ETV Bharat / politics

28ରେ ଓଡିଶା ଆସିବେ ରାହୁଲ, ଖଡ୍‌ଗେ ଓ ପ୍ରିୟଙ୍କାଙ୍କ ଗସ୍ତ ନେଇ ବି ଚାଲିଛି ଯୋଜନା - Rahul Gandhi Visit Odisha

author img

By ETV Bharat Odisha Team

Published : Apr 22, 2024, 6:04 PM IST

Updated : Apr 22, 2024, 7:11 PM IST

Rahul Gandhi to campaign in Odisha
Rahul Gandhi to campaign in Odisha

Rahul Gandhi to campaign in Odisha: ଆସନ୍ତା 28 ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ମଲ୍ଲିକାର୍ଜୁନ ଖଡ୍‌ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତ ନେଇ ଯୋଜନା ଚାଲିଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Rahul Gandhi to campaign in Odisha

ଭୁବନେଶ୍ବର: ଓଡ଼ିଶାରେ ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ପ୍ରଚାର ପାଇଁ ସାଧାରଣ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳର ପ୍ରଚାର ଜୋରଦାର ଚାଲିଥିବାବେଳେ ବିଭିନ୍ନ ଦଳର ହେଭିୱେଟ୍‌ ନେତା ଆସି ମୈଦାନରେ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏହି ସମୟରେ ଓଡ଼ିଶାରେ ରାଜ୍ୟ କଂଗ୍ରେସର ପ୍ରଚାରକୁ ନେଇ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା 28 ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ସେ ସୂଚନା ଦେଇଛନ୍ତି ।

ଅଜୟ କୁମାର କହିଛନ୍ତି, "ଖୁବଶୀଘ୍ର ଓଡିଶା ଆସିବେ ରାହୁଲ ଗାନ୍ଧୀ । ୨୮ ତାରିଖରେ ସାଲେପୁର ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପିସିସି ତରଫରୁ ରାହୁଲ ଗାନ୍ଧୀଙ୍କୁ ଏନେଇ ଅନୁରୋଧ କରାଯାଇଛି । ଆହୁରି ମଧ୍ୟ ବଲାଙ୍ଗୀର ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓ ନବରଙ୍ଗପୁର ସଭାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।" ତେବେ ୨ ଦିନ ଭିତରେ ଏନେଇ ସ୍ପଷ୍ଟ ସୂଚନା ଆସିଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।

ପ୍ରବୋଧ ତିର୍କୀଙ୍କ ଟିକଟ କଟିବା ପ୍ରସଙ୍ଗରେ ସେ କହିଛନ୍ତି, "ପ୍ରବୋଧଙ୍କ ଟିକଟ କାଟିବାକୁ ନେଇ ମୁଁ ବହୁତ ଦୁଃଖିତ । ଆମେ ବି ଆମ ଛାତି ଉପରେ ପଥର ରଖି ଏଭଳି ନିଷ୍ପତ୍ତି ନେଇଛୁ । ଏ ନିଷ୍ପତ୍ତି ମୁଁ ଏକା ନେଇନାହିଁ, ମୋ ଉପରେ ମଧ୍ୟ ବରିଷ୍ଠ ନେତା ଏବଂ ଟିମ ରହିଛି । ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରବୋଧଙ୍କୁ ବାରମ୍ବାର କହିବା ପରେ ମଧ୍ୟ ପ୍ରବୋଧ ତାଙ୍କ ନିର୍ବାଚନ ମଣ୍ଡଳୀରେ ବୁଲାବୁଲି କରୁନଥିଲେ, କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁନଥିଲେ କି ସାଙ୍ଗଠନିକ କାର୍ଯ୍ୟକ୍ରମ ବି କରୁନଥିଲେ । ସେଥିପାଇଁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଗଲା ।"

ଏହା ମଧ୍ୟ ପଢ଼ନ୍ତୁ...ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ହାତ ଛାଡିଲେ ହକି ତାରକା - Prabodh Tirkey Quits Congress

ଅନ୍ୟପଟେ ରାଜ୍ୟ କଂଗ୍ରେସର ଟିକେଟ ଓ ବିଦ୍ରୋହ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ । ସେ କହିଛନ୍ତି, "ବିଦ୍ରୋହ ସବୁ ଦଳରେ ରହିଛି, ବିଜେପି ଭଳି କଂଗ୍ରେସ ଭବନରେ ଭଙ୍ଗାରୁଜା ତ ହଉନାହିଁ । ବିଦ୍ରୋହୀ କର୍ମୀ ମଧ୍ୟ ଆମ ପରିବାରର ଲୋକ । ତାଙ୍କ ସହ ଆଲୋଚନା କରିବୁ । ଯଦି ସମସ୍ତଙ୍କୁ ଲାଗିବ କୌଣସି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆବଶ୍ୟକତା ଅଛି, ତେବେ ତାହା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 22, 2024, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.