ETV Bharat / politics

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ - First phase Final candidates list

author img

By ETV Bharat Odisha Team

Published : Apr 29, 2024, 8:39 PM IST

Updated : Apr 30, 2024, 7:14 AM IST

First phase Final candidates list
First phase Final candidates list

First phase Final candidates list: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । 4 ଲୋକସଭା ଆସନ ଲାଗି ମୈଦାନରେ 37 ପ୍ରାର୍ଥୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମାସ ୧୩ ତାରିଖରେ ମତଦାନ ହେବ । ଏଥିପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିବା ବେଳେ ଆଜି (ସୋମବାର) ପ୍ରତ୍ୟାହାରର ଶେଷ ଦିନ ଥିଲା । ଏହା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଏପ୍ରିଲ ୧୮ରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଏପ୍ରିଲ ୨୫ରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ଥିଲା । ସେହିପରି ଏପ୍ରିଲ ୨୬ ଦିନ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ୨୯ ତାରିଖ ଅର୍ଥାତ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ଯାଞ୍ଚ ପରେ ୩୮ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥଲା । କିନ୍ତୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଏହା ବି ପଢନ୍ତୁ- କୋରାପୁଟରେ ବଢୁଛି ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା, ଗଣତନ୍ତ୍ର ପାଇଁ ଶୁଭଙ୍କର କହିଲେ ରାଜନୀତି ସମୀକ୍ଷକ

କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୯ ଓ ମହିଳା ପ୍ରାର୍ଥୀ ୨ ଜଣ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ୪ ଜଣ ପ୍ରାର୍ଥୀ ରହିଛନ୍ତି । ସମସ୍ତ ପୁରୁଷ ପ୍ରାର୍ଥୀ ଥିବା ବେଳେ କେହି ମହିଳା ପ୍ରାର୍ଥୀ ନାହାନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୧୦ ଓ ମହିଳା ପ୍ରାର୍ଥୀ । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ଚୂଡାନ୍ତ ହୋଇଛନ୍ତି । ପୁରୁଷ ପ୍ରାର୍ଥୀ ୭ ଜଣ ଥିବାବେଳେ ମହିଳା ପ୍ରାର୍ଥୀ୪ ପ୍ରତିଦ୍ବନ୍ଦ୍ବିତା କରିବେ । ଉପରୋକ୍ତ ୪ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୭ ଜଣ ମହିଳା ପ୍ରାର୍ଥୀ ଅଟନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 30, 2024, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.