ରେକର୍ଡ କରିବ ଏହି ଦଳ । କିନ୍ତୁ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଥୀନ ହୋଇଥିଲା । ସିଏସକେ ବୋଲରଙ୍କ ଆଗରେ ଆଣ୍ଠେଇଥିଲେ ହାଇଦ୍ରାବାଦ ବ୍ୟାଟର । ଫଳରେ ଡ୍ରାଭିସ ହେଟ ଓ ଅଭିଶେଖ ଶର୍ମା 13 ଓ 15 ରନ କରି ଆଉଟ ହୋଇଥିଲେ । ଅଡେନ ମାକ୍ରମ 32, ନିତିଶ କୁମାର ରେଡ୍ଡି 15, କ୍ଲାସେନ 20 ଓ ଅବଦୁଲ ସାମଦ 19 ରନ କରି ପାଭିଲିୟନକୁ ଫେରିଥିଲେ । 19 ଓଭର ଶେଷ ହେବା ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ମାତ୍ର 134 ରନ କରିଥିଲା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.