ETV Bharat / sports

ଫେଲ ମାରିଲେ SRH ଟପ୍ ଅର୍ଡର, ହାଇଦ୍ରାବାଦଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ - IPL 2024

author img

By ETV Bharat Odisha Team

Published : Apr 26, 2024, 7:40 AM IST

IPL 2024
IPL 2024

IPL 2024: ଆଇପିଏଲରେ 41 ତମ ମ୍ୟାଚରେ ଆରସିବିର ରୋମାଞ୍ଚକର ବିଜୟ । ଘରୋଇ ମାଟିରେ ହାଇଦ୍ରାବାଦକୁ ପରାସ୍ତ କଲା ବେଙ୍ଗାଲୁରୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଇପିଏଲରେ ବିଜୟ ଧାରକୁ ଫେରିଲା ରୟାଲ ଚ୍ୟାଲେଞ୍ଚର୍ସ ବେଙ୍ଗାଲୁରୁ । ଏସଆରଏଚଠୁ ପୂର୍ବ ମ୍ୟାଚର ପ୍ରତିଶୋଧ ନେଲା ଆରସିବି । ଲଗାତାର 6ଟି ମ୍ୟାଚ ହାରିବା ପରେ ଦଳ ପୁଣି ବିଜୟର ସ୍ବାଦ ଚାଖିଛି । ଆଇପିଏଲରେ 41 ତମ ମ୍ୟାଚରେ ହାଇଦ୍ରାବାଦକୁ ଘରୋଇ ମାଟିରେ 35 ରନରେ ପରାସ୍ତ କରିଛି ଆରସିବି । କୋହଲି ଓ ରଜତ ପଟିଦାରଙ୍କ ଧୂଆଁଧାର ଅର୍ଦ୍ଧଶତକ । ଆରସିବି ବୋଲରଙ୍କ ଆଗରେ ଫେଲ ମାରିଲେ ଏସଆରଏଚର ଟପ ବ୍ୟାର । 2 ଅଙ୍କ ରନ କରିବା ପୂର୍ବରୁ ବ୍ୟାଟିଂ କରି ଆତଙ୍କ ଖେଳାଉଥିବା ଟ୍ରାଭିସ ହେଡ, ଆଡେନ ମାକ୍ରମ ଓ ହେନେରିଚ କ୍ଲାସେନ ଫେରିଗଲେ ପାଭିଲିୟନ । ଫଳରେ କ୍ରମାଗତ 4ଟି ମ୍ୟାଚରେ 250 ରନ ପାର କରିଥିବା ଦଳ 200 ରନର ନିକଟତର ହେବା କାଠିକର ପାଠ ହୋଇଥିଲା । 20 ବଲରେ 50 ରନ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ରଜତ ପଟିଦାର ।

କୋହଲି-ରଜତ ଲଢୁଆ ବ୍ୟାଟିଂ: ଗୁରୁବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦରେ ଏସଆରଏଚ ଓ ଆରସିବି ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଡୁପ୍ଲେସିସ ବାହିନୀ । ଚଳିତ ସିଜିନରେ ହାଇଦ୍ରବାଦର ବ୍ୟାଟିଂ ବିଭାଗ ଆତଙ୍କ ଖେଳାଇଥିବାରୁ ସାମାନ୍ୟ ଚାପରେ ରହିଥିଲା ଆରସିବି । ତଥାପି ପଛ ଘୁଞ୍ଚା ଦେଇନଥିଲେ ବେଙ୍ଗାଲୁରୁ ବ୍ୟାଟର । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 206 ରନ କରିଥିଲା । ଆରମ୍ଭରୁ ଦୁଇ ଓପନର ବିରାଟ କୋହଲି ଓ ଡୁପ୍ଲେସିସ ଭଲ ପାଳି ଆରମ୍ଭ କରିଥିଲେ । ଡୁପ୍ଲେସିସ 25 ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ଜ୍ୟାକ୍ସ ବ୍ୟାଟିଂ କରିବାକୁ ଆସି 6 ରନରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର 65 ହୋଇଥିବା ବେଳେ ଦ୍ବିତୀୟ ଓ୍ବିକେଟ ପଡିଥିଲା । ପରେ ପରେ ରଜତ ବ୍ୟାଟିଂ କରିବାକୁ ଆସି କୋହଲିଙ୍କୁ ସାଥ ଦେଇଥିଲେ । ଆରମ୍ଭରୁ ରଜତ ଛକା ଚୌକାର ବର୍ଷା କରିଥିଲେ । 20 ବଲରେ 50 ରନ ପୂରଣ କରି ସେ ଆଉଟ ହୋଇଥିଲେ । ପରେ କୋହଲି43 ବଲରୁ 51 ରନ କରି ପାଭିଲିୟନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କାମରନ ଗ୍ରିନ ଓଭର ଶେଷ ପର୍ଯ୍ୟନ୍ତ ଖେଳି ଅପରାଜିତ 37 ରନ କରିଥିଲେ ।

ଫେଲ ମାରିଲେ ଟପ ବ୍ୟାଟର: ଏହାପରେ 207 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଏସଆରଏଚ । ସମସ୍ତ ଭାବିଥିଲେ ଆଜିବି ହାଇଦ୍ରାବାଦ ଛକା ଚୌକାର ବର୍ଷା କରି ହାଇସ୍କୋରିଂ ମ୍ୟାଚ ଖେଳିବ । କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା । ଫେଲ ମାରିଥିଲେ ଦଳର ଟପ ବ୍ୟାଟର । ଫଳରେ 20 ଓଭରରେ 8 ଓ୍ବିକେଟ ହରାଇ 171 ରନ କରିବାକୁ ସକ୍ଷମ ହୋଇଥିଲା ହାଇଦ୍ରାବାଦ । ଅଭିଷେକ ଶର୍ମା 31, ଶେହେବାଜ ଅହମମ୍ଦ 40 ଓ ପ୍ୟାଟ କମିନ୍ସ 31 ରନ କରିଥିଲେ । ଆଉ କୌଣସିବି ଖେଳାଳି 20 ରନ କରିବାକୁ ସକ୍ଷମ ହୋଇନଥିଲେ । ତୃତୀୟ ପରାଜୟ ସତ୍ବେ ମଧ୍ୟ ପେଣ୍ଟ ଟେବୁଲରେ ତୃତୀୟ ସ୍ଥାନ ବଜାୟ ରଖିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.