ETV Bharat / sports

T20 ବିଶ୍ବକପ ଭାରତୀୟ ସାମ୍ଭାବ୍ୟ ଦଳ; କାହାକୁ ମିଳିବ ସ୍ଥାନ, କେଉଁଠି ବ୍ୟାଟିଂ କରିବେ ବିରାଟ ? - T20 World cup 2024

author img

By ETV Bharat Odisha Team

Published : Apr 26, 2024, 10:20 AM IST

Etv Bharat
Etv Bharat

T20 World Cup 2024: ଚଳିତ ସପ୍ତାହରେ ଟି 20 ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ ବିସିସିଆଇ । 15 ଜଣିଆ ସାମ୍ଭାବ୍ୟ ଦଳରେ ଜୟସ୍ବାଲ, ରିଙ୍କୁ ସିଂ । 3 ନମ୍ବରରେ ବ୍ୟାଟିଂ କରିବେ କୋହଲି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆସନ୍ତା ଜୁନରୁ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ବକପ । ଏନେଇ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ । ମେ' 1 ତାରିଖ ଦଳ ଘୋଷଣାର ଶେଷ ତାରିଖ ରହିଥିବା ବେଳେ ଚଳିତ ସପ୍ତାହରେ ସ୍କ୍ବାର୍ଡ ଘୋଷଣା ହେବା ନେଇ ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ପାଇଁ ବଛା ବଛା ଖେଳାଳିଙ୍କୁ ଚୟନ କରିବେ ଚୟନ କର୍ତ୍ତା । ଏଥିପାଇଁ ଆଇପିଏଲରେ ଖେଳାଳିଙ୍କ ଉପରେ ଚୟନକର୍ତ୍ତା ଟିମର ନଜର ରହିଛି । ଚୟନକର୍ତ୍ତାଙ୍କ ପାଇଁ ଖେଳାଳି ଚୟନ କରିବା ଏକ ବଡ଼ ଆହ୍ବାନ ହେବ ,କାରଣ ଏକାଧିକ ଖେଳାଳି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାରି ମଧ୍ୟରେ ଟି 20 ବିଶ୍ବକପ ପାଇଁ ଏକ 15 ଜଣିଆ ସାମ୍ଭାବ୍ୟ ଦଳ ପ୍ରକାଶ ପାଇଛି । 11 ଜଣିଆ ଦଳରେ ଓପନିଂ କରିବେ ରୋହିତ ଶର୍ମା ଓ ଜୟସ୍ବାଲ । ମିଡିଲ ଅର୍ଡରରେ ରହିବେ ରିଙ୍କୁ ସିଂ ।

ରୋହିତ ଶର୍ମା: ଟି 20 ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ନେବେ ରୋହିତ ଶର୍ମା । ବିଶ୍ବକପ ଟ୍ରଫି ହାତେଇ ପାରିନଥିଲେ ମଧ୍ୟ ଟି 20 ବିଶ୍ବକପରେ ଦଳ କେମିତି ଭଲ ପ୍ରଦର୍ଶନ କରି ଟ୍ରଫି ହାତେଇବ ତାଉପରେ ସେ ଅଧିକ ଦୃଷ୍ଟି ଦେବେ । ଆମେରିକାରେ ନିର୍ମିତ ନୂଆ ଷ୍ଟାଡିୟମରେ ରୋହିତଙ୍କ ଠାରୁ ଉତ୍କୃଷ୍ଟ ଅଧିନାୟକତ୍ୱ ଆଶା କରାଯାଉଛି । ବିଶ୍ବକପରେ ତାଙ୍କର ନେତୃତ୍ବ ବେଶ ପ୍ରଶଂସନୀୟ ରହିଥିଲା । ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଆଇପିଏଲରେ ଖେଳୁଛନ୍ତି।

ଯଶସ୍ୱୀ ଜୟସ୍ବାଲ: ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଜୟସ୍ବାଲଙ୍କ ପ୍ରଦର୍ଶନ ଭଲ ରହିଥିଲା । ମାତ୍ର 22 ବର୍ଷ ବୟସରେ ଭାରତୀୟ ଦଳରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଏପର୍ଯ୍ୟନ୍ତ ଖେଳାଯାଇଥିବା 9 ଟି ଟେଷ୍ଟ ମ୍ୟାଚରେ ସେ 70 ଷ୍ଟ୍ରାଇକ ହାରରେ ରନ୍ ସ୍କୋର କରିଛନ୍ତି। ଏଥି ସହିତ, ଟି -20 ରେ ସେ 161.9 ର ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ । ଆଇପିଏଲରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନଥିଲେ ମଧ୍ୟ ଗୋଟିଏ ମ୍ୟାଚରେ ଶତକ ହାସଲ କରିଥିଲେ । ତାଙ୍କର ଉପରେ ଚୟନକର୍ତ୍ତା ଟିମର ନଜର ରହିଛି। ସେ ଟି 20 ବିଶ୍ବକପ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ଫେଲ ମାରିଲେ SRH ଟପ୍ ଅର୍ଡର, ହାଇଦ୍ରାବାଦଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ - IPL 2024

