ETV Bharat / state

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

author img

By ETV Bharat Odisha Team

Published : Mar 27, 2024, 7:11 PM IST

Updated : Mar 27, 2024, 10:40 PM IST

BJD Second List Lok Sabha Candidates: ବିଜେଡିର ଦ୍ବିତୀୟ ପର୍ଯ୍ୟୟ ଲୋକସଭା ପ୍ରାର୍ଥୀ ଘୋଷଣା । ଆଉ 6 ସାଂସଦ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Etv Bharatବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା । ଆଉ 6 ସାଂସଦ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଲୋକସଭା ଆସନରୁ ଲଢ଼ିବେ ଡ. ଅଚ୍ୟୁତ ସାମନ୍ତ । ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ପୁରୀରୁ ଅରୂପ ପଟ୍ଟନାୟକ, କଟକ ସଂତୃପ୍ତ ମିଶ୍ର ଏବଂ ଢେଙ୍କାନାଳରୁ ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଆଜି ଅପରାହ୍ନରେ ବିଜେଡି ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ 9 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟରେ 6 ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୁରୀ ଲୋକସଭା ଆସନରୁ ଏଥର ଅରୂପ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲେଇଛି ବିଜେଡି । ପିନାକୀ ମିଶ୍ରଙ୍କୁ ଦଳ ପୁରୀ ଆସନରୁ ବାଦ ଦେଇଛି । ଗତ ନିର୍ବାଚନରେ ମାତ୍ର 10 ହଜାର ଭୋଟରେ ପିନାକୀ ବିଜେପିର ସମ୍ବିତ ପାତ୍ରଙ୍କ ଠାରୁ ଜିତିଥିଲେ । ସେହିପରି ଗତଥର ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ଅରୂପ ପରାଜିତ ହୋଇଥିଲେ । ବିଜେପିର ଅପରାଜିତା ଷଡଙ୍ଗୀ ତାଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ସେପଟେ ବିଜେଡି ଏଥର ଢେଙ୍କାନାଳ ଲୋକସାଭା ଆସନରେରେ ନୂଆ ଚେହେରାକୁ ପ୍ରାର୍ଥୀ କରିଛି । ଡାକ୍ତର ଅବିନାଶ ସାମଲ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଦଳ ମହେଶ ସାହୁଙ୍କ ଟିକେଟ କାଟି ଅବିନାଶଙ୍କ ଉପରେ ଭରସା କରିଛି । ଅବିନାଶ ହେଉଛନ୍ତି ବିଧାୟକ ସୁଧୀର ସାମଲଙ୍କ ପୁତୁରା । ନିକଟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ, ଦଳ ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ ଓ କନ୍ଧମାଳ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଆଉ ଥରେ ପ୍ରାର୍ଥୀ କରିଛି । କଟକରୁ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ନୂଆ କରି ପ୍ରାର୍ଥୀ କରିଛି । କର୍ପୋରେଟ ଜଗତରୁ ରାଜନୀତିକୁ ଆସି ସଂତୃପ୍ତ ନିକଟରେ ବିଜେଡିରେ ସାମିଲ ହୋଇଥିଲେ । ସେ ଏବେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି ।

  • ଢେଙ୍କାନାଳ: ଅବିନାଶ ସାମଲ
  • କଟକ: ସଂତୃପ୍ତ ମିଶ୍ର
  • ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
  • କନ୍ଧମାଳ: ଅଚ୍ୟୁତାନନ୍ଦ ସାମନ୍ତ
  • ଯାଜପୁର: ଶର୍ମିଷ୍ଠା ସେଠୀ
  • ପୁରୀ: ଅରୂପ ପଟ୍ଟନାୟକ

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 27, 2024, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.