ETV Bharat / politics

ପୁରୀରେ ନାମାଙ୍କନ ଭରିଲେ ସମ୍ବିତ-ସଞ୍ଜୟ-ଆଶ୍ରିତ - Puri Lok Sabha Constituency

author img

By ETV Bharat Odisha Team

Published : Apr 29, 2024, 9:23 PM IST

ପ୍ରଥମ ଦିନରେ ପୁରୀରେ ନାମାଙ୍କନ ଭରିଲେ ସମ୍ବିତ-ସଞ୍ଜୟ-ଆଶ୍ରିତ
ପ୍ରଥମ ଦିନରେ ପୁରୀରେ ନାମାଙ୍କନ ଭରିଲେ ସମ୍ବିତ-ସଞ୍ଜୟ-ଆଶ୍ରିତ

MP And MLA Candidates File Nomination: ଆଜି ନାମାଙ୍କନର ପ୍ରଥମ ଦିନରେ ବିଜେଡିରୁ ନାମାଙ୍କନ ଭରିଛନ୍ତି ପୁରୀ ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି ଓ ସତ୍ୟବାଦୀ ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ସେହିପରି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

ପ୍ରଥମ ଦିନରେ ପୁରୀରେ ନାମାଙ୍କନ ଭରିଲେ ସମ୍ବିତ-ସଞ୍ଜୟ-ଆଶ୍ରିତ

ପୁରୀ: ସାଧାରଣ ନିର୍ବାଚନକୁ ନେଇ ବିଗୁଲ୍ ବାଜିବା ପରେ ପୁରୀ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇଛି । ପ୍ରାର୍ଥୀପତ୍ର ଦାଖଲର ଆଜି ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ ପୁରୀ ସଦର ବିଜେଡି ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି । ବଡ଼ଦାଣ୍ଡ ବଗଲା ଧର୍ମଶାଳା ଠାରୁ ପୁରୀ ପୌରପାଳିକା ଅନ୍ତର୍ଗତ ୩୨ ଟି ୱାର୍ଡ ଓ ପୁରୀ ସଦର ଅନ୍ତର୍ଗତ ୨୨ଟି ପଞ୍ଚାୟତର ହଜାର ହଜାର କର୍ମୀଙ୍କୁ ଧରି ସୁନୀଲ ଶୋଭାଯାତ୍ରାରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପାତ୍ର ଦାଖଲ କରିଥିଲେ । ପୁରୀ ସହରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ତାଙ୍କ ବାପା ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ବର ମହାନ୍ତିଙ୍କ ଗରିବ ଓ ପ୍ରତିଟି ଲୋକଙ୍କ ସହ ସମ୍ପର୍କକୁ ପାଥେୟ କରି ନିର୍ବାଚନ ଜିତିବେ ବୋଲି କହିଛନ୍ତି ସୁନୀଲ । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଘରକୁ ଯାଇ ସେ ଆଶୀର୍ବାଦ ଭିକ୍ଷା କରିବା ସହ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବେ ବୋଲି କହିଛନ୍ତି । ଶୋଭାଯାତ୍ରା ସମୟରେ ପୁରୀ ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ... ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସୁନିଲ - Puri Assembly Constituency

ସେହିପରି ପୁରୀ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଆଜି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ଉତ୍ତରା ଛକରୁ ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।‌ ପରାଜୟ ସତ୍ତ୍ବେ ସେ ଦୀର୍ଘ ୫ ବର୍ଷ ଧରି ଲୋକଙ୍କ ସୁଖ ଦୁଃଖର ଅଛନ୍ତି । ପ୍ରଧାନମନ୍ତ୍ରୀ ବନାରସ ସହ ପୁରୀରୁ ମଧ୍ୟ ଲଢୁଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧି ମାତ୍ର ବୋଲି କହିଛନ୍ତି । ସମ୍ବିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦୀର୍ଘ ୫ ବର୍ଷ ଧରି ସେ କରିଥିବା କାର୍ଯ୍ୟର ରିପୋର୍ଟ କାର୍ଡ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଅଳ୍ପ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ । ପ୍ରଭୁ ତାଙ୍କୁ କର୍ମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ନିଷ୍ଠାପର ଭାବେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ତେଣୁ ଏଥର ଦେଶରେ ଫିର୍ ଏକ ବାର ମୋଦି ସରକାର ଓ ଅବ କି ବାର୍ ୪୦୦ ପାର ହେବ ବୋଲି ଦୃଢତାର ସହ କହିଛନ୍ତି ।

ସେହିପରି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ପ୍ରାର୍ଥୀପତ୍ର ଦାଖଲ ପାଇଁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ସହ ସତ୍ୟବାଦୀ ଗୋପାଳ ଜୀଉ ମନ୍ଦିରରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଵାଧୀନ ପ୍ରାର୍ଥୀ ଭାବେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ଗୌରୀଶଙ୍କର ସିଂହାରୀଙ୍କ ପୁଅ ହରେକୃଷ୍ଣ ସିଂହାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.