ETV Bharat / politics

ଢେଙ୍କାନାଳ ବିଜେପିରେ ମିଶ୍ରଣ ପର୍ବ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲେ ତୁଙ୍ଗ ନେତା

author img

By ETV Bharat Odisha Team

Published : Mar 4, 2024, 7:27 PM IST

BJP Joining Program In Dhenkanal: ବିଜେପି ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି କଂଗ୍ରେସ ଓ ବିଜେପିର ଅନେକ ବରିଷ୍ଠ ନେତା । ବିଜେପି ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ
ଢେଙ୍କାନାଳ ବିଜେପିରେ ମିଶ୍ରଣ ପର୍ବ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲେ ତୁଙ୍ଗ ନେତା
ଢେଙ୍କାନାଳ ବିଜେପିରେ ମିଶ୍ରଣ ପର୍ବ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲେ ତୁଙ୍ଗ ନେତା

ଢେଙ୍କାନାଳ ବିଜେପିରେ ମିଶ୍ରଣ ପର୍ବ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲେ ତୁଙ୍ଗ ନେତା

ଢେଙ୍କାନାଳ: ଢେଙ୍କାନାଳରେ ବିଜେପିର ହୋଇଛି ଶକ୍ତି ବୃଦ୍ଧି । ଦଳର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି କଂଗ୍ରେସ ଓ ବିଜେପିର ଅନେକ ବରିଷ୍ଠ ନେତା । ବିଜେପି ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଢେଙ୍କାନାଳ ଗସ୍ତରେ ଯାଇ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ , ସୁରେଶ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ପ୍ରମୋଦ ନାୟକ, ବ୍ଲକ ସଭାପତିଙ୍କ ସମେତ ତାଙ୍କର ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବିଜେପି ମହା ମିଶ୍ରଣ ପର୍ବ: ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଏବଂ ନରେନ

ବିଜେଡ଼ିରୁ ନିଲମ୍ବିତ ହୋଇଥିବା କଙ୍କଡ଼ାହାଡ଼ ବ୍ଲକର ପୁର୍ବତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ ନିଜର ବହୁ ସମର୍ଥକଙ୍କ ସହ ଭାଜପାରେ ମଧ୍ୟ ସାମିଲ ଦେଇଛନ୍ତି । ଏପଟେ ଜିଲ୍ଲା ପରିଷଦର ପୂର୍ବତନ ଉପସଭାପତି ତଥା ଗଁନ୍ଦିଆର ବିଜେଡି ନେତା କୋଦଣ୍ଡ ଧର ସାହୁ ମଧ୍ୟ ନିଜ ସମର୍ଥକଙ୍କ ସହ ବିଜେପିର ମିଶିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଦୁଇଦିନ ପୂର୍ବେ ରାଜ୍ୟ ବିଜେପି କାର୍ଯ୍ୟାଳୟ ବିଜେପିରେ ଯୋଗଦେଇଥିବା ଢେଙ୍କାନାଳର ପୂର୍ବତନ ବିଧୟକ ନବୀନ ନନ୍ଦ ତାଙ୍କର ସମର୍ଥକ ତଥା ପୂର୍ବତନ କାଉନସିଲର ସୁବ୍ରତ ନନ୍ଦ, ସୁମିତ୍ରା ଭୋଇ, ଅର୍ଜେଂନ୍ଦୁ ଜେନା ପ୍ରମୁଖ ମଧ୍ୟ ତାଙ୍କର ସମର୍ଥକ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବହୁ ତୁଙ୍ଗ ନେତା ବିଜେପିରେ ଯୋଗଦାନ ଧଲକୁ ମଜବୁତ କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତ ମୁଠାକୁ ଟାଣ କରିବ । ଏହା ବିକଶିତ ଭାରତ, ମୋଦି ଗ୍ୟାରେଣ୍ଟି ପାଇଁ ସହାୟକ ହେବ । ସମସ୍ତଙ୍କୁ ସ୍ବାଗତ କରି ଆଗାମୀ ନିର୍ବାଚନର ଫଳ ଆଜିର ଏହି ମହା ମିଶ୍ରଣ ପର୍ବ ବେଶ ସୂଚେଇ ଦେଉଛି ବୋଲି ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ପୂର୍ବତନ ବିଧାୟକ ନବୀନ ନନ୍ଦ କହିଛନ୍ତି ଯେ ବିଜେଡି ଆଉ ରାଜନୈତିକ ଦଳ ହୋଇ ରହିନାହିଁ । ଏହା ଏବେ କର୍ପୋରେଟ ହାଉସ ପାଲଟିଛି । ବାଲି ମାଫିଆ, ଖଣି ମାଫିଆ , ବିଜନେସ ମାଫିଆ ଆଦି ଦଳକୁ ଦଖଳ କରିରଖିଛନ୍ତି । ତେଣୁ ବିଜେପି ହିଁ ଏକ ମାତ୍ର ବିକଳ୍ପ । ୫ଟି ନାଁରେ ରାଜ୍ୟ ସାରା ସଙ୍ଗଠିତ ଲୁଟ ଚାଲିଛି । ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ବିଜେପି ନେତା ତଥା ବିଶିଷ୍ଠ ସମାଜସେବୀ ଦେବଦତ୍ତ ପଟ୍ଟନାୟକ, ପୂର୍ବତନ ବିଧାୟକ କୃଷ୍ଣ ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ସୁନୀଲ ଶର୍ମା ଓ ନେତୃବୃନ୍ଦ ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.