ETV Bharat / sports

ଆଜି ଡବଲ ହେଡର ମ୍ୟାଚ; ଗୁଜୁରାଟକୁ ଭେଟିବ ବେଙ୍ଗାଲୁରୁ, ମୁହାଁମୁହିଁ ହେବେ DRH-CSK - IPL 2024

author img

By ETV Bharat Odisha Team

Published : Apr 28, 2024, 2:22 PM IST

Etv Bharat
Etv Bharat

IPL 2024: ଆଇପିଏଲରେ ଆଜି ଦୁଇଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ଗୁଜୁରାଟ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ହାଇଦ୍ରାବାଦ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଇପିଏଲରରେ ଆଜି ରହିଛି ଡବଲ ହେଡର ମ୍ୟାଚ । 45ତମ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 46ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଚାରି ଦଳ । ଚଳିତ ସିଜିନରେ ପ୍ରଥମ ଥର ପାଇଁ ଆରସିବି ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ହାଇଦ୍ରାବାଦଠୁ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ । ଚଳିତ ସିଜିନରେ ଦ୍ବିତୀୟ ଥର ଲାଗି ପରସ୍ପରକୁ ଭେଟିବେ ଦୁଇ ଦଳ ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନର ପ୍ଲେ ଅଫ ପଥ ପରିଷ୍କାର, 7 ଓ୍ବିକେଟରେ ହାରିଲା ଲକ୍ଷ୍ନୌ - IPL 2024

ଅହମମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ 3ଟା 30ରେ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ମ୍ୟାଚ ଖେଳାଯିବ । ଦୁଇ ଦଳ 10ମ ମ୍ୟାଚ ଖେଳି ବିଜୟ ଲକ୍ଷ୍ୟରେ ରହିଛନ୍ତି । ଚଳିତ ସିଜିନରେ ଆରସିବିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି ମାତ୍ର 2ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି। ପୂର୍ବ ମ୍ୟାଚରେ ଦଳ ବିଜୟୀ ହୋଇଥିବା ବେଳେ ଆଜି ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ବିଜୟ ଧାରା ଜାରି ରଖିବାକୁ ଡୁପ୍ଲେସି ବାହିନୀ ପ୍ରସ୍ତୁତ । ଅନ୍ୟପଟେ ଗୁଜୁରାଟ ଟାଇଟନ୍ସ ଚଳିତ ସିଜିନରେ 9ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଜିଟି। ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଆଜିର ମ୍ୟାଚ ବିଜୟୀ ହେବା ଆବଶ୍ୟକ । ଅଧିନାୟକ ଶୁବମନ ଗିଲ, କେନ ଓ୍ବିଲିୟମସନ, ସାଇ ସୁଦର୍ଶନ, ରିଦ୍ଧିମାନଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ ।

ସନ୍ଧ୍ୟା 7ଟା 30 ସମୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସିଏସକେ ଓ ଏସଆରଏଚ ମଧ୍ୟରେ ମ୍ୟାଚ ଖେଳାଯିବ । ହାଇଦ୍ରାବାଦ ଷଷ୍ଠ ଓ ଚେନ୍ନାଇ ପଞ୍ଚମ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଚଳିତ ସିଜିନରେ ଦୁଇ ଦଳର ପ୍ରଦର୍ଶନ ଭଲ ରହିଛି । ହାଇଦ୍ରାବଦର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି । ଗତ ମ୍ୟାଚରେ ଦଳ ଆରସିବି ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ବିଜୟ ଧାରାକୁ ଫେରିବାକୁ ଦଳ ପ୍ରସ୍ତୁତି କରିଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି କମିନ୍ସ ବାହିନୀ । ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଦଳ ଲଗାତାର 2ଟି ମ୍ୟାଚ ହାରିଥିବାରୁ ବିଜୟକୁ ଫେରିବାକୁ ବ୍ୟାକୁଳ ଋତୁରାଜ ବାହିନୀ । ଘରେଇ ଗ୍ରାଉଣ୍ଡରେ ଖେଳି ଦଳ ବିଜୟୀ ହେବା ଲକ୍ଷ୍ୟରେ ରହିଛି । ଧୋନିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଛି । ଗତ ମ୍ୟାଚରେ ସେ ଗୋଟିଏ ବଲ ଖେଳି ଚୌକା ମାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.