ETV Bharat / sports

ବୃଥା ଗଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ, KKRର ଦ୍ବିତୀୟ ବିଜୟ - IPL 2024

author img

By ETV Bharat Odisha Team

Published : Mar 30, 2024, 7:07 AM IST

Updated : Mar 30, 2024, 9:45 AM IST

IPL 2024
IPL 2024

IPL 2024: ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କଲା କେକେଆର । ଦଶମ ମୁକାବିଲାରେ ଆରସିବିକୁ 7 ଓ୍ବିକେଟରେ ପରାସ୍ତ କଲା କୋଲକାତା । ଆରସିବି ଷ୍ଟାର ବ୍ୟାଟର କୋହଲିଙ୍କ ଅପରାଜିତ 83 ରନ ପାଣିରେ ପଡ଼ିଲା । ଅଧିକ ପଢନ୍ତୁ,

ବେଙ୍ଗାଲୁରୁ: ଆଇପିଏଲ ସିଜିନ 17ର ଦଶମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସର ବିଜୟ । 7 ଓ୍ବିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କଲା କେକେଆର । ଚଳିତ ସିଜିନରେ କୋଲକାତାର ଏହା ଦ୍ବିତୀୟ ବିଜୟ । ବୃଥା ଗଲା କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ । ଶ୍ରେୟସ ଆୟରଙ୍କ ରଣନୀତି ଆଗରେ ଫେଲ ମାରିଲା ଡୁପ୍ଲେସି ବାହିନୀ । ଅଲରାଉଣ୍ଡର ପ୍ରଦର୍ଶନ କରି ସୁନିଲ ନାରାୟଣଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।

ବେଙ୍ଗାଲୁରୁର ଏମ ଚିନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କେକେଆର । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଆରସିବି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଫାଫ ଡୁପ୍ଲେସି ଓ ବିରାଟ କୋହଲି । ଡୁପ୍ଲେସି ମାତ୍ର 8 ରନ କରି ପାଭିଲିୟନକୁ ଫେରିଥିବା ବେଳେ ବିରାଟ କୋହଲିଙ୍କୁ ଆଉଟ କରିବା କେକେଆର ବୋଲରଙ୍କ ନିକଟରେ ସହଜ ହୋଇନଥିଲା । ସେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳି ଅପରାଜିତ 83 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାମରେନ ଗ୍ରିନ 33 ଓ ମାକ୍ସଓ୍ବେଲ 28 ରନ କରିଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 182 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନକୁ ଦ୍ବିତୀୟ ବିଜୟ ଦେଲେ ରିୟାନ ପରାଗ, 12 ରନରେ ହାରିଲା ଦିଲ୍ଲୀ - IPL 2024

ଏହାପରେ 183 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର । ଟସ ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ଶ୍ରେୟସଙ୍କ ଟିମ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା । ଫିଲ ସଲ୍ଟ ଓ ସୁନିଲ ନାରାୟଣ ପ୍ରଥମେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । ସଲ୍ଟ 30 ରନ କରି ଆଉଟ ହେବା ପରେ ସୁନୀଲ ନାରାୟଣ ପାଳି ସମ୍ଭାଳିଥିଲେ । ସେ ଗୋଟିଏ ପରେ ଗୋଟିଏ ବଡ ବଡ ସଟ ଖେଳିଥିଲେ । 47 ରନ କରି ସେ ପାଭିଲିୟନକୁ ଫେରିଥିଲେ । ଭେଙ୍କଟସ ଆୟର 50 ଓ ଶ୍ରେୟସ ଆୟର ଅପରାଜିତ 39 ରନ କରି ଦଳକୁ ଦ୍ବିତୀୟ ବିଜୟ ଭେଟି ଦେଇଥିଲେ । ତିନି ଓଭର ବାକି ଥାଇ 3 ଓ୍ବିକେଟ ହରାଇ 186 ରନରେ ଦଳ ବିଜୟୀ ହୋଇଥିଲା ।

କୋହଲିଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ: ବିରାଟ କୋହଲି କେକେଆର ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । 4 ଚୌକା ଓ 4 ଚଖା ମାରି ସେ 83 ରନ କରି ଅପରାଜିତ ରହିଥିଲେ । ବର୍ତ୍ତମାନ ସୁଦ୍ଧା ଆରସିବି ମୋଟ 3ଟି ମ୍ୟାଚ ଖେଳିଥିବା ବେଳେ ବିରାଟ କୋହଲି ସର୍ବାଧିକ 181 ରନ କରି ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି । ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ପୁରା ଆଇପିଏଲରେ ବର୍ତ୍ତମାନ ସୁଦ୍ଧା 53ଟି ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି ।

Last Updated :Mar 30, 2024, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.