ETV Bharat / politics

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 24, 2024, 10:28 PM IST

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ
ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ

Youth Congress Target Odisha CM: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବବର୍ଗଙ୍କ ନିଯୁକ୍ତି ନେଇ ଟାର୍ଗେଟ କଲା ଯୁବ କଂଗ୍ରେସ । ନିଜ ଜିଲ୍ଲାରେ କେତେ କର୍ମ ନିଯୁକ୍ତି ସୁଷ୍ଟି କରିପାରିଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରଚାର ହିଞ୍ଜିଳିରୁ ଆରମ୍ଭ କରିଛନ୍ତି । ଏହା ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ କହିଛନ୍ତି ଯେ ପୂର୍ବରୁ ଯୁବ କଂଗ୍ରେସ କହିଥିଲା ଯେ ଯେବେ ଠାରୁ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଚାର କାର୍ଯ୍ୟକୁ ଆରମ୍ଭ କରିବେ ସେହି ଦିନ ଠାରୁ ଯୁବ କଂଗ୍ରେସ ତାଙ୍କୁ ପ୍ରଶ୍ନ ପଚାରିବ ।

ସେ କହିଛନ୍ତି ଯେ, ସରକାର ଯୁବକ ଏବଂ ଯୁବତୀଙ୍କ ସାଙ୍ଗରେ ପ୍ରତାରଣା କରିଛନ୍ତି । ରୋଜଗାର ଦେବାର ପ୍ରତିଶୃତି ଦେଇ ଯୁବପିଢିଙ୍କୁ ଠକିଛନ୍ତି । ଆଜି ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଛନ୍ତି ସେହି ଜିଲ୍ଲାରେ କେତେ ଯୁବକଙ୍କୁ ଚାକିରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ କହିପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁଦୀପ । ଏହାସହ ସାରା ରାଜ୍ୟର ବେକାରୀ ଯୁବପିଢ଼ିଙ୍କ ପାଇଁ ସରକାର କେତେ କର୍ମ ନିଯୁକ୍ତି ସୁଷ୍ଟି କରିପାରିଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଏପରିକି ଯୁବକଙ୍କୁ ୨ ଲକ୍ଷ ଚାକିରୀ ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି । ସେହିପରି ଖାଲି ରୋଜଗାର ନୁହେ ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ତେଣୁ ମୁଖ୍ୟମନ୍ତ୍ରୀ ମିଛ ପ୍ରଚାର କରୁଛନ୍ତି ବୋଲି କହିଛି ଯୁବ କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ... ୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ: ନବୀନ - NAVEEN PATNAIK CAMPAIGN

ମୁଖ୍ୟମନ୍ତ୍ରୀଙ୍କ ଏହି ମିଛ ପ୍ରଚାରକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ପ୍ରଚାର କରିବାକୁ ଯିବେ ଯୁବ କଂଗ୍ରେସ ତାଙ୍କୁ ସେହି ଜିଲ୍ଲାରେ ପ୍ରଶ୍ନ ପଚାରିବ ବୋଲି ପ୍ରତିକ୍ରିୟା ରଖିଛି ଦଳ । କେବଳ ଆଜି ନୁହେଁ ଆପଣ ସିଧା ସିଧାସଳଖ ପ୍ରଶ୍ନ ପଚାରିବାର ସୁଯୋଗ ଦେବେନି କିନ୍ତୁ ଆପଣ ଯୁଆଡେ ଯିବେ ଲୋକଙ୍କ ଆଗରେ ମିଛ କରିବେ ସେଠାରେ ଆମେ ଆପଣାକୁ ପ୍ରଶ୍ନ ବାଣରେ ଧୋଇଦେବୁ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଅନ୍ୟପଟେ ଏହି ପ୍ରଶ୍ନ ପଚାରିବା ଛଳରେ କେନ୍ଦ୍ର ସରକାରଙ୍କ ମିଛ ମୋଦି ଗ୍ୟାରେଣ୍ଟିକୁ ନେଇ ମଧ୍ୟ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଦୁଇ ସରକାରକୁ ସମାଲୋଚନା କରି ଦଳ କହିଛି ଦୁଇଜଣଯାକ ସରକାର ମିଛୁଆ । ତେଣୁ କିଏ ମିଛ କହିବା ରେସରେ ଆଗରେ ରହିବ ତାହା ବଡ ପ୍ରଶ୍ନବାଚୀ । ତେଣୁ ସଚେତନ ନାଗରିକ ଭାବରେ ସବୁ ଯୁବ ଭୋଟର ଏଥର ଆଖି ଖୋଲନ୍ତୁ ଆଉ ସରକାରଙ୍କ ମିଛ ପ୍ରଚାର ବିରୋଧରେ ସ୍ବର ଉଠାନ୍ତୁ । କଂଗ୍ରେସର ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟିକୁ ବିଶ୍ୱାସ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.