ETV Bharat / sports

T-20 ବିଶ୍ବକପ: ପ୍ରଥମ ଦଳ ଭାବେ 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ; ୱିଲିୟମସନ କ୍ୟାପଟେନ୍, ଫେରିଲେ ବୋଲ୍ଟ - T20 World Cup 2024

author img

By ETV Bharat Odisha Team

Published : Apr 29, 2024, 11:14 AM IST

Etv Bharat
Etv Bharat

T20 World Cup 2024: ପ୍ରଥ ଦଳ ଭାବେ ଟି-20 ବିଶ୍ବକପ ପାଇଁ 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ । କେନ୍‌ ୱିଲିୟମସନଙ୍କ ନେତୃ୍ତ୍ବରେ ବିଶ୍ବକପ ଖେଳିବ ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସନ୍ତା ଜୁନ ମାସରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି20 ବିଶ୍ବକପ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ । ଟି20 ବିଶ୍ବକପ ପାଇଁ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ 15 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି । କେନ୍‌ ୱିଲିୟମସନଙ୍କ ନେତୃ୍ତ୍ବରେ ବିଶ୍ବକପ ଖେଳିବ ନ୍ୟୁଜିଲାଣ୍ଡ । ଦଳରେ ଦ୍ରୁତତମ ବୋଲର ଟିମ୍‌ ସାଉଦି ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଟି 20 ବିଶ୍ବକପରେ ଚତୁର୍ଥ ଥର ଅଧିନାୟକ ଭାବେ ଦଳର ନେତୃତ୍ବ ନେବେ ୱିଲିୟମସନ । ଆହତ ଯୋଗୁଁ ଦଳରୁ ବାଦ ପଡିଛନ୍ତି ପେସର ବୋଲର କାଇଲ୍ ଜାମିସନ୍ ଓ ଅଲରାଉଣ୍ଡର ଆଡାମ ମିଲନେ ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ ଭାରତୀୟ ସାମ୍ଭାବ୍ୟ ଦଳ; କାହାକୁ ମିଳିବ ସ୍ଥାନ, କେଉଁଠି ବ୍ୟାଟିଂ କରିବେ ବିରାଟ ? - T20 World cup 2024

ଅଭିଜ୍ଞ ଟପ୍ ଅର୍ଡର ବ୍ୟାଟର୍ କୋଲିନ୍ ମୁନ୍ରୋଙ୍କ ବଦଳରେ ଦଳରେ ରଚିନ ରବିନ୍ଦ୍ରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେହିପରି ମ୍ୟାଟ ହେନେରିଙ୍କୁ ଦଳରେ ସାମିଲ କରାଯାଉଛି । ଉଭୟ ପ୍ରଥମ ଥର ପାଇଁ ଟି 20 ବିଶ୍ବକପ ଖେଳିବାକୁ ଯାଉଛନ୍ତି । ବିଶ୍ବକପ 2023ରେ ରଚିନଙ୍କ ପ୍ରଦର୍ଶନ ଭଲ ରହିଥବା ବେଳେ ଆଇପିଏଲରେ କିନ୍ତୁ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ବିଶ୍ବକପରେ ଦୁଇ ଜଣଙ୍କ ପ୍ରଦର୍ଶନ କଣ ରହିବ ତା ଉପରେ ସମସ୍ତଙ୍କ ନଜର । ନ୍ୟୁଜିଲ୍ୟାଣ୍ଡର କୋଟ ଗ୍ୟାରି ଷ୍ଟେଡ ବଶ୍ବକପ ରାଇଁ ଏକ ସନ୍ତୁଳିତ ଦଳ ଚୟନ କରିଛନ୍ତି ଏବଂ ଟୁର୍ନାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି । ବିଶ୍ବକପ 2023ରେ ନ୍ୟୁଜିଲାଣ୍ଡର ନେତୃତ୍ବ ନେଇଥିଲେ କେନ୍‌ ୱିଲିୟମସନ୍‌ । ଦଳ ମୋଟ 9ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଥିବା ବେଲେ 4ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା । ସେମି ଫାଇନାଲେର ଭାରତ ସହ ମୁକାବିଲା ହୋଇଥିଲେ । ଦଳର ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ପରାଜିତ ହେବାକୁ ପଡିଥିଲା ।

ନ୍ୟୁଜିଲାଣ୍ଡ 15 ଜଣିଆ ସ୍କ୍ବାର୍ଡ : କେନ୍‌ ୱିଲିୟମସନ (ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଡାରିଲ ମିଚେଲ, ଜିମି ନିଶମ, ଗ୍ଲେନ ଫିଲିପ୍ସ, ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଦି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.