ETV Bharat / politics

‘ସେନା ପରେ ପୋଲିସରେ ମଧ୍ୟ 3 ବର୍ଷିୟା ନିଯୁକ୍ତି ଯୋଜନା ଆଣିବ ବିଜେପି’ - AKHILESH YADAV TARGET BJP

author img

By ETV Bharat Odisha Team

Published : Apr 13, 2024, 9:51 PM IST

‘ସେନା ପରେ ପୋଲିସରେ ମଧ୍ୟ 3 ବର୍ଷିୟା ନିଯୁକ୍ତି ଯୋଜନା ଆଣିବ ବିଜେପି’
‘ସେନା ପରେ ପୋଲିସରେ ମଧ୍ୟ 3 ବର୍ଷିୟା ନିଯୁକ୍ତି ଯୋଜନା ଆଣିବ ବିଜେପି’

AKHILESH YADAV TARGET BJP: ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ । କହିଲେ ସେନା ପରି ପୋଲିସରେ ମଧ୍ୟ ଅସ୍ଥାୟୀ ଭର୍ତ୍ତି କରିବ ବିଜେପି ସରକାର । ବିଜେପିର ଚାଲକୁ ଲୋକେ ବୁଝିବା ଦରକାର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ‘ଇଣ୍ଡିଆ’ ମେଣ୍ଟର ତମାମ ବିରୋଧୀ ଦଳ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ 10 ବର୍ଷ ଧରି ଏହାର ନେତୃତ୍ବାଧୀନ ସରକାରର ବିଭିନ୍ନ ନୀତିକୁ ସମାଲୋଚନା ଜାରି ରଖିଛନ୍ତି । ଏହିକ୍ରମରେ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ କେନ୍ଦ୍ରର ‘ଅଗ୍ନିବୀର’ ଯୋଜନକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । ସେନା ପରେ ପୋଲିସ ବିଭାଗରେ ମଧ୍ୟ କେନ୍ଦ୍ର ଏହି ଅସ୍ଥାୟୀ ଚାକିରି ବ୍ୟବସ୍ଥା ଆରମ୍ଭ କରିବ । ଏହାର ଅବଧି ମାତ୍ର 3ବର୍ଷ ରହିବ । ଯେଉଁଦେଶରେ 80କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି, ସେ ଦେଶ କିପରି ବିଶ୍ବଗୁରୁ ହେବ ବୋଲି ଅଖିଳେଶ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଅଖିଳେଶ ଆଜି (ଶନିବାର) ମିରଟର ବାହୁସୁମାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ‘ଇଣ୍ଡିଆ’ ମେଣ୍ଟ ସପକ୍ଷରେ ଭୋଟ ମାଗିବା ସହ ବିଜେପି ଉପରେ ବର୍ଷିଛନ୍ତି । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଖିଳେଶ କହିଛନ୍ତି, ବିଜେପି କେବଳ ମିଥ୍ୟା ପ୍ରତିଶୃତି ଦେବାରେ ଲାଗିଛି । ଯେଉଁ ଦେଶରେ 80କୋଟି ଲୋକ ସରକାରୀ ରାସନ ଉପରେ ନିର୍ଭର କରୁଛନ୍ତି, ସେ ଦେଶ କିପରି ବିଶ୍ୱଗୁରୁ ହୋଇପାରିବ । ବିଜେପିର ଚାଲ ଘୋଡାର ଅଢେଇ ପାଦ ପରି (ଚେସ ପାଲ୍ଲୀର ଚାଲ) । ବିଜେପି ଦଳ କାହାର ନୁହେଁ । ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବା ଉଚିତ । ଏହି ସାଧାରଣ ନିର୍ବାଚନ ହେଉଛି ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକ ନିର୍ବାଚନ । ଲୋକେ ଏହା ବୁଝିବାର ଆବଶ୍ୟକତା ରହିଛି ବୋଲି ଅଖିଳେଶ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ ! - Ship Seized By Iran Off UAE Coast

ଆହୁରି ମଧ୍ୟ ଅଖିଳେଶ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି, ତାଙ୍କ ସରକାର ଦେଶର ସବୁଠାରୁ ବଡ ଷ୍ଟୋରେଜ ବ୍ୟବସ୍ଥା କରିଛି । ମାତ୍ର ଏହି ବ୍ୟବସ୍ଥା ସରକାରୀ ନିୟନ୍ତ୍ରଣରେ ନୁହେଁ ବରଂ ବ୍ୟକ୍ତିଗତ ମାଲିକାନାରେ ରହିଛି । ତେବେ ଏଥିରେ ଚାଷୀଙ୍କୁ କିପରି ଉପକୃତ ହେବେ ? ଗହମ ପାଇଁ ସରକାର ଚାଷୀଙ୍କୁ ଉଚିତ ମୂଲ୍ୟ ଦେଇ ପାରୁନାହାଁନ୍ତି । ଉତ୍ତର ପ୍ରଦେଶରେ ଆଖୁ ଦର ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । କୃଷକମାନଙ୍କୁ ସେମାନଙ୍କର ଅଧିକାର ଓ ଯୁବକମାନଙ୍କୁ ରୋଜଗାର ଯୋଗାଇବାରେ ବିଜେପି ସରକାର ସମ୍ପୃର୍ଣ୍ଣ ବିଫଳ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.