ETV Bharat / sports

ରାଜସ୍ଥାନକୁ ଦ୍ବିତୀୟ ବିଜୟ ଦେଲେ ରିୟାନ ପରାଗ, 12 ରନରେ ହାରିଲା ଦିଲ୍ଲୀ - IPL 2024

author img

By ETV Bharat Odisha Team

Published : Mar 29, 2024, 7:06 AM IST

IPL 2024: ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କଲା ରାଜସ୍ଥାନ । 12ରନରେ ହାରିଲା ଦିଲ୍ଲୀ । ଅଧିକ ପଢନ୍ତୁ

IPL 2024
IPL 2024

ଜୟପୁର: ଆଇପିଏଲ ସିଜିନ 17ରେ ରାଜସ୍ଥାନ ରୟାଲ୍ସର ଦ୍ବିତୀୟ ବିଜୟ । ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ 12 ରନରେ ଦିଲ୍ଲୀକୁ ପରାସ୍ତ କଲା ସଞ୍ଜୁ ସାମସନଙ୍କ ବାହିନୀ । କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରି ଫ୍ୟାନ୍ସକୁ ନିରାଶ କଲା ଦିଲ୍ଲୀ କ୍ୟାପିଟାଲ୍ସ । ରିୟାନ ପରାଗ 45 ବଲରେ ଅପରାଜିତ 84 ରନ କରି ଫ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଏଣ୍ଟ ଟେବୁଲରେ ଖାତା ଖୋଲିଲା ହାଇଦ୍ରାବାଦ, 31 ରନରେ ହାରିଲା ମୁମ୍ବାଇ - IPL 2024

ଗୁରୁବାର ସନ୍ଧ୍ୟା 7ଟା 30ରେ ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲ ଯଶସ୍ବୀ ଜୈସ୍ବାଲ ଓ ଜୋସ ବଟଲର । କିନ୍ତୁ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ ।

ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ରାଜସ୍ଥାନ ବ୍ୟାଟର । ଜୌସ୍ବାଲ 5 ରନରେ ଆଉଟ ହେବା ପରେ ସଞ୍ଜୁ ସାମସନ 15 ଓ ବଟଲର 11 ରନରେ ପାଭିଲିୟନକୁ ଫେରିଥିଲେ । 36 ରନରେ ଦଳ 3 ଓ୍ବିକେଟ ହରାଇ ସଙ୍କଟରେ ରହିଥିଲା । ପରେ ବ୍ୟାଟିଂ କରିବାକୁ ଆସିଥିଲେ ରବିଚନ୍ଦ୍ର ଅଶ୍ବନୀ ଓ ରିୟାନ ପରାଗ । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ 54 ରନର ଭାଗିଦାରି କରିଥିଲେ । 14 ତମ ଓଭରରେ ଅଶ୍ବିନୀ 29 ରନ କରି ଆଉଟ ହୋଇଥିଲେ । ଆଉ ଏହାପରେ ଅସଲି ଖେଳ ଖେଳିଥିଲେ ପରାଗ । ବଡ ବଡ ସଟ ଖେଳି ସେ ମ୍ୟାଚ ଶେଷ ପର୍ଯ୍ୟନ୍ତ 84 ରନ କରି ଅପରାଜତି ରହିଥିଲେ । 20 ଓଭରରେ ଦଳ 5ଟି ଓ୍ବିକେଟ ହରାଇ 185 ରନ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଧ୍ରୂବ ଜୁରେଲ 20, ହୋତମାୟର ଅପରାଜିତ 14 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-IPLରେ ଆଜି ଦିଲ୍ଲୀ-ରାଜସ୍ଥାନ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଋଷଭ ବାହିନୀ - IPL 2024

ଏହାପରେ 186 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଋଷଭଙ୍କ ବାହିନୀ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଡେଭିଡ ଓ୍ବାର୍ଣ୍ଣର ଓ ମିଚେଲ ମାର୍ଶ । ପ୍ରାରମ୍ଭରୁ ଉଭୟ ଭଲ ଖେଳିଥିଲେ । ଦଳୀୟ ସ୍କୋର 30 ହୋଇଥିବା ବେଳେ 23 ରନ କରି ପାଭିଲିୟନକୁ ଫେରିଥିଲେ ମିଚେଲ । ପରେ ରିକି ଭୁଇ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଋଷଭ ପନ୍ତ କିନ୍ତୁ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ । ଦଳୀୟ ସ୍କୋର 97 ଥିବା ବେଳେ ଡେଭିଡ ଆଉଟ ହୋଇଥିଲେ । ପରେ ପନ୍ତ 28, ଅଭିଷେକ 9 ରନରେ ଆଉଟ ହେବା ପରେ ବିଜୟ ରନ ଲକ୍ଷ୍ୟରେ ପହଞ୍ଚିବା ଦଳକୁ କଷ୍ଟକର ହୋଇଥିଲା । ଧିରେ ଧିରେ ଦଳର ବିଜୟ ଆଶା ମଉଳିଥିଲା । ଟ୍ରିଷ୍ଟନ ଷ୍ଟବ୍ସ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ପାରିନଥିଲେ । 20 ଓଭରେ ଦଳ 5 ଓ୍ବିକେଟ ହରାଇ 173 ରନ କରିବାକୁ ସକ୍ଷମ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.