ETV Bharat / politics

୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ: ନବୀନ - NAVEEN PATNAIK CAMPAIGN

author img

By ETV Bharat Odisha Team

Published : Apr 24, 2024, 5:56 PM IST

Updated : Apr 24, 2024, 9:39 PM IST

ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ
ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ

CM Naveen Patnaik Targets Opposition Party: ନିର୍ବାଚନ ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ ।

ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ

ବ୍ରହ୍ମପୁର/ଭୁବନେଶ୍ବର: ଆଜିଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ଆରମ୍ଭରୁ ହିଁ ସିଧାସଳଖ ବିରୋଧୀଙ୍କୁ ନିଶାନା କଲେ ନବୀନ । ମଞ୍ଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି ଯେ, ବିରୋଧୀମାନେ ସବୁକଥାରେ ରାଜନୀତି କରୁଛନ୍ତି । ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ: ନବୀନ

ଆଜି ହିଞ୍ଜିଳି-ଶେରଗଡ ନିର୍ବାଚନ ମଣ୍ଡଳୀ ପ୍ରଚାର ସଭା ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ ହେବ । ବିରୋଧୀ ସବୁ କଥାରେ ରାଜନୀତି କରୁଛନ୍ତି । ଶ୍ରୀମନ୍ଦିର, ଏକାମ୍ର, ସମଲେଇ ପ୍ରକଳ୍ପରେ ବିରୋଧୀଙ୍କ ବିକାଶ ବିରୋଧୀ ଆଚରଣ କରୁଛନ୍ତି । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଜନସାଧାରଣଙ୍କ ଆଶୀର୍ବାଦରୁ ବିଧାୟକ ଓ ସଂସଦରେ ବିଜେଡ଼ି ଭଲ କରିବ । ଯୋଡ଼ି ଶଙ୍ଖକୁ ଆଶୀର୍ବାଦ କରନ୍ତୁ । ହିଞ୍ଜିଳିରୁ ବିଜେଡ଼ିର ବିଜୟ ଯାତ୍ରା ଆରମ୍ଭ ହେଲା ।"

ହିଞ୍ଜିଳି-ଶେରଗଡରେ ଜନସଭା ସହ ଆଜି ବିଜେଡିର ପ୍ରଚାର ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ଓ ଶେରଗଡରେ ଦୁଇଟି ଜନସଭାରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, "ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ । ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ । ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜେଡ଼ି ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ । ବିଜେଡି ସବୁବେଳେ ଏକ ନମ୍ବର ଦଳ । ଜନତାଙ୍କ ଆଶୀର୍ବାଦରେ ଏଥର ମଧ୍ୟ ପୁଣି ଥରେ ଏକ ନମ୍ବର ହେବ । ବିକାଶର ଯାତ୍ରାକୁ ଆହୁରି ମଜଭୁତ କରିବ । ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଏହି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରି ଚାଲିଛି । ଶେଷ ପର୍ଯ୍ୟନ୍ତ କରି ଚାଲିବି ।"

ସେ ଆହୁରି କହିଛନ୍ତି, "ହିଞ୍ଜିଳି-ଶେରଗଡ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି । ଓଡିଶାର ଚାଷୀମାନେ, ମିଶନ ଶକ୍ତିର ମାଆମାନେ ଜିରୋ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ସଶକ୍ତ ଓଡିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ । ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଯୁବ ବଜେଟ ଅସିବ । ୨୦୨୪ରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ । ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ । ୨୦୨୪ରୁ ୨୦୩୪ ହେବ ଓଡିଶାର ଦଶକ ଓ ଓଡିଶା ତାର କାମ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ ।"

ଏହା ମଧ୍ୟ ପଢ଼ନ୍ତୁ...ହିଞ୍ଜିଳିରୁ ନବୀନଙ୍କ ରଣହୁଙ୍କାର; କହିଲେ ଯୋଡ଼ି ଶଙ୍ଖ ବିକାଶର ପରିଚୟ, ବିରୋଧୀଙ୍କୁ କଲେ ଟାର୍ଗେଟ - Lok Sabha Election 2024


ଅନ୍ୟପକ୍ଷେ ବିଜେଡି ନେତା ଭିକେ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ, ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ । ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ତେଣୁ ଆପଣମାନେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ । ଏହି ଅବସରରେ ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋଇ ପ୍ରମୁଖ ଅଭିଭାଷଣ ରଖିଛନ୍ତି । ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ବ୍ରହ୍ମପୁର

Last Updated :Apr 24, 2024, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.