ବିରାଟ କୋହଲି: ଟି 20 ବିଶ୍ବକପରେ ବିରାଟ କୋହଲି 3 ନମ୍ବରରେ ବ୍ୟାଟିଂ କରିପାରନ୍ତି । ଏହା ହୁଏତ କୋହଲିଙ୍କ ଶେଷ ଟି -20 ବିଶ୍ୱକପ ହୋଇପାରେ । ଚଳିତ ଆଇପିଏଲ ସିଜିନରେ ତାଙ୍କର ପ୍ରଦର୍ଶନ ବେଶ ଦମଦାର ରହିଛି । 3ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ହାସଲ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବ: ବିଶ୍ୱକପରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଏତେଟାବି ଭଲ ନଥିଲା । ଫାଇନାଲ ମ୍ୟାଚରେ ତାଙ୍କ ଉପରେ ଭରସା କରିଥିଲା ଦଳ , କିନ୍ତୁ ସେ ଖେଳିପାରିନଥିଲେ । ଆଇପିଏଲରେ ସେ ପୁଣି ଫର୍ମକୁ ଫେରିଛନ୍ତି । ଟି 20 ଫର୍ମାଟରେ ତାଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ବିଶ୍ବକପ ପାଇଁ ତାଙ୍କୁ ଚୟନ କରାଯାଇପାରେ । ଯଦି ସେବି ଖେଳନ୍ତି ତେବେ ସେ 4 ନମ୍ବରରେ ବ୍ୟାଟିଂ କରିବେ ।

ଋଷଭ ପନ୍ତ: ଦୁର୍ଘଟଣାରୁ ସୁସ୍ଥ ହୋଇ ଫେରିବା ପରେ ଋଷଭ ପନ୍ତ ଆଇପିଏଲରେ ଫର୍ମକୁ ଫେରିଛନ୍ତି । ଓ୍ବିକେଟ କିପିଂ ସହ ଭଲ ବ୍ୟାଟିଂ ମଧ୍ୟ ଜାରି ରଖିଛନ୍ତି । ଟି 20 ବିଶ୍ବକପରେ ତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଇପିଏଲରେ ସେ ସର୍ବାଧିକ ରନ ସଂଗ୍ରହକାରୀ ମଧ୍ୟରେ 4ର୍ଥ ସ୍ଥାନରେ ରହିଛନ୍ତି । ଚୟନ କର୍ତ୍ତା ଟିମ ତାଙ୍କୁ ସୁଯୋଗ ଦେଇପାରନ୍ତି ।

ରିଙ୍କୁ ସିଂ: ଚଳିତ ଆଇପିଏଲ ସିଜିନରେ ରିଙ୍କୁ ସିଂଙ୍କୁ ବ୍ୟାଟିଂ ସୁଯୋଗ ମିଳିନାହିଁ । କିନ୍ତୁ ଦିନିକିଆ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା । ତାଙ୍କୁ ବେଷ୍ଟ ଫିନିସର ବୋଲି କୁହାଯାଉଛି । ଯେଉଁ ସମୟରେ ଦଳକୁ ରନର ଆବଶ୍ୟକତା ଥାଏ, ସେହି ସମୟରେ ରିଙ୍କୁ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇଛନ୍ତି । ତେଣୁ ଟି 20 ବିଶ୍ବକପ ପାଇଁ ତାଙ୍କୁ ଚୟନ କରାଯାଇପାରେ ।

ରବିନ୍ଦ୍ର ଜାଡେଜା: ଅଲରାଉଣ୍ଡର ଭାବରେ T20 ବିଶ୍ବକପ ପାଇଁ ଜାଡେଜାଙ୍କୁ ନାମ 15 ଜଣିଆ ତାଲିକାରେ ଆସିପାରେ । 7 ନମ୍ବରରେ ବ୍ୟାଟିଂ କରିବେ ଜାଡେଜା । ଆଇପିଏଲରେ ଅଲରାଉଣ୍ଡର ଭାବରେ ତାଙ୍କର ପ୍ରଦର୍ଶନ ଭଲ ରହିଛି ।

ହାର୍ଦ୍ଦିକ ପାଣ୍ଡ୍ୟା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଆଇପିଏଲରେ ଖରାପ ରହିଛି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ଯୋଗଦେବା ପରେ ଫର୍ମକୁ ଫେରିପାରୁ ନାହାନ୍ତି ପାଣ୍ଡ୍ୟା । ଅଲରାଉଣ୍ଡର ଭାବରେ ତାଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିନାହିଁ । ବୋଲିଂ ର ଯାଦୁ ଦେଖିବାକୁ ମିଳିଥିଲେ ମଧ୍ୟ ବ୍ୟାଟିଂ ଏତେଟା ଭଲ ନାହିଁ । ତଥାପି ତାଙ୍କ ନାମ ଟି 20 ବିଶ୍ବକପରେ ସ୍ଥାନ ପାଇପାରେ ।

ବୋଲିଂରେ କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମାରଙ୍କୁ ଟି 20ରେ ସ୍ଥାନ ମିଳିବ । ଏହି ତିନି ଜଣଙ୍କ ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଶୁବମନ ଗିଲ, ଶିବମ ଦୁବେ, ଋତୁରାଜ, କେଏଲ ରାହୁଲ ଓ ଅକ୍ସର ପଟେଲଙ୍କୁ ସ୍କ୍ବାର୍ଡରେ ସ୍ଥାନ ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.