ETV Bharat / politics

ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା; କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ଢେଙ୍କାନାଳରୁ ସୁଧୀର ରିପିଟ୍‌ - Prafulla Mallik And Sudhir Samal

author img

By ETV Bharat Odisha Team

Published : Mar 27, 2024, 8:39 PM IST

ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା
ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା

Prafulla Mallik And Sudhir Samal: କାମାକ୍ଷାନଗର ବିଧାନସଭା ଆସନ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ ପାଇଁ ବିଧାୟକ ସୁଧୀର ସମାଲଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି ବିଜେଡି । ଅଧିକ ପଢ଼ନ୍ତୁ

ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା

ଢେଙ୍କାନାଳ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ଦଳୀୟ ବିଧାୟକଙ୍କ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ ହିନ୍ଦୋଳ ବିଧାନସଭା ଆସକୁ ଛାଡି ଅନ୍ୟ 3ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କାମାକ୍ଷାନଗର ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ ପାଇଁ ଡା ନୃସିଂହ ସାହୁ ଓ ଢେଙ୍କାନାଳ ପାଇଁ ବିଧାୟକ ସୁଧୀର ସମାଲଙ୍କୁ ପୁନର୍ବାର ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇଛି ।

ତେବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ପଞ୍ଚମ ଥର ପାଇଁ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୀତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି ପ୍ରଫୁଲ୍ଲ । ଏହାସହ ଗତ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ କରି ପ୍ରଫୁଲ୍ଲଙ୍କ ଉପରେ ଭରସା ରଖିଥିବାରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୋଟର ଓ ଜନସାଧାରଣ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ୨୦୧୯ ମସିହା ନିର୍ବାଚନରେ ପ୍ରଫୁଲ୍ଲ କୁମାର ମଲ୍ଲିକ ୫୨ ପ୍ରତିଶତ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶତୃଘ୍ନ ଜେନାଙ୍କୁ ୧୬୫୦୯ ଖଣ୍ଡ ଭୋଟରେ ପରାଜିତ କରି ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ । ତେବେ ଚଳିତ ଥର ପୁଣି ବିଜୟୀ ହେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ସେହିପରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ପୁନର୍ବାର ବିଧାୟକ ସୁଧୀର ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଧୀରଙ୍କୁ ଢେଙ୍କାନାଳ ବିଧାନସଭା ମଣ୍ଡଳୀରୁ ପୁନର୍ବାର ବିଜେଡି ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଯାହାକୁ ନେଇ ବିଧାୟକ ସୁଧୀର ସାମଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସହିତ ଯୁବପିଢ଼ିଙ୍କ ପାଇଁ ଦେଖିଥିବା ସ୍ୱପ୍ନ ଓ ନୂଆ ଓଡିଶା ଗଠନ ଦିଗରେ ହାତ ମୁଠା ଟାଣ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ ବୋଲି ସୁଧୀର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

ଏହାସହ ଢେଙ୍କାନାଳବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅତୁଳନୀୟ ଅବଦାନ ଆଜି ଢେଙ୍କାନାଲବାସୀଙ୍କ ନୂତନ ଦିଶା ଯୋଗାଇ ଦେଇଛି । ଆଉ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସୁଧୀର ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, 5ଟି ମାଧ୍ୟମରେ ବିକାଶ ଓ ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ଭୋଟରଙ୍କ ପାଖକୁ ଯିବେ । ଢେଙ୍କାନାଳ ସଦର ଗଁନ୍ଦିଆ ବ୍ଲକ ଆଦିର ଆହୁରି ବିକଶିତ କରିବା ଲକ୍ଷ ରଖିବା ସହିତ ଢେଙ୍କାନାଳ ସହରରେ ୪ଟି କଲ୍ୟାଣ ମଣ୍ଡପ, ସ୍ୱରେଜ ସିଷ୍ଟମ ଆଦି ତାଙ୍କର ଏକ ଡ୍ରିମ ପ୍ରୋଜେକ୍ଟ ରହିଥିବା ପ୍ରକାଶ କରିଛନ୍ତି ସୁଧୀର ସାମଲ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.