ETV Bharat / politics

ବିଜେପି,କଂଗ୍ରେସ ଓ ସିପିଆଇ ପ୍ରାର୍ଥୀଙ୍କ ନାମାଙ୍କନ - Nomination Of Candidates

author img

By ETV Bharat Odisha Team

Published : Apr 29, 2024, 8:35 PM IST

Nomination Of Candidates
Nomination Of Candidates

Nomination Of Candidates: ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି । କେଉଁ ଦଳରୁ କିଏ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଜାଣନ୍ତୁ ।

Nomination Of Candidates

ଝାରସୁଗୁଡ଼ା: ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଛନ୍ତି । ୨୬ ତାରିଖରେ ନିର୍ବାଚନୀ ଵିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା ୬ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ମଧ୍ୟ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥିନୀ ଅମିତା ବିଶ୍ବାଳ ମଧ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ବେହେରାମାଲଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅମିତା ଝାରସୁଗୁଡ଼ାରେ ନୂଆ ଚେହେରା ଥିଲେ ମଧ୍ୟ ଗତ ୨୦୧୯ ନିର୍ବାଚନରେ ସେ ସୁନ୍ଦରଗଡରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନ୍ଦନ ବିଶ୍ବାଳ ଝାରସୁଗୁଡ଼ାରେ ଯେଉଁ ବିକାଶର କାର୍ଯ୍ୟ କରିଯାଇଛନ୍ତି ତାହାକୁ ଆଧାର କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଓ କଂଗ୍ରେସ ପୁଣିଥରେ ତା ଗଡ଼ ଫେରି ପାଇବ ବୋଲି କହିଛନ୍ତି ଅମିତା ।

ଚଳିତ ନିର୍ବାଚନ ଟଙ୍କଧର ତ୍ରିପାଠୀ ଦ୍ଵିତୀୟ ଥର ସେ ଝାରସୁଗୁଡ଼ା ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ପୂର୍ବରୁ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ ଏବଂ ପ୍ରାୟ ୫୮ହଜାର ଭୋଟ ନେଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ଚଳିତ ନିର୍ବାଚନରେ ସେ ଜିତିବା ନେଇ ବହୁ ଆଶାବାଦୀ ଏବଂ ଝାରସୁଗୁଡାର ସାମଗ୍ରିକ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ଆଜି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜ ସମର୍ଥକଙ୍କ ସହ ଆସି ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । "ଆଗାମୀ ଦିନରେ ବେକାରୀ ସମସ୍ୟା, ଖଣି ବିସ୍ଥାପିତଙ୍କ ମୁଦ୍ଦାନେଇ ଲୋକଙ୍କ ପାଖକୁ ଯିବୁ" ବୋଲି ରମେଶ ତ୍ରିପାଠୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...୪୦ ବର୍ଷର ସ୍କୁଟର ଚଲାଇ ଆସିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ, ଭରିଲେ ନାମାଙ୍କନ - Ranendra Swain File Nomination

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲ କଂଗ୍ରେସ ଟିକେଟରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ସମସ୍ୟାକୁ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଆସନ୍ତା ୩ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୬ତାରିଖରେ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କିଏ ବାଜିମାତ କରିବ ତାହା ଜୁନ ୪ ତାରିଖରେ ହିଁ ଜଣାପଡ଼ିବ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.