ETV Bharat / politics

୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ - CM NAVEEN PATNAIK

author img

By ETV Bharat Odisha Team

Published : Apr 22, 2024, 12:11 PM IST

୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ
୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ

CM Naveen Patnaik to start election campaign from 24th: ୨୪ରୁ ହିଞ୍ଜିଳିରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା 30 ତାରିଖରେ ଭରିପାରନ୍ତି ନାମାଙ୍କନ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ ନବୀନ । ସେହିପରି ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରାରମ୍ଭରେ ତାରାତାରିଣୀ ଦର୍ଶନ କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ଯମନ୍ତ୍ରୀ ନାମାଙ୍କନ ଦାଖଲ କରିବେ । ଦଳ ପକ୍ଷରୁ ଏନେଇ ଚୂଡାନ୍ତ ପ୍ରସ୍ତୁତି ଜାରି ରହିଛି । ତେବେ ଆସନ୍ତା 30 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି ।

୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ
୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ

ବିଜୁ ଜନତା ଦଳ ପକ୍ଷରୁ ଗତ ଶନିବାର ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡ଼ି । ଆସନ୍ତା ୨୪ ତାରିଖରୁ ଦଳର ପ୍ରଚାରର ମଙ୍ଗ ଧରିବେ ନବୀନ । ସେହିଦିନ ନବୀନ ଗଞ୍ଜାମର ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ନବୀନ ନିଜ ପାଇଁ ଭୋଟ ମାଗିବା ସହ ଦଳର ସଂସଦୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁ‌ରୋଧ କରିବେ । ସେରଗଡ଼ରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବଡ଼ କାର୍ଯ୍ୟରେ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ । କେବଳ ସେତିକି ନୁହେଁ ୨୪ରେ ନବୀନ ଏକ ରୋଡ଼ ସୋ’ ମଧ୍ୟ ଆୟୋଜନ ହେବ । ଏହାର ରୋଡ଼ ମ୍ୟାପର ପ୍ରସ୍ତୁତି ଚାଲିଥିବା ଦଳ ପକ୍ଷରୁ କୁହାଯାଇଛି ।



ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ୪ ସଂସଦୀୟ କ୍ଷେତ୍ରଗୁଡିକ ହେଉଛି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର । ଏହି ୪ ଲୋକସଭା ଆସନ ଅଧୀନସ୍ଥ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଚାର କରିବେ ନବୀନ । ସେଥିପାଇଁ ୨୫ ତାରିଖ ଦିନ ନବୀନ ରାୟଗଡ଼ା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ବିଭିନ୍ନ ଲୋକସଭା କ୍ଷେତ୍ର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଭୋଟ ପ୍ରାର୍ଥନା କରିବେ । କିଛି ସ୍ଥାନରେ ରୋଡ଼ ସୋ’, ଆଉ କିଛି ସ୍ଥାନରେ ଭିସି ଜରିଆରେ ପ୍ରଚାର କରିବା ସହ ଦଳ ପାଇଁ ଭୋଟ ଭିକ୍ଷା କରିବେ ।

ସେହିପରି ଆସ୍କା ଲୋକସଭା କ୍ଷେତ୍ର ସମେତ ବରଗଡ, ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳରେ ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଆସ୍କା ଲୋକସଭା ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ଵ ବିଧାନସଭା କ୍ଷେତ୍ର ହିଞ୍ଜିଳି ରହିଛି । ମୁଖ୍ୟମନ୍ତ୍ରୀ ନାମାଙ୍କନ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ୩୦ ତାରିଖରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଥିପାଇଁ ଚୂଡାନ୍ତ ପ୍ରସ୍ତୁତି ହେଉଛି । ତାରାତାରିଣୀ ଦର୍ଶନ କରିବା ସହ ସେ ଛାତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ଭରିବେ । ବିଜେଡି ଟୋପି ପିନ୍ଧିଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଫଟୋ ଫଟୋ ସାମ୍ନାକୁ ଆସିଛି । ଦଳ ପକ୍ଷରୁ ଜାରି ହୋଇଥିବା ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ‘କ୍ୟାପଟେନ ଇଜ ଏଭର ରେଡି’ ଲେଖି ବିଜେଡି ନେତା ଓ କର୍ମୀ ଏହି ଫଟୋକୁ ପୋଷ୍ଟ କରୁଛନ୍ତି । ପ୍ରଚାରର ନେତୃତ୍ୱ ନେବା ପାଇଁ ସଭାପତି ପ୍ରସ୍ତୁତ ଥିବା ଦଳ ପକ୍ଷରୁ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ! - Bhadrak Assembly seats


୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା ୧୮ ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡିଶାର ୪ ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ । ମେ ମାସ ୧୩ ତାରିଖରେ ଓଡିଶାରେ ଭୋଟ ପଡିବ । କୋରାପୁଟ, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭା ଆସନର ନିର୍ବାଚନ ଅନୁଷ୍ଠିତ ହେବ । ୧୮ରୁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ୨୫ ତାରିଖ ଶେଷ ଦିନ । ୨୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିବାବେଳେ ୨୯ ତାରିଖ ପ୍ରତ୍ୟାହାର ତାରିଖ ଧାର୍ଯ୍ୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.