ETV Bharat / politics

ଗୋଟିଏ ଦିନରେ ଶକ୍ତି ପ୍ରଦର୍ଶନ କରିବେ ନବୀନ ଓ ଶାହ, ବିଜେପି କହିଲା 'ଆମ କାର୍ଯ୍ୟକ୍ରମ ବେଶୀ ପ୍ରଭାବୀ' - Lok Sabha Election 2024

author img

By ETV Bharat Odisha Team

Published : Apr 22, 2024, 8:24 PM IST

Amit Shah to Campaign in Odisha
Amit Shah to Campaign in Odisha

Amit Shah to Campaign in Odisha: 24 ତାରିଖରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି 25ରେ ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ଓଡ଼ିଶା ଆସି ଶକ୍ତି ପ୍ରଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତ ନେଇ ସୂଚନା ଦେଲେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

Amit Shah to Campaign in Odisha

ଭୁବନେଶ୍ବର: ଆସନ୍ତା 24 ତାରିଖରୁ ମୁଖମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ । ସେହିପରି 25 ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ । ସେହିଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁର ଗସ୍ତରେ ଆସି ପ୍ରଚାର କରିବେ ଶାହ । ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ । ତେବେ ଗୋଟିଏ ଦିନରେ ନବୀନ ଓ ଶାହଙ୍କ ଶକ୍ତି ପ୍ରଦର୍ଶନ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ମୁଖମନ୍ତ୍ରୀ ପ୍ରଚାର କରିବେ କରନ୍ତୁ । କିନ୍ତୁ ଅମିତ ଶାହଙ୍କ କାର୍ଯ୍ୟକ୍ରମ ବେଶୀ ପ୍ରଭାବଶାଳୀ ରହିବ ।

ଅମିତ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମର ସୂଚନା ଦେଇ ମନମୋହନ କହିଛନ୍ତି, "ଆସନ୍ତା 25 ତାରିଖ ଦିନ ସାଢ଼େ 3ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ଏୟାରପୋର୍ଟରୁ ସୋନପୁରକୁ ଆସିବେ । ସୋନପୁରଠାରେ ବିଶାଳ ଜନସଭାରେ ଉଦବୋଧନ ଦେବେ । ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ । ଓଡ଼ିଶା ବିଜେପିର ଅମିତ ଶାହଙ୍କୁ ନେଇ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ସଭା ହେବ । ସଭା ସାରି ଭୁବନେଶ୍ଵର ଆସିବେ ଅମିତ ଶାହ । ଭୁବନେଶ୍ବରରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଭୁବନେଶ୍ବରରେ ରାତ୍ରି ଯାପନ କରିବେ । ଅମିତ ଶାହଙ୍କ କାର୍ଯ୍ୟକ୍ରମ ନିର୍ବାଚନ ଦୃଷ୍ଟିରୁ ପ୍ରଭାବୀ ହେବ । ଅମିତ ଶାହଙ୍କ ଭାଷଣ ଓଡ଼ିଶାର ସାଢ଼େ 4 କୋଟି ଲୋକଙ୍କୁ ପ୍ରଭାବିତ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ - CM NAVEEN PATNAIK

ଏହା ମଧ୍ୟ ପଢ଼ନ୍ତୁ...28ରେ ଓଡିଶା ଆସିବେ ରାହୁଲ, ଖଡ୍‌ଗେ ଓ ପ୍ରିୟଙ୍କାଙ୍କ ଗସ୍ତ ନେଇ ବି ଚାଲିଛି ଯୋଜନା - Rahul Gandhi Visit Odisha

ସେ ଆହୁରି କହିଛନ୍ତି, "ଏହାପରେ ସିରିଜ୍‌ ଅନୁସାରେ ଲଗାତାର ସଭା ହେବ । ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦେଶର ଶୀର୍ଷ ନେତୃତ୍ବମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଭା କରିବେ । ଜାତୀୟ ଗଣମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେଇ କହିଥିଲେ, ଓଡିଆ ଅସ୍ମିତାକୁ ନେଇ ବିଜେପି ଲଢେଇ କରିବ । ଦୁର୍ନୀତି ଓ ଭ୍ରଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା । ଏ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି । ତେଣୁ ଓଡିଶା ବିଜେପିର କଥାକୁ କେନ୍ଦ୍ର ଗ୍ରହଣ କରି ଏକା ଲଢିବା ପାଇଁ କହିଲେ । କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ପଷ୍ଟ ଭାବେ କହିଛନ୍ତି । ଓଡିଆ ଅସ୍ମିତାକୁ ବିଜେଡି ସରକାର ପଦ ଦଳିତ କରିଛନ୍ତି । ଓଡିଆ ନାଁରେ ଅଣଓଡିଆ ଶାସନ କରୁଛନ୍ତି । ବିଦେଶରେ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛି ଓଡିଆ ଯୁବକ । ତେଣୁ ଓଡିଆ ଆଜି ବିପଦରେ, ଏ କଥାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଅନୁଭବ କରିଛନ୍ତି । ଓଡିଆ ଅସ୍ମିତା ଏବଂ ଓଡିଆର ରକ୍ଷା ପାଇଁ ଲଢେଇ ଜୋରଦାର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.